ETV Bharat / state

OSSC Question Paper Leak: 'ସବୁକଥାରେ ହୀନ ରାଜନୀତି କରିବା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ' - ଓଏସଏସସି

ଓଏସଏସସି ପ୍ରଶ୍ନପତ୍ର ଲିକ ଘଟଣାରେ ବିଜେପି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢନ୍ତୁ

OSSC Question Paper Leak
OSSC Question Paper Leak
author img

By

Published : Jul 29, 2023, 7:44 AM IST

OSSC Question Paper Leak

ଭୁବନେଶ୍ବର: ଓଏସଏସସି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ତେଜୁଛି ରାଜନୀତି । ଶାସକ ଦଳକୁ ଘେରୁଛନ୍ତି ବିରୋଧି । ପରୀକ୍ଷାର ସ୍ବଚ୍ଛତା ନେଇ ବିରୋଧି ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି । OSSC ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାୟିତ୍ବ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବିରୋଧି ଦଳ ଗୁଡିକ ଦାବି କରୁଛନ୍ତି । ଓଡିଶା ଷ୍ଟାଫ ସିଲେକ୍ସନ ଏବେ ଓଡିଶା ସ୍କାମ ସିଲେକ୍ସନରେ ପରିଣତ ହୋଇଛି । ରାଜ୍ୟ ସରକାର ଓଏସଏସସିର ଅଧ୍ୟକ୍ଷ, ସଚିବ, ସଦସ୍ୟଙ୍କୁ ତୁରନ୍ତ ସରକାର ବହିଷ୍କାର କରନ୍ତୁ ବୋଲି ବିଜେପି କହିଥିବା ବେଳେ ଏହା ପରେ ବିଜେଡିର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ ଧରିଛି ଓଡିଶା ପୋଲିସ । ରାକେଟ ଧରା ହେବା ପରେ ବିଜେପି ବିଚଳିତ ହୋଇପଡିଛି । ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି । ସବୁକଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଷ୍ଟାଫ ସିଲେକ୍ସନ ଏବେ ସ୍କାମ ସିଲେକ୍ସନ: ବିଜେପି

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ନିକଟରେ ଓଡ଼ିଶା ପୋଲିସ ଏକ ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟର ପର୍ଦ୍ଦାଫାସ କରିବାରେ ସମର୍ଥ ହୋଇଛି । ପୋଲିସ ହାତରେ ଧରା ପଡ଼ିଥିବା ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛି କେନ୍ଦ୍ର ସରକାରଙ୍କ ଗୋଟିଏ ବିଭାଗ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ । ଏହି ରାକେଟ କେବଳ ଓଡ଼ିଶା ନୁହେଁ, ବିହାର, ମଧ୍ୟପ୍ରଦେଶ ଏବଂ ସେଣ୍ଟ୍ରାଲ ଷ୍ଟାଫ ସିଲେକ୍ସନ କମିଶନର ପ୍ରଶ୍ନପତ୍ର ଲିକ୍ ମାମଲାରେ ମଧ୍ୟ ସଂପୃକ୍ତ ଅଛି । ଏହା ଛଡ଼ା ଏହି ରାକେଟ ଉତ୍ତରପ୍ରଦେଶ ଓ ଗୁଜୁରାଟର ଷ୍ଟାଫ ସିଲେକସନ କମିଶନ ପ୍ରଶ୍ନପତ୍ର ଲିକରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଖୁବଶୀଘ୍ର ତଦନ୍ତରୁ ସବୁ କଥା ସ୍ପଷ୍ଟ ହେବ । ମାତ୍ର ଓଡ଼ିଶା ବିଜେପି ନେତାମାନେ ବିଚଳିତ ଓ ଅଧର୍ଯ୍ୟ ହୋଇ ପଡ଼ୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରଶ୍ନପତ୍ର ଲିକ ମାମଲାରେ ଗତ ୧୦ ଦିନ ମଧ୍ୟରେ ମାଷ୍ଟରମାଇଣ୍ଡ ସମେତ ୧୭ ଜଣଙ୍କୁ ଗିରଫ କରାଯାଇଛି । ଆମେ ଭାବିଥିଲୁ, ଓଡ଼ିଶା ପୋଲିସର ଏଭଳି ଏକ ବଡ଼ ସଫଳତାକୁ ନେଇ ବିଜେପି ଅନ୍ତତଃ ରାଜନୀତି କରିବ ନାହିଁ । ମାତ୍ର ସବୁ କଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାମାନଙ୍କର ପୁରୁଣା ଅଭ୍ୟାସ ରହିଛି । ତେଣୁ ସେମାନେ ସୁଧୁରିବେ କେମିତି ? ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ଏପରି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାରୁ ବିଜେପି ନେତାମାନେ ବିରତ ରହନ୍ତୁ ।

ବିଜେପି ଅଭିଯୋଗ କରିଛି ଯେ, ଓଡିଶା ଷ୍ଟାଫ ସିଲେକ୍ସନ ଏବେ ଓଡିଶା ସ୍କାମ ସିଲେକ୍ସନରେ ପରିଣତ ହୋଇଛି । ଏହି ମନି ଫର ଜବ ର‌୍ୟାକେଟରେ ରାଜ୍ୟର ଗରିବ ମେଧାବୀ ପିଲାମାନେ ବଳି ପଡୁଛନ୍ତି । ସରକାରୀ ଅଧିକାରୀ, ମନ୍ତ୍ରୀ, ଦଲାଲ ମାଲେମାଲ ହେଉଛନ୍ତି । ରାଜ୍ୟ ସରକାର ଓଏସଏସସିର ଅଧ୍ୟକ୍ଷ, ସଚିବ, ସଦସ୍ୟଙ୍କୁ ତୁରନ୍ତ ସରକାର ବହିଷ୍କାର କରନ୍ତୁ । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.