ETV Bharat / state

ବିରୋଧୀଙ୍କ ଅଭିଯୋଗ: ବଢୁଛି ବଜେଟ ଆକାର, ଖର୍ଚ୍ଚ କରିପାରୁନାହାନ୍ତି ସରକାର

author img

By ETV Bharat Odisha Team

Published : Sep 23, 2023, 4:37 PM IST

ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନୀତି ଉପରେ ବିରୋଧୀଙ୍କ ପ୍ରଶ୍ନ । ଚଳିତ ଆର୍ଥିକ ବର୍ଷରେ ୨.୩୦ ଲକ୍ଷ କୋଟି ଟଙ୍କାର ମୂଳ ବଜେଟରୁ ମାତ୍ର ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ପୁଣି ଥରେ ସରକାର ୨୮୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବାର ଆବଶ୍ୟକତା କ’ଣ ଥିଲା ? ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ପାଇଁ ୨୮୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ଫଳରେ ଚଳିତ ଆର୍ଥିକ ବର୍ଷରେ ବଜେଟ ପରିମାଣ ୨ ଲକ୍ଷ ୫୮ ହଜାର ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ସରକାର ବିଧାନସଭାରେ ଅତିରିକ୍ତ ବଜେଟକୁ ପାରିତ କରାଇନେବେ । ହେଲେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନୀତି ଉପରେ ପ୍ରଶ୍ନ କରିଛନ୍ତି ବିରୋଧୀ । କାରଣ ମୂଳ ବଜେଟରେ ଆବଣ୍ଟିତ ୨.୩୦ ଲକ୍ଷ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୨୬.୩୧ ପ୍ରତିଶତ । ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଏତିକି ଅର୍ଥ ଖର୍ଚ୍ଚ କରିବାରେ ସରକାର ସକ୍ଷମ ହୋଇଛନ୍ତି ।

ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟ ବାବଦରେ ମାତ୍ର ୬୦,୫୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଯାହା ମୋଟ ବଜେଟର ମାତ୍ର ୨୬.୩୧ % ରହିଛି । ଏହା ଉପରେ ରାଜ୍ୟ ସରକାର ୨୮୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟୟ ବରାଦ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦରୁ ମାତ୍ର ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ମାସ ରହିଛି । ଏହି ସମୟ ମଧ୍ୟରେ ଅତିରିକ୍ତ ବିଜେଟ ବ୍ୟୟ ବରାଦକୁ ମିଶାଇ ପ୍ରାୟ ୨ ଲକ୍ଷ କୋଟି ଟଙ୍କାକୁ କିଭଳି ଖର୍ଚ୍ଚ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- Supplementary Budget: 28200 କୋଟିର ଅତିରିକ୍ତ ବଜେଟ, ଆମ ଓଡିଶା ନବୀନ ଓଡିଶାକୁ 1302 କୋଟି

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ୨୦୨୩ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ ପ୍ରଶାସନିକ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ । ଅଗଷ୍ଟ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବାବଦରେ ୩୪୩୦୩ କୋଟି ଖର୍ଚ୍ଚ ହୋଇଛି । ମୂଳ ବଜେଟରେ ଆକଳନ ହୋଇଥିବା ଟିକସ ସଂଗ୍ରହ କରିବାରେ ସରକାର ସକ୍ଷମ ହୋଇଛନ୍ତି । କିନ୍ତୁ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ଆଖିଦୃଶିଆ ସଫଳତା ପାଇନାହାନ୍ତି । ଚଳିତ ବର୍ଷ ବଜେଟରେ ନିଜସ୍ବ ଟିକସ ରାଜସ୍ବ ବାବଦରେ ୫୩ ହଜାର କୋଟି ଟଙ୍କା ଆକଳନ କରିଥିଲେ । କିନ୍ତୁ ସେଥିରୁ ୩୮ ପ୍ରତିଶତ ବା ୨୦୧୩୧ କୋଟି ଟଙ୍କା ସଂଗ୍ରହ ହୋଇଛି ।

ଏହା ବି ପଢନ୍ତୁ- Budget Session: ସ୍ବାଭାବିକ ହେଲା ଗୃହକାର୍ଯ୍ୟ, ଗୃହରେ ଉଠିଲା ଋଣଭାର ପ୍ରସଙ୍ଗ

ସେହିପରି ଅଣଟିକସ ରାଜସ୍ବରେ ୫୨୫୦୦ କୋଟି ଆକଳନ ହୋଇଥିଲା । ସେଥିରୁ ୨୧୧୦୦ କୋଟି ସଂଗ୍ରହ ହୋଇଛି । ନିଜସ୍ବ ଟିକସ ଓ ଅଣଟିକସ ରାଜସ୍ବ ବାବଦରେ ମୋଟ ୧୦୫୫୦୦ କୋଟି ଟଙ୍କା ମଧ୍ୟରୁ ଅଗଷ୍ଟ ଶେଷ ସୁଦ୍ଧା ୪୧୨୩୧ କୋଟି ଟିକସ ସଂଗ୍ରହ ହୋଇଛି । ସେହିପରି କେନ୍ଦ୍ର ଅନୁଦାନ, ଅଂଶଧନ ଓ ଟିକସରେ ଭାଗିଦାର ବାବଦରେ ମୋଟ ଆକଳନର ୨୯.୮% ମିଳିଛି । ଅର୍ଥାତ ୨୩୫୩୫କୋଟି ଟଙ୍କା ମିଳିଛି । ଚଳିତ ଆର୍ଥିକ ବର୍ଷରେ ୨.୩୦ ଲକ୍ଷ କୋଟି ଟଙ୍କାର ମୂଳ ବଜେଟରୁ ମାତ୍ର ୬୦୫୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତାହା ପୁଣି ପ୍ରଥମ ୫ ମାସ ମଧ୍ୟରେ ଖର୍ଚ୍ଚ ହୋଇଛି । ପୁଣି ଥରେ ସରକାର ୨୮୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବାର ଆବଶ୍ୟକତା କ’ଣ ଥିଲା ବୋଲି ପ୍ରଶ୍ନ ଉଠୁଛି ।

ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା, ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟ ବରାଦ ଏବଂ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଲାଗି ଅତିରିକ୍ତ ବଜେଟ ଉପସ୍ଥାପନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ FRBM ଆକ୍ଟ ଲାଗୁଥିବା ସତ୍ତ୍ବେ ବଜେଟ ଅର୍ଥ ପ୍ରଥମ ୫ ମାସ ପରେ ୨୫ ପ୍ରତିଶତରୁ ଟିକେ ଅଧିକ ଖର୍ଚ୍ଚ ହୋଇଛି । ଯାହା ସରକାରଙ୍କ ଦୁର୍ବଳ ଆର୍ଥିକ ନୀତିକୁ ପଦାରେ ପକାଇଛି ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.