ETV Bharat / state

OUAT ବିକଶିତ କରୁଛି ୫ ନୂଆ ଧାନ କିସମ, ରକ୍ତହୀନତା କରିବ ଦୂର

author img

By ETV Bharat Odisha Team

Published : Sep 9, 2023, 12:13 PM IST

ଓୟୁଏଟି ସୃଷ୍ଟି କରିବ ୫ ନୂଆ କିସମର ଧାନ । ରକ୍ତହୀନତା ରୋଗ ଦୂର ପାଇଁ ଆସିବ ଲୌହ ଓ ଜିଙ୍କ୍‌ଯୁକ୍ତ ଧାନ । ପତ୍ରପୋଡ଼ା ରୋଗ ନିରାକରଣ ପାଇଁ ଉନ୍ନତ କିସମ ହେଉଛି ପ୍ରତୀକ୍ଷା’। ପଢନ୍ତୁ ପୁରା ଖବର

OUAT to develop 5 new Varieties of rice
OUAT to develop 5 new Varieties of rice

ଭୁବନେଶ୍ୱର: ରାଜ୍ୟରେ ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏକ ପଦକ୍ଷେପ ଗ୍ରହଣ କରିଛି । ଖୁବ ଶୀଘ୍ର ଓୟୁଏଟି ସୃଷ୍ଟି କରିବ ୫ଟି ନୂଆ କିସମର ଧାନ ବିହନ । ରକ୍ତହୀନତା ବା ଆନେମିଆ ରୋଗ ଦୂର କରିବାକୁ ଆସିବ ନୂଆ ଧାନ। ଏଥିପାଇଁ ଲୌହ ଏବଂ ଜିଙ୍କ୍‌ଯୁକ୍ତ ନୂତନ ଧାନ କିସମ ବିକଶିତ କରାଯାଉଛି । ଏହି ଧାନ ଲୋକଙ୍କୁ ରକ୍ତହୀନତା ରୋଗରୁ ରକ୍ଷା କରିବ । ବିଶେଷ ଭାବରେ ଆଦିବାସୀ ବହୁଳ ଅଞ୍ଚଳରେ ଅଧିକାଂଶ ଲୋକମାନେ ରକ୍ତହୀନତାର ଶିକାର ହେଉଛନ୍ତି । ଏହାକୁ ଦୂର କରିବାକୁ ଲୌହ ଏବଂ ଜିଙ୍କ୍‌ଯୁକ୍ତ କିସମ ବିକାଶ ପାଇଁ ଗବେଷଣା ଚାଲିଛି ।

ଏନେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ଏହି ଧାନ କିସମର ଗବେଷଣା ଆରମ୍ଭ ହୋଇଛି । ଏହି କିସମର ଧାନ ଦୀର୍ଘ ୨ ରୁ ୩ ବର୍ଷ ହେଲା ଗବେଷଣା ଆରମ୍ଭ ହୋଇଛି । ଆଗକୁ ୧ ରୁ ୨ ବର୍ଷ ମଧ୍ୟରେ ଏହି କିସମର ଧାନ ବାହାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକମାନେ ।

ଏହା ମଧ୍ୟ ପଢନ୍ତୁ: ପ୍ରାକୃତିକ ବିପର୍ଯ୍ଯୟକୁ ନାହିଁ ଡର, ନୂଆ କିସମ ବିହନ ବିକଶିତ କରୁଛି ଓୟୁଏଟି

ସେହିପରି ରାଜ୍ୟରେ ‘ପ୍ରତୀକ୍ଷା’ କିସମର ଧାନର ଚାହିଦା ଅଧିକ ରହିଛି। ଏହି କିସମର ଧାନ ଚାଷୀମାନଙ୍କୁ ଅଧିକ ଲାଭ ଦେଇଥାଏ । କିନ୍ତୁ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ପାଇଁ ପ୍ରତିବର୍ଷ ପାଇଁ ଏହି ଧାନ ଚାଷ ଅମଳ ବେଳେ ପାଖାପାଖି 20 ପ୍ରତିଶତ କ୍ଷତି ହେଉଥିବା ନଜରକୁ ଆସିଛି। ଏହି କ୍ଷତି କୁ ଏଡ଼ାଇବା ପାଇଁ ‘ପ୍ରତୀକ୍ଷା’ର ଉନ୍ନତ କିମସ ବିକାଶ କରାଯାଇଛି। ମଧ୍ୟମ ଜମି ପାଇଁ ଉଦ୍ଦିଷ୍ଟ ‘ପ୍ରତୀକ୍ଷା’ କିସମରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗର ନିରାକରଣ ନିମନ୍ତେ ଜିନ୍ ଭର୍ତ୍ତି କରାଯାଇଛି। ଏହାଫଳରେ ୨୦% ଅଧିକ ଅମଳ ହୋଇପାରିବ।

