ETV Bharat / state

OSSC Paper Leak: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ - ପ୍ରଶ୍ନପତ୍ର ଲିକ୍‌ ଘଟଣା

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପ୍ରଶ୍ନପତ୍ର ଲିକ୍‌ ଘଟଣା । ୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କମିଶନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 29, 2023, 3:31 PM IST

ଭୁବନେଶ୍ବର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଦ୍ବାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ । ୫୫ ପରୀକ୍ଷାର୍ଥୀଙ୍କୁ OSSCର କାରଣ ଦର୍ଶାଅ ନୋଟିସ । OSSC ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ତେବେ ଏହି ପ୍ରଶ୍ନପତ୍ର ଲିକ ମାମଲାରେ ମୋଟ ୧୭ ଜଣ ଗିରଫ ହୋଇଛନ୍ତି । ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ କହିଛି ଘଟଣାର ତଦନ୍ତ କରୁଥିବା ବାଲେଶ୍ବର ପୋଲିସ ।

ତେବେ ଏହି ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ବିହାରର ଜଣେ ସରକାରୀ କର୍ମଚାରୀ । ତେବେ ରାଜ୍ୟରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ରହିଛନ୍ତି । ଏନେଇ ବାଲେଶ୍ବର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରି OSSC ଦେଇଛନ୍ତି । ଯେଉଁଥିରେ ଏହି ରାକେଟ ସହିତ ପ୍ରଶ୍ନପତ୍ର କାରବାରରେ ଜଡ଼ିତ ହୋଇଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି OSSC ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ଏହାପରେ OSSC କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ୫୫ ପରୀକ୍ଷାର୍ଥୀଙ୍କୁ ନୋଟିସ ଜାରି କରିଛି।

ଏହା ବି ପଢନ୍ତୁ- ଓଡ଼ିଶା ଷ୍ଟାଫ ସିଲେକ୍ସନ ଏବେ ସ୍କାମ ସିଲେକ୍ସନ: ବିଜେପି

ଅନ୍ୟପଟେ ଏହି ନିଯୁକ୍ତି କାରବାରରେ OSSC ସମ୍ପୃକ୍ତି ଅଛି କି ନାହିଁ, କାରବାର ବେଳେ ଧରାପଡ଼ିଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ଯୋଗାଯୋଗ ନମ୍ବର ଉକ୍ତ ରାକେଟ୍ ପାଇଲା କିପରି ? OSSC ପ୍ରଶ୍ନପତ୍ର ଛାପିବା ପାଇଁ ବାହାର ରାଜ୍ୟର ଯେଉଁ ପ୍ରିଣ୍ଟିଂ ପ୍ରେସକୁ ଦାୟିତ୍ବ ଦିଆଯାଇଥିଲା ସେଠାରେ ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ବରେ କିଏ ଥିଲେ ? ଏହି ଘଟଣା ପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ଉପରେ ସାରା ରାଜ୍ୟର ନଜର ରହିଛି । ସୂଚନା ଅନୁଯାୟୀ ଏପଟେ ବାଲେଶ୍ଵର ଏସପିଙ୍କ ରିପୋର୍ଟ ଆଧାରରେ ୧୬ ଜୁଲାଇ ୨୦୨୩ରେ କରାଯାଇଥିବା JE (ସିଭିଲ୍) ପରୀକ୍ଷା ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଏହା ବି ପଢନ୍ତୁ- OSSC Question Paper Leak: ସିବିଆଇ ତଦନ୍ତ ଦାବି କଲେ ବିରୋଧୀ, ଜବାବ ରଖିଲା ବିଜେଡି

ତେବେ ୩ ସେପ୍ଟେମ୍ବର 2023 ରେ JE (ସିଭିଲ୍) ଏକ ନୂତନ ଭାବରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି OSSC ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ OSSC ଅଫିସ ଆଗରେ ଆଶାୟୀ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୁର୍ନୀତିମୁକ୍ତ ପରୀକ୍ଷା ଦାବି କରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କାଯାଇଥିଲା। ଦୁର୍ନୀତିମୁକ୍ତ ପରୀକ୍ଷା ଦାବିରେ ଆଶାୟୀମାନେ ଧାରଣା ଦେବ ସହ ନାରା ଦେଇଛନ୍ତି । ତେବେ କିଛି ଦିନ ତଳେ ପ୍ରଶ୍ନପତ୍ର ପ୍ରଘଟ ଓ ୧୦ ଲକ୍ଷ ଟଙ୍କାର ଡିଲ ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଥିଲା । ଏହି ଡିଲ ସମୟରେ ଯେଉଁ ୮୮ ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଛନ୍ତି ସେମାନଙ୍କ ନାଁ ସର୍ବସମ୍ମୁଖରେ ଅଣାଯାଉ ବୋଲି ଆଶାୟୀମାନେ ଦାବି କରି ବେଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.