ETV Bharat / state

ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗ: ତାତିଲେ ବିରୋଧୀ, କହିଲେ କ୍ଷମତା ଅନ୍ଧରେ ବଢିଛି ଅହଂକାର

author img

By ETV Bharat Odisha Team

Published : Sep 29, 2023, 10:03 PM IST

ଗୃହ ବିଭାଗର ଖର୍ଚ୍ଚ ବାବଦରେ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତ୍ତିକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଅଧିକ ପଢନ୍ତୁ

anti people remark to opposition
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର: ଗୃହ ବିଭାଗର ଖର୍ଚ୍ଚ ବାବଦରେ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତ୍ତିକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । "ବିକାଶ ଓ ଅପରାଧକୁ ନେଇ ଯିଏ ରାଜନୀତି କରିବେ, ସେମାନେ ବିଧାନସଭାକୁ ଆସିପାରିବେନି" ବୋଲି ମୁଖ୍ୟମନ୍ତ୍ରୀ ରଖିଥିବା ବକ୍ତବ୍ୟକୁ ନେଇ ତାତିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଧମକାଉଛନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ "ମୁଖ୍ୟମନ୍ତ୍ରୀ ଅଧିକ ବିକାଶକୁ ବିରୋଧ କରୁଥିବାରୁ ସେ ନଆସିବା ଉଚିତ" ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେପଟେ ବିରୋଧୀଙ୍କୁ କାଉଣ୍ଟର କରିଛି ବିଜେଡି ।

ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି , "ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି । ଯିଏ ମୋତେ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେ ଏମିତି ଅନେକ ଚେଷ୍ଟା କରିଛନ୍ତି । ନବୀନ ପଟ୍ଟନାୟକ ହେଲେ ସବୁଠୁ ବଡ଼ ଜନ ବିରୋଧୀ । ବିକାଶର ସବୁଠୁ ବଡ଼ ବାଧକ ହେଲେ ନବୀନ ପଟ୍ଟନାୟକ । ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ । ସେ ଯେମିତି ଜନ ବିରୋଧୀ କାମ କରିଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି । କିଏ ଜିତିବ କିଏ ହାରିବ ସେଇଟା ତାଙ୍କ ଉପରେ ନିର୍ଭର କରେନାହିଁ । ଜନତାଙ୍କ ଉପରେ ଏହା ନିର୍ଭର କରେ । ହୁଏତ ସେ ବୁଥ କ୍ୟାପଚର, ସରକାରୀ କଳର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି ।"

