ETV Bharat / state

ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ

author img

By ETV Bharat Odisha Team

Published : Sep 29, 2023, 9:56 PM IST

ଗୃହ ପରିଚାଳନାକୁ ନେଇ ବାଚସ୍ପତିଙ୍କ ଉପରେ ବର୍ଷିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ। ବାଚସ୍ପତି ନିରପେକ୍ଷ ହେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଅଧିକ ପଢନ୍ତୁ

opposition slams speaker
ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ

ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ

ଭୁବନେଶ୍ବର: ଗୃହ ପରିଚାଳନାକୁ ନେଇ ବାଚସ୍ପତିଙ୍କ ଉପରେ ବର୍ଷିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି,"ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହଁ । ବିଧାନସଭା ରୁଲ ଆଣ୍ଡ ପ୍ରୋସିଜିୟର ବିଷୟରେ ସେ କିଛି ଜାଣନ୍ତି ନାହିଁ । ବିଧାନସଭାରେ ବିରୋଧୀ ଦଳର ନେତାକୁ କୁହାଇ ନଦେବା, ତାଙ୍କ ମାଇକକୁ କାଟି ଦେବା ଘଟଣା ଘଟୁଛି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ କହିବାକୁ ଦିଆଗଲା । ନରସିଂହ ବରିଷ୍ଠ ନେତା କିମ୍ବା କଂଗ୍ରେସ ଦଳର ନେତା ହୋଇପାରନ୍ତି । କିନ୍ତୁ ସେ ସାଧାରଣ ସଦସ୍ୟ । ମୁଁ ବିଧାନସଭାର ବିରୋଧୀ ଦଳର ନେତା । ନରସିଂହ ଛିଡା ହେଲେ ତାଙ୍କୁ କହିବାକୁ ଦେଲେ । କିନ୍ତୁ ବିରୋଧୀ ଦଳର ନେତାଙ୍କୁ କହିବାକୁ ଦେଲେ ନାହିଁ । ପକ୍ଷ ପାତିତା କରିବା କେଉଁ ନିୟମରେ ଅଛି? ବିରୋଧ ପାଇଁ ଡାଲି କେବଳ ଗୋଟେ ପ୍ରତୀକ ଥିଲା । ଆମ ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଆମ ଡାଲି ଫୋପାଡ଼ି ନାହୁଁ ଆମେ ଉପହାର ଦେଇଛୁ । କେବଳ ତାଙ୍କୁ ସ୍ମରଣ କରାଇ ଦିଆଗଲା ଯେ, 2011ରେ ତାଙ୍କ ନାଁରେ ଡାଲି ନେଇ ଅଭିଯୋଗ ରହିଛି ।"

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ମହିଳାଙ୍କୁ ଅସମ୍ମାନ କଥା ଶାସକ ଦଳ ପକ୍ଷରୁ କୁହାଯାଉଛି । ହେଲେ ଆମେ କହିବୁ, ବାଚସ୍ପତିଙ୍କର ଲିଙ୍ଗ ନଥାଏ । ବିଜେଡି ନେତାଙ୍କ କଥାର ଅନ୍ତ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବିଜେଡି ଦଳ ମହିଳାଙ୍କୁ ଟାଣି ନେଇଛନ୍ତି । ସେମାନେ ବାଚସ୍ପତିଙ୍କୁ ଅସମ୍ମାନ କଥା କହୁଛନ୍ତି, ଚିନ୍ତାମଣି ଦ୍ୟାନ ସାମନ୍ତରା ବାଚସ୍ପତି ଥିବାବେଳେ ତାଙ୍କୁ ବାଡେଇ ବାଡେଇ କ୍ୱାର୍ଟର ପର୍ଯ୍ୟନ୍ତ ନେଇଯାଇଥିଲେ । ବିଧା ଗୋଇଠା ମାରିଥିଲେ । ଆମେ ତ ସେମିତି କିଛି କରିନୁ । ଆମେ ତ ଉପହାର ଦେଲୁ । ଉପହାରକୁ ସେମାନେ ଯଦି ଏମିତି ଭାବିବେ କେମିତି ହେବ । ବିଜେପିର ଦୁଇ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି । ସେନେଇ ଆମେ ପ୍ରତିବାଦ କରିବୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ସଂଖ୍ୟା ଗରିଷ୍ଠତା ଅହଂକାରରେ ଅନ୍ଧ ହୋଇ ଯଦି ହାତୀ ଭଳି ଶାରୀରିକ ଶକ୍ତି ନେଇ ପାଗଳାମୀ କରିବ ସେତେବେଳେ ତାକୁ କାବୁ କରିବା ପାଇଁ ଶଣ୍ଢୁଆଶୀ ବ୍ୟବହାର କରାଯିବ" ବୋଲି କହି କଟାକ୍ଷ କରିଛନ୍ତି ଜୟନାରାୟଣ। ଏହାସହ ବିଜେଡିର ବିଧାୟକଙ୍କୁ 'ଚାକର'ର ଆଖ୍ୟା ଦେଇ ତାତ୍ସଲ୍ୟ କରି କହିଛନ୍ତି, ଚାକର ବାକର, ଜରି ପକା, ମଞ୍ଚ ବନ୍ଧା ଲୋକମାନଙ୍କ କଥା କିଏ ଶୁଣୁଛି ? ନବୀନ ପଟ୍ଟନାୟକଙ୍କ ଲିଙ୍ଗ କଣ ଅଛି ପଚାରନ୍ତୁ ତ ? ଆମେ କେମିତି ମହିଳା ବିରୋଧୀ ହେଲୁ । ଆମେ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ । ଜଣେ ମହିଳାଙ୍କୁ ରାଷ୍ଟ୍ରପତି କରିଛୁ ।"

