ଭୁବନେଶ୍ବର: ଓଡ଼ିଶାର ଭୂମିପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ହେଉଛି ୧୦୭ତମ ଜୟନ୍ତୀ । ଏହା ସହିତ ପଞ୍ଚାୟତି ରାଜ ଦିବସ ମଧ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଜି ମାରାଥାନ କାର୍ଯ୍ୟକ୍ରମ କରିବା ସହ ସେ ପଶ୍ଚିମ ଓଡ଼ିଶାକୁ ମଧ୍ୟ ଗସ୍ତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ରାଜନୀତି ଗନ୍ଧ ବାରିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନିଜ ଗସ୍ତ ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଲଲିପପ୍ ଦେଖାଇଛନ୍ତି ବୋଲି କହିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀ ସରକାରୀ ଅର୍ଥରେ ଦଳର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
-
ପ୍ରଶ୍ନ ୩ - ଆପଣ କଳାହାଣ୍ଡି ଆସି ଲଲିପପ୍ ସଦୃଶ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ଘୋଷଣା କରିକି ଯାଇଥିଲେ ସେ ସବୁ ପ୍ରକଳ୍ପ ର ସ୍ଥିତି କଣ ଆପଣଙ୍କ ପାଖରେ ଖବର ଅଛି ତ ?
— Pradipta Kumar Naik (@pradiptanaikbjp) March 5, 2023 " class="align-text-top noRightClick twitterSection" data="
ପ୍ରଶ୍ନ ୪ - ଚାଷୀଙ୍କ ଉତ୍ପାଦିତ ଶସ୍ୟ ପନିପରିବା ସଂରକ୍ଷଣ ପାଇଁ କଳାହାଣ୍ଡି ଜିଲ୍ଲା ରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କେବେ ହେବ ?
">ପ୍ରଶ୍ନ ୩ - ଆପଣ କଳାହାଣ୍ଡି ଆସି ଲଲିପପ୍ ସଦୃଶ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ଘୋଷଣା କରିକି ଯାଇଥିଲେ ସେ ସବୁ ପ୍ରକଳ୍ପ ର ସ୍ଥିତି କଣ ଆପଣଙ୍କ ପାଖରେ ଖବର ଅଛି ତ ?
— Pradipta Kumar Naik (@pradiptanaikbjp) March 5, 2023
ପ୍ରଶ୍ନ ୪ - ଚାଷୀଙ୍କ ଉତ୍ପାଦିତ ଶସ୍ୟ ପନିପରିବା ସଂରକ୍ଷଣ ପାଇଁ କଳାହାଣ୍ଡି ଜିଲ୍ଲା ରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କେବେ ହେବ ?ପ୍ରଶ୍ନ ୩ - ଆପଣ କଳାହାଣ୍ଡି ଆସି ଲଲିପପ୍ ସଦୃଶ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ଘୋଷଣା କରିକି ଯାଇଥିଲେ ସେ ସବୁ ପ୍ରକଳ୍ପ ର ସ୍ଥିତି କଣ ଆପଣଙ୍କ ପାଖରେ ଖବର ଅଛି ତ ?
— Pradipta Kumar Naik (@pradiptanaikbjp) March 5, 2023
ପ୍ରଶ୍ନ ୪ - ଚାଷୀଙ୍କ ଉତ୍ପାଦିତ ଶସ୍ୟ ପନିପରିବା ସଂରକ୍ଷଣ ପାଇଁ କଳାହାଣ୍ଡି ଜିଲ୍ଲା ରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ, ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କେବେ ହେବ ?
ଆଜି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ମାରାଥନ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ବିଜୁ ଏକ୍ସପ୍ରେସ ୱେ, ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ବିମାନ ଉଡାନ ଭଳି ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ରାଜନୀତିର ଗନ୍ଧ ବାରିଛି ବିରୋଧୀ । ପଶ୍ଚିମ ଓଡ଼ିଶାକୁ ଲଲିପପ୍ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ ଆଣିଛି ବିଜେପି । ବିଜେପି ନେତା ପ୍ରଦୀପ୍ତ ନାୟକ ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ କରି କହିଛନ୍ତି, "କେତୋଟି ପ୍ରକଳ୍ପ ସାରିଛନ୍ତି ମୁଖ୍ୟମନ୍ତ୍ରୀ, ୨୩ ବର୍ଷର ଶାସନରେ କଳାହାଣ୍ଡିର ଆଖିଦୃଶିଆ ଉନ୍ନତି ହୋଇନାହିଁ । ସୋହେଲା ସମାବେଶରେ ନିରାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୦୨୧ରେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ କେତୋଟି ପ୍ରକଳ୍ପ ସାରିଛନ୍ତି ତାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।"
ଏହା ବି ପଢନ୍ତୁ- ୫ରେ ପଞ୍ଚାୟତିରାଜ ଦିବସ ଓ ବିଜୁ ଜୟନ୍ତୀ, ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ
କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି। ଆଗକୁ ନିର୍ବାଚନ ଆସୁଥିବାରୁ କେବଳ ଡ୍ରାମା ଏବଂ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି କଂଗ୍ରେସ କହିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଗକୁ ନିର୍ବାଚନ ଆସୁଛି । ଖାଲି ଭୋଟ ପାଇଁ ରାଜନୀତି ହେଉଛି । ନବୀନ ବାବୁ ସରକାରୀ ଅର୍ଥରେ ଦଳର ପ୍ରଚାରପ୍ରସାର କରୁଛନ୍ତି । ବରଗଡ଼ ଜିଲ୍ଲାରେ କଣ ବିକାଶ ହୋଇଛି ସମସ୍ତେ ଜାଣିଛନ୍ତି । ଦଳୀୟ ସଂଗଠନ ପାଇଁ ବୁଲୁଛନ୍ତି ନବୀନ । ତେବେ AICC ନିର୍ଦ୍ଦେଶ ରହିଛି ଆଗକୁ କଂଗ୍ରେସ ଅଧିକ ସୁଦୃଢ ହେବ।"
ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ ଆଣିଛି । ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟରେ କିଛି ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ମୋଟ ୮ଟି କାର୍ଯ୍ୟକ୍ରମ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର