ETV Bharat / state

ଜାମୁରୋଳ ଗିଳି ଅକଳରେ ନାଗରାଜ, ଅସ୍ତ୍ରୋପଚାର ପରେ ସୁସ୍ଥ ହେଉଛି ବିଷଧର - surgery of cobra successfully

ଜାମୁରୋଳ ଗିଳି ଅକଳରେ ପଡିଛି ନାଗରାଜ । ଆସନ୍ନ ମୃତ୍ୟୁ ଅପେକ୍ଷା ଥିବା ନାଗକୁ ନୂଆ ଜୀବନ ଦେଇଛନ୍ତି ଓୟୁଏଟି ଡାକ୍ତର ଓ ସ୍ନେକ ହେଲ୍ପ ଲାଇନ । ଅସ୍ତ୍ରୋପଚାର ପରେ ସୁସ୍ଥ ହେବାରେ ଲାଗିଛି ନାଗ । ଅଧିକ ପଢ଼ନ୍ତୁ

ନାଗର ପ୍ରତିକାତ୍ମକ ଫଟୋ
ନାଗର ପ୍ରତିକାତ୍ମକ ଫଟୋ
author img

By

Published : Apr 27, 2023, 6:59 AM IST

ଭୁବନେଶ୍ବର: ଦେଶରେ ଦେଖା ଦେଉଥିବା ସାପମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ ବିଷଧର ସାପ । ସାପ ମାନେ ମୁଖ୍ୟତଃ ବେଙ୍ଗ, ମାଛ, ମୂଷା ଓ ଅନ୍ୟାନ୍ୟ ଛୋଟ ଛୋଟ ଜୀବଙ୍କୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ସାପ ଫଳ ଖାଉଥିବା ବା ଭୁଲରେ ଗିଳିଥିବା ପରି ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ବସନ୍ତ ବେହେରାଙ୍କ ବାଡିରେ ଏକ ନାଗ ସାପ ଗତ ମଙ୍ଗଳବାର ପଶିଥିଲା । ନାଗ ସାପକୁ ଦେଖି ସେ ପଡିଶା ଘରେ ରହୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ସୂଚନା ଦେଇଥିଲେ । ସୁଶାନ୍ତ ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିବା ପରେ ତା ପେଟରେ କିଛି କଠିନ ପଦାର୍ଥ ଦେଖିବାକୁ ପାଇଥିଲେ । ସୁଶାନ୍ତ ସାପଟିକୁ ନ ଛାଡି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ ଆଣିଥିଲେ ।

ଡେଲାଙ୍ଗ ରେଞ୍ଜ ଅଫିସରଙ୍କ ପରାମର୍ଶ କ୍ରମେ ଗତକାଲି(ବୁଧବାର) ଚିକିତ୍ସା ଲାଗି ସାପକୁ ଓୟୁଏଟି ଭେଟେରିନାରୀ କଲେଜର ସର୍ଜରି ବିଭାଗକୁ ନିଆଯାଇଥିଲା । ଭେଟେରିନାରୀ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏକ୍ସରେ ପରେ ମଧ୍ୟ ସାପ ପେଟରେ କଣ ଅଛି ତାହା ଜଣା ପଡିନଥିଲା । ଶେଷରେ ପେଟ ଭିତରେ ଥିବା କଠିନ ବସ୍ତୁକୁ ବାହାର କରିବା ପାଇଁ ଅପରେସନ କରିବାକୁ ପ୍ରଫେସର ନାଥ ନିର୍ଣ୍ଣୟ ନେଇଥିଲେ ।

ପ୍ରଫେସର ନାଥ କହିଛନ୍ତି ଯେ, “ଏହା ନିଶ୍ଚୟ ଭାବରେ ଏକ ବିରଳ ଘଟଣା । ମୋର ୩୦ ବର୍ଷରୁ ଉର୍ଦ୍ଧ୍ବ ଚାକିରି କାଳ ଭିତରେ ସାପ ଜାମୁରୋଳ ଖାଇବା ଘଟଣା କେବେ ନଜରକୁ ଆସିନଥିଲା । କିମ୍ବା ଶୁଣି ନଥିଲି । ଅପରେସନ ପରେ ସାପ ସୁସ୍ଥ ଅଛି । ତାକୁ ଆଣ୍ଟିବାୟୋଟିକ ଏବଂ ପେନ-କିଲର ଇଂଜେକସନ ଦିଆଯାଇଛି । ସାପଟିର ଗ୍ୟାଷ୍ଟ୍ରୋ - ଇଣ୍ଟେନଷ୍ଟାଇନାଲ ଟ୍ରାକକୁ ସେଇ ଜାମୁରୋଳ ଫଳଟି ଅବରୋଧ କରିଥିଲା । ଯଦି ଅପରେସନ କରି ଫଳକୁ ବାହାର କରାଯାଇନଥାନ୍ତା । ତେବେ ସାପଟି କିଛି ଦିନ ପରେ ମରି ଯାଇଥାନ୍ତା ।’’

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, “ସାପ ମାନେ ମାଂସାଶୀ ପ୍ରାଣୀ । କିନ୍ତୁ ଏ କ୍ଷେତ୍ରରେ ଖାଦ୍ୟ ବାରିବାରେ ନିଜର ଭୁଲ ଯୋଗୁଁ ସାପର ଏହି ଅବସ୍ଥା ହୋଇଛି । କୌଣସି ଏକ ମୂଷା ବା ଗୁଣ୍ଡୁଚି ମୂଷା ସେଇ ଜାମୁରୋଳକୁ ଅଳ୍ପ ଖାଇ ବା ଧରି ବା ମୁହଁ ମାରି ଛାଡି ଦେଇଥିବା ଅବସ୍ଥାରେ ତାଙ୍କ ଶରୀରର ଗନ୍ଧ ସେଇ ଫଳରେ ରହିଥିବ । ସେଇ ମୂଷା ବା ଗୁଣ୍ଡୁଚି ମୂଷା ଗନ୍ଧ ଜାମୁରୋଳରୁ ପାଇବା ପରେ ସାପ ଭୁଲ ବଶତଃ ତାହାକୁ ନିଜର ଖାଦ୍ୟ ଭାବି ଗିଳି ଦେଇଛି ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.