ETV Bharat / state

OSSC Question Paper Leak: ସରକାରଙ୍କୁ ଛାତ୍ରଛାତ୍ରୀ କ୍ଷମା ଦେବେନି କହିଲେ ଶରତ - OSSC ପ୍ରଶ୍ନପତ୍ର ଲିକ୍‌

OSSC ଜେଇ(ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ନିଯୁକ୍ତି ସ୍କାମ୍‌ ରାଜ୍ୟ ପାଇଁ ଏକ ଭୟଙ୍କର ସ୍ଥିତି ଉପୁଯାଇଛି ବୋଲି ଅଭିଯୋଗ କରିଛି ଏବିଭିପି । ସେପଟେ ଛାତ୍ରଛାତ୍ରୀ ସରକାରଙ୍କୁ କ୍ଷମା ଦେବେନି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

OSSC Question Paper Leak
OSSC Question Paper Leak
author img

By

Published : Jul 28, 2023, 8:00 PM IST

OSSC Question Paper Leak

ଭୁବନେଶ୍ବର: OSSC ଜେଇ(ସିଭିଲ) ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟିଏ ପଟେ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ଅନ୍ୟପଟେ ନିଯୁକ୍ତି ସ୍କାମ ସାମ୍ନାକୁ ଆସିବା ରାଜ୍ୟ ପାଇଁ ଏକ ଭୟଙ୍କର ସ୍ଥିତି ଉପୁଜାଇଛି ବୋଲି ଅଭିଯୋଗ କରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟ ସଭାପତି ଅଭିଳାଷ ପଣ୍ଡା । ସେପଟେ ଏହି ମାମଲାର ବିହାର ଲିଙ୍କ୍‌ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ । ଆନ୍ତଃରାଜ୍ୟ ଲିଙ୍କ ମାମଲାରେ CBI ତଦନ୍ତ ଦାବି କରିଛି ବିଜେପି । ଅନ୍ୟପଟେ ବିଜେପି ଓ ବିଜେଡି ଭାଇ ଭାଇ ହୋଇ କେବଳ ଦାବି କଲେ କିଛି ଲାଭ ନାହିଁ, ମୂଳରୁ ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଚାକିରୀ ଆଶାରେ ରାଜ୍ୟର ହଜାର ହଜାର ବେକାର ଯୁବବର୍ଗ ବର୍ଷ ତମାମ ପରିଶ୍ରମ କରି ପରୀକ୍ଷା ଦେଉଛନ୍ତି । ହେଲେ OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଓ ଏଥିରେ ବିହାର ଲିଙ୍କ୍‌ ରହିଥିବା ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହାକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ରାଜ୍ୟ ସରକାରଙ୍କୁ ଘେରିଛି ଏବିଭିପି । ସଂଗଠନର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, "ରାଜ୍ୟରେ ଏକ ଚାକିରି ବିକା ସରକାର ଚାଲିଛି । ଏବେ ନୂଆ ବ୍ୟବସାୟ ଆରମ୍ଭ ହୋଇଛି ଓଡ଼ିଶାରେ । ଚାକିରିର ସମ୍ଭାବନାକୁ ସଙ୍କୁଚିତ କରାଗଲା । ମେଧାବୀ ଛାତ୍ରଛାତ୍ରୀମାନଙ୍କ ସ୍ବପ୍ନକୁ ଭାଙ୍ଗି ଦିଆଯାଉଛି । ଓଡ଼ିଶାରେ ଅସାଧୁ ବ୍ୟବସାୟୀ, ବାହାର ରାଜ୍ୟର କିଛି ଲୋକ ମିଶି ବେକାର ଯୁବକଯୁବତୀଙ୍କ ଭାଗ୍ୟ ସହ ଖେଳୁଛନ୍ତି । ପୋଲିସ ତଦନ୍ତ ନକରି କ୍ଲିନ୍‌ଚିଟ୍‌ ଦେଇଦେବାକୁ ସହଜରେ ଗ୍ରହଣ କରି ହେଉନି । ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭାଗ୍ୟକୁ ଅନ୍ଧାରକୁ ଠେଲି ଦିଆଯାଉଛି ।"

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । OSSC ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେପି ଏବଂ ବିଜେଡି ଭାଇ ଭାଇ । ପ୍ରଶ୍ନପତ୍ର ଲିକ୍‌ ଏବେ ନୁହେଁ, ଆଗରୁ ମଧ୍ୟ ହୋଇଛି । କିନ୍ତୁ ସରକାର କାହିଁକି ଚୁପ୍‌ ହୋଇ ବସିଛନ୍ତି ? ମୁଖ୍ୟମନ୍ତ୍ରୀ ଯଦି ଦକ୍ଷ ହୋଇଥାଆନ୍ତେ, ତେବେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ସରକାରଙ୍କୁ ଛାତ୍ରଛାତ୍ରୀ କେବେ କ୍ଷମା କରିବେ ନାହିଁ । ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ବିଜେପି ସିବିଆଇ ତଦନ୍ତ କଥା ଉଠାଉଛି, ଏଥିରେ କଣ ସମସ୍ୟାର ସମାଧାନ ହେବ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତ ନଷ୍ଟ ହେଇଗଲା । ବିଜେପି ଓ ବିଜେଡି ଖାଲି ଦାବି କରିଲେ କିଛି ହେବନାହିଁ । ମୂଳରୁ ସମସ୍ୟାର ସମାଧାନ କରିବା ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ...OSSC Paper Leak: ଗିରଫ ହେଲା ମାଷ୍ଟର ମାଇଣ୍ଡ, ପ୍ରିଣ୍ଟିଂପ୍ରେସ୍‌ରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

ଯଦିଓ ଏହି ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ୮ ଜଣଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ, ତଥାପି ଓଡିଶା ଷ୍ଟାଫ୍‌ ସିଲେକ୍ସନର ଏଥିରେ ହାତ ଥିବା ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ଏନେଇ ସିଧାସଳଖ ଷ୍ଟାଫ୍‌ ସିଲେକ୍ସନକୁ ଦାୟୀ କରିବା ସହ ଏହାର ବିନା ସମ୍ପୃକ୍ତରେ ଏପରି ଘଟିବା ଅସମ୍ଭବ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ତେବେ ସରକାର ଏହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ କହିଛନ୍ତି । ଏହାର ତଦନ୍ତ ପାଇଁ ରାଜ୍ୟ ସରକାର SIT ଗଠନ କରିବାକୁ ଦାବି କରିଛନ୍ତି ନିଶିକାନ୍ତ । କେବଳ ସେତିକି ନୁହେଁ, ହାଇକୋର୍ଟର ବିଚାରପତିଙ୍କ ପ୍ରତ୍ୟକ ତତ୍ତ୍ବାବଧାନରେ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.