ଖୋର୍ଦ୍ଧା: ସ୍ୱୟଂ ସହାୟିକା ଗୋଷ୍ଠୀ ଆନୁକୂଲ୍ୟରେ ପେପର ପ୍ଲେଟ ମେସିନକୁ ଉଦଘାଟନ କଲେ ଓଟିଡିସି(OTDC) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ବିଶ୍ଵନାଥପୁର ଓ ଅନନ୍ତାପଲ୍ଲୀ ଠାରେ ପେପର ପ୍ଲେଟ ମେସିନକୁ ଉଦଘାଟନ କରିଛନ୍ତି । ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀ ଆୟୋଜିତ ଓ ଓଟିଡିସି ଦ୍ଵାରା ମାଗଣା ପ୍ରଦତ୍ତ ପେପର ପ୍ଲେଟ ମେସିନ ଚାଲୁ କରିବା ଏକ କାର୍ଯ୍ୟକ୍ରମରେ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେପର ପ୍ଲେଟ ମେସିନକୁ ଉଦଘାଟନ କରିଥିଲେ ।
ରାଜ୍ୟ ସରକାର ସମସ୍ତ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଆର୍ଥିକ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରି ମିଶନ ଶକ୍ତି ଗୁଡିକୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରାଇବାରେ ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମତୀ ମିଶ୍ର । ଏହି କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥିଭାବେ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଠ ଲୋପାମୁଦ୍ରା ବକ୍ସିପାତ୍ର, ରାଜ୍ୟ ବିଜେଡି ସମ୍ପାଦିକା ସ୍ୱରାଜ ଲକ୍ଷ୍ମୀ, ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ ସାହୁ, ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିଜୟ ଲେଙ୍କା, ଜିଲ୍ଲା ବିଜେଡି ମହିଳା ଉପସଭାପତି ଶୈଳବାଳା ବାହିନୀପତି, ବ୍ଲକ ବିଜେଡି ନେତ୍ରୀ ଉର୍ମିଳା ପାଣିଗ୍ରାହୀ ଏବଂ ସ୍ଥାନୀୟ ସରପଞ୍ଚ ପ୍ରଦୀପ ବାରିକ ପ୍ରମୁଖ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