ETV Bharat / state

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, କ୍ରାଇମବ୍ରାଞ୍ଜ ADGଙ୍କୁ OSCWର ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Aug 23, 2023, 4:16 PM IST

ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ମାମଲା ରୁଜୁ କରିଛି ରାଜ୍ୟ ମହିଳା କମିଶନ । IPS ଅରୁଣ ବୋଥ୍ରାଙ୍କ ଟିମ୍ ଘଟଣାର ତଦନ୍ତ କରିବ । ଅଧିକ ପଢନ୍ତୁ

woman home guard suicide attempt case
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା

ଭୁବନେଶ୍ବର: ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ଓ ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ତଦନ୍ତ କରିବେ ଆଇପିଏସ ଅରୁଣ ବୋଥ୍ରା । ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ । କ୍ରାଇମବ୍ରାଞ୍ଜ ଏଡିଡିଙ୍କୁ ତଦନ୍ତ କରି ରିପୋର୍ଟଦ ଦେବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ''ଘଟଣା ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛୁ । 15 ଦିନ ଭିତରେ ଏ ନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଆଜି ଅପରାହ୍ନରେ ପୀଡିତାଙ୍କୁ ଭେଟିବୁ। ତାଙ୍କ ସ୍ବାସ୍ଥବସ୍ଥା ବୁଝିବୁ । ADG ଅରୁଣ ବୋଥ୍ରାଙ୍କୁ ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ହୋଇଛି । ପରେ ଏନେଇ ଆଲୋଚନା ପରେ ତାଙ୍କ ସହ କଣ ହୋଇଛି ସେ ନେଇ ପରବର୍ତ୍ତୀ ପଦକ୍ଷେପ ନେବୁ ।''

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ଡିଜିପିଙ୍କୁ ରିପୋର୍ଟ ମାଗିଲେ OHRC

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: ତୀବ୍ର ନିନ୍ଦା କଲା ବିଜେପି, ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ପ୍ରକାଶ ଥାଉ କି, କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାରେ ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା ସହିନପାରି ମହିଳା ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇ ଉଦ୍ୟମ କରିଥିଲେ । ସୌଭାଗ୍ୟବସତଃ ସେ ବଞ୍ଚି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି ।

ସେ ବଞ୍ଚିଯାଇଥିଲେ ମଧ୍ୟ ଦୁଇଟି ଯାକ ଗୋଡ଼ ହରାଇଥିଲେ । ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣା ପରେ ଡିଆଇଜି ବ୍ରିଜେଶ ରାୟଙ୍କର ବଦଳି ମଧ୍ୟ ହୋଇଛି । ଘଟଣାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି । ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜବାବ ତଲବ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଘଟଣ ପାଇଁ ଦାୟୀ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଓଏଚଆସସିରେ ମାମଲା ରୁଜୁ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.