"ମୋତେ ବିଧାନସଭାରେ ପୁରାଇ ନଦେବାକୁ ମେଣ୍ଟ ଭାଙ୍ଗିବା ପରେ 2009 ରୁ ପ୍ଲାନ କରୁଛନ୍ତି । ଯିଏ ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ପୁରେଇ ନଦେବାକୁ ଚେଷ୍ଟା କରନ୍ତି ନବୀନ ପଟ୍ଟନାୟକ । ମୋ କ୍ଷେତ୍ରରେ 2014ରେ ସଫଳ ହୋଇଥିଲେ । 2019ରେ ବିଫଳ ହୋଇଥିଲେ । ବିଜୟ ମହାପାତ୍ର, ନଳିନୀ ମହାନ୍ତି, ପ୍ରଶାନ୍ତ ନନ୍ଦ ତାର ଉଦାହରଣ । ଲେଡି ଇନ୍ସପେକ୍ଟରଙ୍କ ସହ ମୁହାଁମୁହିଁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋତେ ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ଲେଡି ଇନ୍ସପେକ୍ଟର ଦାୟୀ । ତାଙ୍କର ଲେଡିସ ଅଞ୍ଚଳରେ ଡ୍ୟୁଟି ଥିଲା । ସେ କାହିଁକି ପୁରୁଷଙ୍କ ଅଞ୍ଚଳକୁ ଆସିଥିଲେ । କାହିଁକି ମୋ ଗୋଡ଼କୁ ସେ ଦଳି ଦେଲେ । ଆଜି ପର୍ଯ୍ୟନ୍ତ ମୋ ଗୋଡ଼ ଠିକ ହୋଇପାରିନାହିଁ । ଏହାର ତଦନ୍ତ ମୁଖ୍ୟମନ୍ତ୍ରୀ କରିଛନ୍ତି କି ?" ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି , " ବିକାଶକୁ ଯିଏ ବିରୋଧ କରେ ସେ ବିଧାନସଭା ନ ଆସିବା ଉଚିତ । ଏଥିରେ ମୁଁ ସହମତ । କିନ୍ତୁ ବିକାଶକୁ ବାଧା କିଏ ଦେଉଛି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ବିକାଶରେ ବାଧକ ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ବହୁତ ବିକାଶ ହୋଇଛି । କିନ୍ତୁ କେଜାଣି କାହିଁକି କିଛି ସମୟ ହେଲା ସେ ବିକାଶକୁ ବିରୋଧ କରୁଛନ୍ତି । ଉଦାହରଣ ଓ ପ୍ରମାଣ ବି ଅଛି । ସହରରେ ଥିବା ମହରାଣୀ ସାଗରକୁ ଦେଢ଼ ବର୍ଷ ହେଲା 20 କୋଟି ଟଙ୍କା ଦିଆଯାଇଛି । ତାଙ୍କ ନିର୍ଦ୍ଦେଶରେ ବିକାଶ କାର୍ଯ୍ୟ ବନ୍ଦ କରିଦିଆଯାଇଛି । ଶୁଭ ଦିଆଯାଇ ଏକ କେନ୍ଦ୍ରୀୟ ସଂସ୍ଥାକୁ କାମ କରିବାକୁ ଦିଆଯାଇଥିଲା । ସୁନ୍ଦର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ତାକୁ ବନ୍ଦ କରାଯାଇଛି ।"

ଏହା ବି ପଢନ୍ତୁ...ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲା ବିଜେପି, ସମର୍ଥନ ଦେଲା କଂଗ୍ରେସ

ସେ ଆହୁରି ମଧ୍ୟ କହିଛନ୍ତି, "ବିକାଶର ପ୍ରଥମେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ହେବା କଥା । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅନେକ ପୋଷ୍ଟ ଖାଲି ରହିଛି । ସ୍ୱାସ୍ଥ୍ୟ ସେବାରେ ଡାକ୍ତର ଓ ନର୍ସ ନାହାନ୍ତି । କୃଷି ମନ୍ତ୍ରୀ ସ୍ୱୀକାର କରିଛନ୍ତି ଓଡ଼ିଶାର କୃଷକମାନଙ୍କର ମାସିକ ଆୟ 5 ହଜାର 112 ଟଙ୍କା । କୃଷକର ବିକାଶ ହୋଇନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆଉ ନିର୍ବାଚିତ ହୋଇ ଆସିବା ଠିକ ନୁହେଁ ।"

ଜବାବରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି , '2000 ମସିହାରୁ ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିଲାଣି । କ୍ଷମତାକୁ ଆସିବା ଦିନଠୁ ସଂଖ୍ୟା ଗରିଷ୍ଠତା ପାଇଛି ବିଜେଡି । ଏଠି ଅହଂକାର କଥା କେଉଁଠୁ ଆସିଲା । ଆମେ କେବେ ଅହଂକାର ଦେଖାଇନାହୁଁ । ଆମେ ଅହଂକାର ଦେଖାଇଥିଲେ ଲୋକେ ଆମକୁ ଭୋଟ ଦେଇନଥାନ୍ତେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରିନଥାନ୍ତେ । ଏଠି ଅହଂକାରର ପ୍ରଶ୍ନ ଉଠୁନାହିଁ । ବିରୋଧୀ ଦଳଙ୍କର ଅହଂକାର ବଢିଯାଇଛି । ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.