ଏହା ମଧ୍ୟ ପଢନ୍ତୁ:

ସୂଚନା ଅନୁଯାୟୀ, ଗତବର୍ଷ ‘ନବାନ୍ନ’ କିସମ ବିକଶିତ କରାଯାଇଥିଲା। ଏହା କିସମର ଧାନର ମରୁଡ଼ି ସହନଶୀଳ ଶକ୍ତି ଅଧିକ ରହିଛି। ୯୦ ଦିନ ମଧ୍ୟରେ ଏହା ଅମଳ ହୋଇପାରିବ । ପଶ୍ଚିମ ଓଡ଼ିଶାରେ ଏହା ବେଶ୍ ଆଦୃତି ଲାଭ କରିଛି । ଏହା ବିଶେଷ ଭାବରେ ବର୍ଷା ଋତୁ ବା ଖରିଫ ଋତୁରେ ଅମଳ କରାଯାଇଥାଏ ।

ଅନ୍ୟପକ୍ଷରେ ‘ହସନ୍ତ’ କିସମ(BPH ), ମାଟିଆଗୁଣ୍ଡି ବା ଚକଡ଼ା ପୋକ ସହନଶୀଳ ଅଟେ। ଯଦି ପାଣିପାଗ ଅନୁକୂଳ ରୁହେ ତାହା ହେଲେ ‘ପ୍ରତୀକ୍ଷା’ ଭଳି ‘ହସନ୍ତ’ ମଧ୍ୟ ଚାଷୀଙ୍କୁ ଭଲ ଅମଳ ଦେଇଥାଏ। ଏହି କିସମ ଚକଡ଼ାପୋକ ସହନଶୀଳ ହୋଇଥିବାରୁ ଚାଷୀଙ୍କୁ ବିଶେଷ ଫାଇଦା ମିଳିପାରିବ । ୩ ରୁ ୪ ବର୍ଷ ତଳେ ଏହି କିସମ ବାହାରି ସାରିଛି। ଏହି କିସମର ଧାନ କେବଳ ଦକ୍ଷିଣ ଓଡ଼ିଶାରେ ଭଲ ଅମଳ ହେବା ପାଇଁ ଗବେଷଣା ଚାଲିଛି ।

ଓୟୁଏଟି ଅଧୀନ ଉଦ୍ଭିଦ ପ୍ରଜନନ ଏବଂ ଅନୁବଂଶିକୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓୟୁଏଟି ପକ୍ଷରୁ ଚାଷୀଙ୍କୁ ୫ଟି ନୂତନ କିସମର ଧାନ ଭେଟିଦେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଓୟୁଏଟିରେ ଶସ୍ୟଜାତୀୟ, ଡାଲିଜାତୀୟ, ତୈଳବୀଜ ଆଦିର ୧୯୧ଟି କିସମକୁ ବିକଶିତ କରାଯାଇଥିବା ବେଳେ ୮୧ଟି କିସମର ଧାନ ବାହାରି ସାରିଛି। ତେବେ ଖୁବ ଶୀଘ୍ର ୫ଟି ନୂତନ କିସମର ଧାନ ଉପଲବ୍ଧ ହେବ। ତେବେ ଏହି ନୂଆ କିସମର ଧାନର ନାମ ଗୁଡ଼ିକ ହେଲା- ORJ ୧୩୪୯, ORJ ୧୩୫୧, OR ୨୫୨୩-୬, OR ୨୬୭୪- ୧୪-୬-୨ ଏବଂ OROI-୮-IR-୮୮୨୨୮-୩୩-୩-୫-୨।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.