ETV Bharat / state

ଘରୋଇ ହସ୍ପିଟାଲରେ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ, 3 କର୍ମଚାରୀ ଆହତ - hitech medical center

HiTech Hospital Blast: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ । ଅକ୍ସିଜେନ ସିଲିଣ୍ଡର ଫାଟିବାରୁ ଅଘଟଣ ସୂଚନା । ଆସିୟୁ ରେ ଅଛନ୍ତି ଆହାତ ବ୍ୟକ୍ତି,୨୫ଜଣ ଡାକ୍ତର ସହ ୪୦ନର୍ସ କରୁଛନ୍ତି ଚିକିତ୍ସା । ଅଧିକ ପଢନ୍ତୁ

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ସୂଚନା

author img

By ETV Bharat Odisha Team

Published : Dec 29, 2023, 8:11 PM IST

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ସୂଚନା

ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ । ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ସୂଚନା । ଏଥିରେ 3 ଜଣ କର୍ମଚାରୀ ଆହାତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟକ କରିବାକୁ କାର୍ଯ୍ୟ ଆରମ୍ଭ କରିଛି । ମରାମତି କାମ ଚାଲିଥିବା ବେଳେ ହେଲା ବିସ୍ଫୋରଣ ସିକ୍ୟୁରିଟି ଗାର୍ଡ ଓ ଷ୍ଟାଫ ଆହତ ହୋଇଥିବା ସୂଚନା । ତେବେ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ।

ତେବେ ଆହତ ବ୍ୟକ୍ତିଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ୨୫ଜଣ ଡାକ୍ତର ସହ ୪୦ନର୍ସ କରୁଛନ୍ତି ଚିକିତ୍ସା । ଏନେଇ ହସ୍ପିଟାଲର ସିଇଓ ଜ୍ୟୋତିର୍ମୟ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାରାମେଡିକାଲ ଟିମ୍ ମଧ୍ୟ ନିୟୋଜିତ ଅଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । କୌଣସି ରୋଗୀ ଏଥିରେ ଆହାତ ବା କିଛି କ୍ଷୟକ୍ଷତି ହୋଇନାହାନ୍ତି । କୌଣସି ଅଗ୍ନିକାଣ୍ଡ ଘଟିନାହିଁ । ସଟ ସର୍କିଟ ଯୋଗୁଁ ଏସି କମ୍ପ୍ରେସର ଫିଲିଙ୍ଗ ବେଳେ ଏଭଳି ଘଟଣା ଘଟିଛି । ତୃତୀୟ ମହଲା ଛାତ ଉପରେ ଆଉଟଡୋର ଏସି ରକ୍ଷଣାବେକ୍ଷଣ ମରାମତି ବେଳେ ଫାଟିଥିଲା । ଏନେଇ ହସ୍ପିଟାଲରେ କାମ କରୁଥିବା ଏକ ଏଜେନ୍ସିର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ ଆହାତ ହୋଇଛି ।ଏନେଇ ସଭିଙ୍କ ଅବସ୍ଥା ଏକ ପ୍ରକାର ସ୍ଥିର ରହିଛି । ପରେ ଆଉ ଜଣେ ଆହାତ ହୋଇଥିବା କହିଛନ୍ତି ।"

ଅନ୍ୟପଟେ ଅଗ୍ନିଶମ କର୍ମଚାରୀ ବାହାରକୁ ଆସିବା ପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏନେଇ ହସ୍ପିଟାଲ ମୁଖ୍ୟ ଗେଟରେ ଗଣମାଧ୍ୟମକୁ ବାରଣ କରାଯାଇଛି । ତେବେ ବାସ୍ତବିକ ଘଟଣା କିପରି ଘଟିଛି ସେ ନେଇ ତଥ୍ୟ ସାମ୍ନାକୁ ଆସିପାରୁନାହିଁ । ଅଗ୍ନିଶମ ଅଧିକାରିୀ ଅବନୀ କାନ୍ତ ସ୍ବାଇଁଙ୍କ ସୂଚନା ଅନୁସାରେ କୌଣସି ଅଗ୍ନିକାଣ୍ଡ ଜନିତ ଘଟଣା ଘଟିନାହିଁ ।

ଅଗ୍ନିକାଣ୍ଡ ଘଟଣାକୁ ମେଡିକାଲ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହିତ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ ହୋଇଥିବା କହିଛନ୍ତି । ଏଥିରେ 3 ଜଣ ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଆହତଙ୍କ ମଧ୍ୟରେ ଜଣେ ଆଇସିୟୁରେ ଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ ......ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.