ଭୁବନେଶ୍ବର : ରାଜଧାନୀରେ ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ । ଆଉ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨୦୦୦ ଅଟୋ ଚାଳକ । ଗାନ୍ଧୀମାର୍ଗରୁ ରାଜଭବନ ଓ ବାଣୀବିହାର ଦେଇ ଅଟୋ ନେଇ ଶୋଭାଯାତ୍ରାରେ କରିଥିଲେ ଅନଲାଇନ ଅଟୋ ଚାଳକ । ଆଉ ଆଚାର୍ଯ୍ୟବିହାରରେ ଥିବା ରାଜ୍ୟ ପରିବହନ ବିଭାଗରେ ଯାଇ ଦାବିପତ୍ର ଦେଇଛନ୍ତି ।
ଭୁବନେଶ୍ବରରେ ଚାଲିଥିବା ଅନ୍ଲାଇନ ବାଇକ୍ର ପରମିଟ, ଫିଟ୍ନେସ ଓ ଡ୍ରାଇଭିଂ ଲାଇସେନ୍ସ ନଥାଇ ସେମାନେ ଯାତ୍ରୀ ନେବା ଆଣିବା କରୁଛନ୍ତି । ଯାହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । କିନ୍ତୁ ଏସବୁ ଥାଇ ମଧ୍ୟ ଯାତ୍ରୀ ଅନଲାଇନରେ ବାଇକ୍ ମନୋନୀତ କରୁଛନ୍ତି ।
ଏହାକୁ ନେଇ ଆନ୍ଦୋଳନକାରୀ କହିଛନ୍ତି, "ଏହାଦ୍ବାରା ଆମେ ଲାଇସେନ୍ସ ସହ ଟ୍ୟାକ୍ସ ଦେଉଥିବାରୁ ଆମ ବେପାର ମାନ୍ଦା ପଡୁଛି । ତେଣୁ ଏମାନଙ୍କର ସମସ୍ତ ପର୍ମିଟ୍କୁ କମର୍ସିଆଲ କରାଯାଉ । ଏପରି ହେଲେ ଯାତ୍ରୀଙ୍କ ସୁରକ୍ଷା ସହ ଆମେ ସମସ୍ତେ ସମାନ ହୋଇପାରିବୁ । ଯାହା ଆମ ଜୀବିକାକୁ ବଞ୍ଚାଇଦେବ ।"
ତାହା ନହେଲେ ଅନଲାଇନ ବାଇକ ଚାଳକ ବେପାର କରିବେ ଆଉ ଅଟୋ ଚାଳକ ପରିବାର ଭାସିଯିବ । ଏହାସହ ହକି ସମୟରେ ମନଇଛା ବା ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଅଟୋ ରଖିବା ପାଇଁ BMC ମନା କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଅଟୋଚାଳକ । ତେଣୁ ସେମାନେ ଦାବି କରିଛନ୍ତି ଯେ, ହକି ପାଇଁ ଉଦ୍ଦିଷ୍ଟ ସବୁ ନିୟମ ମାନିବେ । କିନ୍ତୁ ଜୀବିକା ପାଇଁ ପାସେଞ୍ଜରଙ୍କୁ ଗାଡିରେ ଉଠାଇ ପାରିବାର ଅନୁମତି ଦିଆଯାଉ ବୋଲି ଦାବି କରିଛି ସଂଘ ।
ଇଟିଭି ଭାରତ, ଭୁବନେଶ୍ବର