ETV Bharat / state

OUAT ଦ୍ଵାରା ବିକଶିତ ପାୱାର ଟିଲର ଯନ୍ତ୍ରପାତି ଡିଜାଇନକୁ ମିଳିଲା କେନ୍ଦ୍ର ସରକାରଙ୍କ ସ୍ବୀକୃତି

author img

By ETV Bharat Odisha Team

Published : Sep 14, 2023, 10:19 PM IST

ଆମ ରାଜ୍ୟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦେଇ ନାନାଦି ଗବେଷଣା ଚାଲିଥିବାବେଳେ ଏନେଇ ବୈଜ୍ଞାନିକମାନେ ଅନେକ ଯନ୍ତ୍ରପାତି ମଧ୍ୟ ଉଦ୍ଭାବନ କରୁଛନ୍ତି । ତେବେ ଚାଷୀଙ୍କୁ ଧାନ ଚାଷରେ ଅଧିକ ସାହାଯ୍ୟ କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଦ୍ବାରା ବିକଶିତ ୬ଟି ଯନ୍ତ୍ରପାତିର ଡିଜାଇନକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟକୁ ପଠାଯାଇଥିଲା। ଅଧିକ ପଢନ୍ତୁ

ଓୟୁଏଟି ଦ୍ଵାରା ବିକଶିତ ପାୱାର ଟିଲର ଯନ୍ତ୍ରପାତି ଡିଜାଇନକୁ ମିଳିଲା କେନ୍ଦ୍ର ସରକାରଙ୍କ ସ୍ବୀକୃତି

ଭୁବନେଶ୍ବର: ଧାନ ହେଉଛି ଭାରତର ଏକ ପ୍ରମୁଖ ଶସ୍ୟଜାତୀୟ ଫସଲ। ପୂର୍ବରୁ ଚାଷୀମାନେ ଧାନ ଚାଷ ପାଇଁ ଭୂମି ପ୍ରସ୍ତୁତି ପାଇଁ ହଳ ବଳଦ ବ୍ୟବହାର କରୁଥିଲେ। ତେବେ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ବୈଜ୍ଞାନିକମାନେ ପାୱର ଟିଲରର ସମେତ ବିଭିନ୍ନ ଯନ୍ତ୍ରପାତି ଆବିଷ୍କାର କରିଛନ୍ତି। ଯାହାଦ୍ବାରା ଚାଷୀ ମାନେ ଚାଷ କରୁଛନ୍ତି ।

ଆମ ରାଜ୍ୟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦେଇ ନାନାଦି ଗବେଷଣା ଚାଲିଥିବାବେଳେ ଏନେଇ ବୈଜ୍ଞାନିକମାନେ ଅନେକ ଯନ୍ତ୍ରପାତି ମଧ୍ୟ ଉଦ୍ଭାବନ କରୁଛନ୍ତି । ତେବେ ଚାଷୀଙ୍କୁ ଧାନ ଚାଷରେ ଅଧିକ ସାହାଯ୍ୟ କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଦ୍ବାରା ବିକଶିତ ୬ଟି ଯନ୍ତ୍ରପାତିର ଡିଜାଇନକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଡିଜାଇନ ଆକ୍ଟ ୨୦୦୦ର ପ୍ରାବଧାନ ଅନୁୟାୟୀ କାର୍ଯ୍ୟାଳୟ ପକ୍ଷରୁ ହାପ ଫିଡ ପେଡି ଥ୍ରେଶରକୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏହା ଫଳରେ ବର୍ତ୍ତମାନ ବିଭିନ୍ନ ସଂସ୍ଥା ତଥା କମ୍ପାନୀ ଓୟୁଏଟିଠାରୁ ଏହି ଡିଜାଇନକୁ ନେଇ ପାୱର ଟିଲର ଚାଳିତ ଯନ୍ତ୍ରପାତି ପ୍ରସ୍ତୁତ କରିପାରିବେ। ହାପ ଫିଡ ପେଡି ଥ୍ରେଶର ଧାନ କେଣ୍ଡାକୁ ଝାଡି ଦେଇଥାଏ । ଯାହା ଫଳରେ ନଡ଼ା ବା କୁଟା ନଷ୍ଟ ହୋଇ ନ ଥାଏ । ଯାହାକୁ ପରବର୍ତ୍ତୀ ସମଯରେ ଛତୁ ଚାଷ କିମ୍ବା ଘର ଛପର ଆଦି ବିଭିନ୍ନ କାର୍ଯ୍ୟରେ ଲାଗିଥାଏ। ଯାହାକି ଅନ୍ୟାନ୍ୟ ଥ୍ରେସରରେ ମିଳି ନ ଥାଏ । ଧାନ ଚାଷ ପାଇଁ ମାଟିକୁ କାଦୁଅ କରିବା, କୋଡାଖସା, ଭୂମି ପ୍ରସ୍ତୁତି ଆଦି କ୍ଷେତ୍ରରେ ପାୱାର ଟିଲରର ଭୂମିକା ଅଧିକ ଗୁରୁତ୍ଵପୂର୍ଣ୍ଣ ରହିଛି। କେବଳ ଧାନ ନୁହେଁ ଚିନାବାଦାମ ଭଳି ଶୁଖିଲା ଫସଲରେ ବି ଏହି ଯନ୍ତ୍ରପାତି ସହାୟକ ହୋଇଥାଏ। ଏପରିକି ଏକ ଗବେଷଣାରୁ ଜଣା ପଡିଛି ଯେ,ଓଡିଶାରେ ପାୱାର ଟିଲରର ବିକ୍ରି ମଧ୍ୟ ଅଧିକ ରହିଛି । କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁଚାଷ ନିମିତ୍ତ ନାନାଦି ଗବେଷଣା ଜାରି ରହିଛି ।

ଏହାବିୱ ପଢନ୍ତୁ- ପ୍ରାକୃତିକ ବିପର୍ଯ୍ଯୟକୁ ନାହିଁ ଡର, ନୂଆ କିସମ ବିହନ ବିକଶିତ କରୁଛି ଓୟୁଏଟି

ଆଗାମୀ ଦିନରେ ଆଳୁ ତଥା ବିଭିନ୍ନ ପ୍ରକାର ଚାଷ କ୍ଷେତ୍ରରେ ମଞ୍ଜି ବୁଣିବା ଏବଂ ଅମଳ କରିବା ପାଇଁ ମଧ୍ୟ ପାୱାର ଟିଲର କିପରି ସହାଯକ ହେବ ସେ ନେଇ ଗବେଷଣା ଚାଲିଛି । ୨୦୨୧-୨୨ ମସିହାରେ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଫାର୍ମ ଇମ୍ପ୍ଲିମେଣ୍ଟ ଡିଜାଇନ ୟୁନିଟ ଓ ବ୍ରହ୍ମପୁରସ୍ଥିତ ଏସଏସଆଇ ୟୁନିଟର ମେସର୍ସ ସିଟ ପ୍ରୋଫାଇଲ କମ୍ପାନୀର ମିଳିତ ସହଭାଗୀତାରେ ଏହି ହାପ ଫିଡ ପେଡି ଥ୍ରେଶର ଯନ୍ତ୍ରପାତି ବିକଶିତ କରାଯାଇଛି। ଯାହାର ଉତ୍ପାଦନ, ଥେସିଂ, ଶସ୍ୟ ସଫା କରିବା ଆଦି କ୍ଷମତା ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.