ETV Bharat / state

IT Raid on DN Homes: ଶାସକ ଦଳ ଓ ସରକାରୀ ଅଧିକାରୀଙ୍କ ଛତ୍ରଛାୟାରେ ସଂସ୍ଥା ! - ଡିଏନ ହୋମ୍ସ

ଡିଏନ ହୋମ୍ସରେ ଲାଗିଛି କାହା ଟଙ୍କା ? ଶାସକ ଦଳ ଓ ସରକାରୀ ଅଧିକାରୀଙ୍କ ଛାତ୍ରଛାୟାରେ ସଂସ୍ଥା ଥିବା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 6, 2023, 8:58 PM IST

Updated : Jul 6, 2023, 9:08 PM IST

IT Raid on DN Homes: ଶାସକ ଦଳ ଓ ସରକାରୀ ଅଧିକାରୀଙ୍କ ଛତ୍ରଛାୟାରେ ସଂସ୍ଥା !

ଭୁବନେଶ୍ବର: ଡିଏନ ହୋମ୍ସ ସଂସ୍ଥା ଉପରେ ଜାରି ରହିଛି ଆୟକର ଚଢ଼ାଉ । ସଂସ୍ଥାର ବିଭିନ୍ନ କର୍ମଚାରୀଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ଦୁଇ ଦିନ ଧରି ଚାଲିଥିବା ରେଡ଼ରେ 100 କୋଟି ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କୁହାଯାଉଛି । ସେହିପରି କୋଟିଏରୁ ଊର୍ଦ୍ଧ୍ବ ନକଲି ଟଙ୍କା ମିଳିଥିବା କଥା କୁହାଯାଉଛି । ଯାହାକୁ ନେଇ ମୌସୁମୀରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ଶାସକ ଦଳ ନେତା ଓ ସରକାରୀ କର୍ମଚାରୀଙ୍କ ଟଙ୍କା ସଂସ୍ଥାରେ ବିନିଯୋଗ ହୋଇଥିବା ଅଭିଯୋଗ ହେଉଛି । ସେପଟେ ଅଭିଯୋଗର ଜବାବ ରଖିଛି ଶାସକ ଦଳ ବିଜେଡି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଦୁଇ ଦିନ ହେଲା ଡ଼ିଏନ ହୋମ୍ସ କମ୍ପାନୀରେ ରେଡ ଜାରି ରହିଛି । ସେଠାରୁ କୋଟି କୋଟି ଟଙ୍କାର ନଗଦ ରାଶି ଜବତ ହୋଇଛି । ଏହା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଆଗକୁ ମଧ୍ୟ କୋଟି କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି । ତେବେ ବଡ଼ ପ୍ରଶ୍ନ ହେଉଛି ଏହି କୋଟି କୋଟି ଟଙ୍କା କାହାର ? କେଉଁ ଦଳର ନେତା ଓ କେଉଁ ସରକାରୀ ଅଧିକାରୀ ସଂସ୍ଥାରେ ଟଙ୍କା ବିନିଯୋଗ କରିଥିଲେ । ଲୋକେ କହୁଛନ୍ତି, ଏ ଟଙ୍କା ପଛରେ ଅଛନ୍ତି ବଡ଼ ବଡ଼ ଅଫିସର ଓ ଶାସକ ଦଳର ନେତା ।"

ଏହା ବି ପଢନ୍ତୁ- IT Raid on DN Group: BJPର ସାଙ୍ଘାତିକ ଅଭିଯୋଗ, ବ୍ୟବସାୟୀଙ୍କ ସହ ରହିଛି 3ୟ ମହଲାର ଲିଙ୍କ୍

ସେ ଆହୁରି କହିଛନ୍ତି ଯେ ନିର୍ବାଚନରେ ଖଟେଇବା ପାଇଁ ଏ ଟଙ୍କା ରଖାଯାଇଥିଲା । ଆଇଟି ଖବର ପାଇ ରେଡ କରିଛି । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଏ ଟଙ୍କା ତାର ଖୁଲାସା ହେବା ଦରକାର । ଓଡ଼ିଶା ଭଳି ଗରିବ ରାଜ୍ୟରେ ଏତେ ଏତେ କ୍ୟାସ ମିଳିବା ବହୁତ ବଡ଼ କଥା । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ । ଏହା ଛଡା ଆଉ କେଉଁ କେଉଁ ଜାଗାରେ ଟଙ୍କା ଲଗା ଯାଇଛି ତାର ତଥ୍ୟ ସାମ୍ନାକୁ ଆସିବା ଦରକାର । ସେହିପରି ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି, "ଲୋକ ବିଭିନ୍ନ କଥା କହିବେ । ରେଡରେ ରାଜନୈତିକ ସମ୍ପର୍କ ରହିଥିବା କୁହାଯାଉଛି । ଇଡ଼ି, ସିବିଆଇକୁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୁଏ । ସେମାନଙ୍କୁ ପ୍ରଶ୍ନ ଏତେ ଟଙ୍କା ସେ ଠୁଳେଇଲେ କେମିତି ? ରାଜସ୍ବ କିମ୍ବା ଲୋକଙ୍କ ଠାରୁ ଲୁଟ ଟଙ୍କା ନହୋଇଥିଲେ ଏତେ ଟଙ୍କା ଆସିନଥାନ୍ତା । ଲୋକେ ମେଡ଼ିସିନ ଓ ଖାଦ୍ୟ ପାଉନାହାନ୍ତି ।"

ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ପଡୁଛି । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ବହୁତ କଥା କୁହାଯାଉଛି । କଂଗ୍ରେସ ଓ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ । ଭାଗିରଥୀ କହିଛନ୍ତି ଯେ ଆଇଟି ରେଡ଼ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଆଇଟି ରେଡ଼ରେ ଯିଏ ପଡିବ ସେ ତା କଥା ବୁଝିବ । ମୁଖ୍ୟମନ୍ତ୍ରୀ କାହାକୁ କେବେ ସପୋର୍ଟ କରନ୍ତି ନାହିଁ । ଆଇନ ତା ବାଟରେ ଯିବ । ବିଜେପି କଂଗ୍ରେସ ସମ୍ପୂର୍ଣ୍ଣ ମିଥ୍ୟା କଥା କହୁଛନ୍ତି । ବିଜେଡି ଇଙ୍ଗିତରେ କୌଣସି କାମ ହେଉ ନାହିଁ ବୋଲି କହିଛନ୍ତି ଭାଗିରଥୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2023, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.