ETV Bharat / state

ଜୁଲାଇ ୩୦ରେ ପୁଣିଥରେ ହେବ ଆକାଉଣ୍ଟାଣ୍ଟ ପରୀକ୍ଷା - ଜୁଲାଇ ୩୦ ରେ ପୁଣିଥରେ ହେବ ଆକାଉଣ୍ଟାଣ୍ଟ ପରୀକ୍ଷା

ଗତ ୨୭ ତାରିଖରେ ପ୍ରଶ୍ନପତ୍ରରେ ତ୍ରୁଟି ନଜରକୁ ଆସିବା ପରେ ଗୋଟିଏ ଦିନ ପରେ ଆକାଉଣ୍ଟାଣ୍ଟ ପରୀକ୍ଷାକୁ ବାତିଲ ହୋଇଥିଲା । ଏହାକୁ ନେଇ ମଧ୍ୟ osscର ଅଧ୍ୟକ୍ଷ କୌଣସି ଉତ୍ତର ଗଣମାଧ୍ୟମକୁ ଦେଇନଥିଲେ । ଅଧିକ ପଢ଼ନ୍ତୁ

ଜୁଲାଇ ୩୦ ରେ ପୁଣିଥରେ ହେବ ଆକାଉଣ୍ଟାଣ୍ଟ ପରୀକ୍ଷା

author img

By

Published : May 2, 2023, 7:24 AM IST

ଭୁବନେଶ୍ବର: ପୁଣିଥରେ ହେବ OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଏଥର ନିର୍ଭୁଲ ପ୍ରଶ୍ନପତ୍ର କରିବାକୁ ପ୍ରୟାସ କରାଯାଇଛି । ଜୁଲାଇ ୩୦ ତାରିଖରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMR ମୋଡ୍‌ରେ ହେବ ପରୀକ୍ଷା । ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କରାଯିବ ପରୀକ୍ଷା । ଏନେଇ OSSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଜୁଲାଇ ୩୦ ରେ ପୁଣିଥରେ ହେବ ଆକାଉଣ୍ଟାଣ୍ଟ ପରୀକ୍ଷା
ଜୁଲାଇ ୩୦ ରେ ପୁଣିଥରେ ହେବ ଆକାଉଣ୍ଟାଣ୍ଟ ପରୀକ୍ଷା

ଏହା ବି ପଢ଼ନ୍ତୁ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଅଛି କଲେଜ ନାହିଁ ମାନ୍ୟତା !

ତେବେ ଗତ ୨୭ ତାରିଖରେ ପ୍ରଶ୍ନପତ୍ରରେ ତ୍ରୁଟି ନଜରକୁ ଆସିବା ପରେ ଗୋଟିଏ ଦିନ ପରେ ପରୀକ୍ଷାକୁ ବାତିଲ ହୋଇଥିଲା । ଏହାକୁ ନେଇ OSSCର ଅଧ୍ୟକ୍ଷ କୌଣସି ଉତ୍ତର ଗଣମାଧ୍ୟମକୁ ଦେଇନଥିଲେ । ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ନଜରକୁ ଆସିବା ପରେ ଯେଭଳି ନିଦାବିଷ୍ଣୁ ସାଜିଥିଲେ OSSC ଅଧ୍ୟକ୍ଷ ଅଭୟ ।

ଏହା ବି ପଢ଼ନ୍ତୁ: OBC ସର୍ଭେ ଆରମ୍ଭ, ରାଜଧାନୀର ୬୭ୱାର୍ଡରେ ଚାଲିଛି ଗଣନା

ସୂଚନା ଅନୁଯାୟୀ, OSSC ପକ୍ଷରୁ ଆକାଉଣ୍ଟାଣ୍ଟ ପୋଷ୍ଟ୍‌ ପାଇଁ ଦିଆଯାଇଥିବା ପରୀକ୍ଷାରେ ଓଡ଼ିଆ ଭାଷାକୁ ଉପେକ୍ଷା କରାଯାଇଥିଲା । ସେହି ପ୍ରଶ୍ନପତ୍ରକୁ ଦେଖି ଆଶାୟୀ ଆଶ୍ଚର୍ଯ୍ୟ ହୋଇଥିଲେ । ଓଡ଼ିଶାରେ ଏମିତି ଅପାରଗ କର୍ମଚାରୀ ରହିଛନ୍ତି ଯେଉଁମାନେ ଶୁଦ୍ଧ ଓଡ଼ିଆ ବି ଲେଖି ଜାଣି ନାହାନ୍ତି ? ଏମାନେ ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ ହୋଇଥିଲା । ଗୁଗୁଲ ଟାନ୍ସଲେଟକୁ ଭରସା କରି ରାଜ୍ୟର OSSC ଭଳି ଗାରିମାମୟ ପରୀକ୍ଷାର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା । ଯାହା ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ସଂସ୍ଥା କିଭଳି ଭାବରେ ଗୁଗଲ ଟାନ୍ସଲେଟର ବ୍ୟବହାର କରି ଓଡ଼ିଆ ଭାଷାକୁ ଅତି କଦର୍ଯ୍ୟ କରାଯାଇଥିଲା । ଯାହାକୁ ନେଇ ଆଶାୟୀ ମାନେ ଦ୍ବନ୍ଦ୍ୱରେ ପଡ଼ିଥିଲେ ।

ଏହା ବି ପଢ଼ନ୍ତୁ: ସମ୍ବଲପୁରକୁ ବିଜେପିର ସଂସଦୀୟ ଟିମ ଗସ୍ତ କେବଳ ପ୍ରହସନ: ସୁର

ଏପଟେ ବିରୋଧୀ ଦଳ ଏହାକୁ ବିରୋଧ କରିବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟ ସରକାର ରାଜ୍ୟରେ ଓଡ଼ିଆ ଭାଷାକୁ ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଏଭଳି ଭାବରେ ଆସିବା ସବୁ ମହଲରେ ନିନ୍ଦା କରାଯାଇଥିଲା । ନିକଟ ଅତୀତରେ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଏବ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅନେକ ସ୍ଥାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ମଦ ନିଶାର ନୂଆ ବିକଳ୍ପ, ଧରାପଡ଼ିଲା ବେଆଇନ କଫସିରପ ଚାଲାଣ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.