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି , "ବିଧାନସଭାରେ ସମ୍ପୂର୍ଣ୍ଣ ପକ୍ଷପାକ୍ଷିତା କରାଯାଉଛି । ଚଳିତ ଥର ବିଧାନସଭାରେ ମୋତେ କହିବାକୁ ସୁଯୋଗ ଦିଆଯାଉନାହିଁ । ଯେତେବେଳେ ଗୋଟିଏ ବିଲ ପାରିତ ହେବା ଲାଗି ଆସେ ସେତେବେଳେ ଆଲୋଚନା ହୁଏ । ଏ ବିଷୟରେ ମୁଁ କହିବି ବୋଲି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକରେ କହିଥିଲି । ନଗର ଉନ୍ନୟନ ବିଭାଗର ଯେଉଁ ବିଲ ଆସିଥିଲା ତାହା ଉପରେ କହିବି ବୋଲି ମୁଁ ସୂଚନା ଦେଇଛି । ହେଲେ ମୋତେ କହିବାକୁ ସୁଯୋଗ ଦେଲେ ନାହିଁ । ବିନା ଆଲୋଚନାରେ ବିଲ ପାସ ହେଲା। ଗତକାଲିର ଘଟଣା ମୋ ଜୀବନର ପ୍ରଥମ ଅଭିଜ୍ଞତା । ପଏଣ୍ଟ ଅଫ ଅର୍ଡର ମୁଁ ମାଗୁଛି । ହେଲେ ବାଚସ୍ପତି ଦେଲେ ନାହିଁ । ତାପରେ ସରକାରୀ ଦଳର ସଦସ୍ୟ ପାଟି କରିବାରୁ ତାପରେ ବାଚସ୍ପତି ଦେଲେ । ବାଚସ୍ପତି ନିରପେକ୍ଷ ହେଉନାହାନ୍ତି । ସରକାରୀ ଦଳ ବି ଏହା ଅନୁଭବ କଲେ ।"

ଏହା ବି ପଢନ୍ତୁ...ସମ୍ବେଦନଶୀଳ ମାମଲାର ରାଜନୀତିକରଣ ଦୁଃଖଦାୟକ: ମୁଖ୍ୟମନ୍ତ୍ରୀ

ଅପରପକ୍ଷେ, ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି , "ଗତକାଲି ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଧାନସଭା ଆରମ୍ଭରୁ ବିରୋଧୀ ଦଳର ଯେଉଁ ଭୂମିକା ବା ଗଠନ ମୂଳକ କାର୍ଯ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ ଦେଖୁଛୁ । ବିଧାନସଭାକୁ ଚଳାଇ ନଦେବା ଲାଗି ବିରୋଧୀ ମୂଳରୁ ସଂକଳ୍ପ ନେଇ ଆସିଥିବା ଭଳି ଲାଗୁଛି । ଗତକାଲି ଯେଉଁ ଘଟଣା ଘଟିଛି, ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ । ବିଧାନସଭା ବାଚସ୍ପତିଙ୍କ ଆସନ ବ୍ୟକ୍ତିଗତ କାହାର ନୁହେଁ । ତାହା ଏକ ସାମ୍ବିଧାନିକ ଆସନ । ସେ ଚେୟାରକୁ ସମ୍ମାନ ଜଣାଇବା ସବୁ ସଦସ୍ୟଙ୍କ ପରମ କର୍ତ୍ତବ୍ୟ । ବିରୋଧୀ ତାଙ୍କର ଚେୟାର ଛାଡିଲେ ଠିକ ଅଛି । ନାରା ବାଜି କଲେ ଠିକ ଅଛି । ଗୃହ କାର୍ଯ୍ୟରେ ସାମିଲ ନହେବାକୁ ବି ଆମେ କିଛି କହୁନାହୁଁ । ତାହା ତାଙ୍କ ଦଳର ନିଷ୍ପତ୍ତି ଓ କାର୍ଯ୍ୟକ୍ରମ । କିନ୍ତୁ ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ । ସେଥିପାଇଁ ବାଚସ୍ପତି 2 ଜଣ ସଦସ୍ୟଙ୍କୁ ସସପେଣ୍ଡ କରିଛନ୍ତି । ଏହି ଘଟଣାକୁ ଆମେ ନିନ୍ଦା କରୁଛୁ। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.