ETV Bharat / state

ବେଲରେ ଜେଲରୁ ମୁକୁଳିଲେ ବିଜେପି ଯୁବନେତା, ଧର୍ମେନ୍ଦ୍ର-ଗୌତମ ଟ୍ୱିଟର ଲଢେଇ

author img

By

Published : Apr 21, 2023, 8:13 AM IST

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳା ବ୍ୟବସ୍ଥା । ଏହା ବିରୋଧରେ ପ୍ରତିବାଦ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ବିରୋଧ କରିବା ସମୟରେ ପୋଲିସ ଷଡଯନ୍ତ୍ରର ଶିକାର ହୋଇଥିଲେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା । ଗିରଫ କରି ଜେଲ ପଠାଇଥିଲା ପୋଲିସ । ଅଧିକ ପଢନ୍ତୁ

ବେଲରେ ଜେଲରୁ ମୁକୁଳିଲେ ବିଜେପି ଯୁବନେତା, ଧର୍ମେନ୍ଦ୍ର-ଗୌତମ ଟ୍ୱିଟର ଲଢେଇ
ବେଲରେ ଜେଲରୁ ମୁକୁଳିଲେ ବିଜେପି ଯୁବନେତା, ଧର୍ମେନ୍ଦ୍ର-ଗୌତମ ଟ୍ୱିଟର ଲଢେଇ

ବେଲରେ ଜେଲରୁ ମୁକୁଳିଲେ ବିଜେପି ଯୁବନେତା, ଧର୍ମେନ୍ଦ୍ର-ଗୌତମ ଟ୍ୱିଟର ଲଢେଇ

ଭୁବନେଶ୍ବର/କଟକ: ପୋଲିସ-ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ ଘଟଣା । ଘଟଣାରେ ଗିରଫ ହୋଇଥିବା ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ମିଳିଛି ଜାମିନ । ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଜାମିନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ । ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ କରି ସତ୍ୟମେବ ଜୟତେ, ଧର୍ମର ଜୟ ବୋଲି କହିଥିବାବେଳେ ଗୌତମ କହିଛନ୍ତି ଅଭ୍ୟାସଗତ ଅପରାଧୀଙ୍କୁ ସମର୍ଥନ ଦୁର୍ଭାଗ୍ୟର କଥା ।

  • ଆଜି ମାନ୍ୟବର ହାଇକୋର୍ଟ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦେଶ ଆଇନବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ ।

    ସତ୍ୟମେବ ଜୟତେ,
    ଧର୍ମର ଜୟ

    — Dharmendra Pradhan (@dpradhanbjp) April 20, 2023 " class="align-text-top noRightClick twitterSection" data=" ">

ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ହୋଇଛି ଆଇନଶୃଙ୍ଖଳା ବ୍ୟବସ୍ଥା । ଏହା ବିରୋଧରେ ପ୍ରତିବାଦ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ବିରୋଧ କରିବା ସମୟରେ ପୋଲିସ ଷଡଯନ୍ତ୍ରର ଶିକାର ହୋଇଥିଲେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା । ଗିରଫ କରି ଜେଲ ପଠାଇଥିଲା ପୋଲିସ । ଜେଲ ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ମିଳିଛି ଜାମିନ । ମାମଲାରେ ଜାମିନ ମିଳିବା ପରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗତ ଫେବୃୟାରୀ ୨୮ ତାରିଖରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିଥିଲେ । ଏହି ସମୟରେ ପୋଲିସ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ସେମାନଙ୍କୁ ଜେଲ୍ ଯିବାକୁ ପଡିଥିଲା । ଏହି ଘଟଣାକୁ ୫୦ ଦିନରୁ ଉର୍ଦ୍ଧ୍ୱ ହେଲାଣି । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । କିନ୍ତୁ ପୋଲିସ ପ୍ରଶାସନ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ । ବରଂ ଅପରାଧୀ ଭାବରେ ବ୍ୟବହାର କରିଥିଲା । ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ହାଇକୋର୍ଟ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦେଶ ଆଇନ ବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ ।

ସେପଟେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ, ଜଣେ ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯୁକ୍ତ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀମାନେ ଜାମିନରେ ଜେଲରୁ ମୁକୁଳିଛନ୍ତି । ଫେବୃୟାରୀ ୨୮ ତାରିଖରେ ଏମାନେ ବିକ୍ଷୋଭ ନାଁରେ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ କିପରି ଆତଙ୍କ ସୃଷ୍ଟି କରିଥିଲେ, ତାହା ଓଡ଼ିଶାବାସୀ ଦେଖିଛନ୍ତି। ସେଦିନ ସେମାନଙ୍କ ବର୍ବରତାପୂର୍ଣ୍ଣ ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୨୧ ପୋଲିସ ଆହତ ହୋଇଥିଲେ ।

ଦୁର୍ଭାଗ୍ୟର ବିଷୟ ହେଲା, ଏଭଳି ଜଘନ୍ୟ ମାମଲାରେ ଲିପ୍ତ ଜଣେ ଆତଙ୍କ ସୃଷ୍ଟିକାରୀ ଅଭ୍ୟାସଗତ ଅପରାଧୀକୁ ବିଜେପିର କିଛି ନେତା ସମର୍ଥନ କରୁଛନ୍ତି । ଓଡ଼ିଶାବାସୀଙ୍କୁ ଅରାଜକ କହି ଜାତୀୟସ୍ତରରେ ଓଡ଼ିଶାକୁ ବଦନାମ କରୁଥିବା ଏହି ନେତାମାନେ ଜେଲ ଫେରନ୍ତା ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଇ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଓଡ଼ିଶାରେ ହିଂସାକୁ ଉସୁକାଉଥିବା ରାଜ୍ୟ ବିଜେପିର ଏହି ନେତାମାନଙ୍କୁ ସଚେତନ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରୁଥିଲେ । ଆଗକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଥିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.