ETV Bharat / state

ରାଜଧାନୀରେ ଦାଦାବଟିର ନୂଆ ଟ୍ରିକ୍, ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି - ବଟି ଆଦାୟର ନୂଆ ଫର୍ମୁଲା

ରାଜଧାନୀରେ ଘରଟିଏ ତୋଳିବାକୁ ଚାହିଁଲେ ଦେବାକୁ ପଡୁଛି ଦାଦା ବଟି । ଏଭଳି ଅଭିଯୋଗ ପରେ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି
ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି
author img

By

Published : Mar 14, 2023, 8:59 AM IST

ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି

ଭୁବନେଶ୍ବର: ରାଜଧାନୀରେ ଏବେ ବଟି ଆଦାୟର ନୂଆ ଫର୍ମୁଲା । ଘରଟିଏ ତୋଳିବାକୁ ଚାହିଁଲେ ହେବାକୁ ପଡୁଛି ହିନସ୍ତା । ଯେଉଁଠି ଆପଣ ସ୍ବପ୍ନର ଘର ତୋଳିବାକୁ ଚାହୁଁଛନ୍ତି, ସେଠି ଏବେ ମାତିଛନ୍ତି ଲୋକାଲ ଦାଦା । ଯେଉଁ ଏରିଆରେ ଘର ତୋଳିବେ ସେଠାକାର ଦାଦାଙ୍କ ଅନୁମତି ଦରକାର । ନଚେତ ଘର ତୋଳିବା ତ ଦୂରର କଥା ଆପଣଙ୍କ ଜମିକୁ ଯିବାକୁ ରାସ୍ତା ବି ଦେଉନାହାନ୍ତି । ରାତି ଅଧିଆ ଇଟା ଗୋଡ଼ି ସିମେଣ୍ଟ ଚୋରି କରିନେଇ ହଇରାଣ ହରକତ କରୁଛନ୍ତି । ଏପରିକି ମରଣାନ୍ତକ ଆକ୍ରମଣ ପାଇଁ ପଛାଉନାହାନ୍ତି । ଯାହାର ଏକ ଅଭିଯୋଗ ନେଇ ଜଣେ ଗିରଫ ହବା ପରେ ସାମ୍ନାକୁ ଆସିଛି ଘଟଣା । ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଗୋପାଳ ବେହେରା, ଘର ଓଗଳପଡା ବୋଲି ଜଣାପଡିଛି ।

ରାଜଧାନୀରେ ଦାଦାବଟିର ନୂଆ ଟ୍ରିକ୍
ରାଜଧାନୀରେ ଦାଦାବଟିର ନୂଆ ଟ୍ରିକ୍

ସୂଚନା ମୁତାବକ ଅଭିଯୋଗକାରୀ ଗଗନ ବିହାରୀ ସାହୁ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ନିଜ ଜମିରେ ଘର କରିବାକୁ ଆସି ଘର କାମ ପାଇଁ ପୂଜା କରି ଘର ଅନୁକୂଳ କରିଥିଲେ । ପରେ ଦିନକ ପରେ ଲୋକାଲ ଦାଦା ଗୋପାଳ ବେହେରା ଆସି ତାଙ୍କୁ ୩ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଏପରିକି ଏଠି ଘର କରିବାକୁ ଚାହିଁଲେ ସେମାନଙ୍କ ସହ ଭଲ ସମ୍ପର୍କ ରଖିବାକୁ ପଡିବ ବୋଲି କହିଥିଲେ । ତେବେ ଏହି ୩ ଲକ୍ଷ କେବଳ ତାଙ୍କ ନିଜ ପାଇଁ ନୁହେଁ ଏଥିପାଇଁ ସେଠାକାର ନିୟମ ଯିଏ ଘର କରିବ ସେ ଆସୋସିଏସନକୁ ଚାନ୍ଦା ବାବଦରେ ଏପରି ଦେବ ବୋଲି କହିଥିଲେ । ଏନେଇ ଅଭିଯୋଗକାରୀ ମନା କରିବାରୁ ତାଙ୍କୁ ତାଙ୍କ ଜମିକୁ ଯିବା ପାଇଁ ବାଟକୁ ଜେସିବି ଲଗାଇ ଖୋଳି ବନ୍ଦ କରି ଦିଆଯାଇଥିଲା ।

ପରେ ଅନ୍ୟ ଏକ ବାଟ କରିବାରୁ ବାଟ ମଝିରେ ମୋରମ ପକାଇ ବାଟ ଓଗାଳି ହିନସ୍ତା କଲେ । ଏପରିକି ଘର ତିଆରି ପାଇଁ ଯାହା ବାଲି ଓ ଚିପ୍ସ ପକାଇଲେ ତାକୁ ସେଠାରୁ ରାତି ଅଧିଆ ଗାଏବ କଲେ । ଏପରିକି ଭଲରେ ଘର କରିବାକୁ ଚାହିଁଲେ ଏପରି ନିୟମ ପାଳିବାକୁ ପଡ଼ିବ ବୋଲି କହି ଏକ ରଡରେ ମରଣାନ୍ତକ ଆକ୍ରମଣ କରି ଧମକ ଦେଇଥିଲେ । ଯାହାକୁ ନେଇ ଇନଫୋଭ୍ୟାଲି ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ ପରେ ଘଟଣା ସାମ୍ନାକୁ ଆସିଛି । ଏନେଇ ଏସିପି ରଜତ ରାୟ କହିଛନ୍ତି, "ଏନେଇ ଆମର 'ଦାଦାବଟିକୁ ନା' ଅଭିଯାନ ଜାରି ରହିଛି । ଯେ କେହି ବି ଆସି ଅଭିଯୋଗ କରିବ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ।"

ତେବେ କେବଳ ଇନଫୋଭ୍ୟାଲି ଥାନା ନୁହେଁ, ରାଜଧାନୀର ପ୍ରତ୍ୟେକ ଥାନା ଅଞ୍ଚଳରେ ଏବେ ଏହିଭଳି ଘଟଣା ଘଟୁଛି । ଲୋକାଲ ଗୁଣ୍ଡା ଓ ଦାଦାଙ୍କ ଭୟରେ କେହି ଥାନାକୁ ଆସୁନାହାନ୍ତି ତ ଆଉକେହି ଅଭିଯୋଗ କଲେ ବି ଥାନାରୁ ନିରାଶ ହେବାକୁ ପଡୁଛି । ଏପରିକି ଲୋକାଲ ଦାଦାଙ୍କ ଉତ୍ପାତ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁଠି ପାଖାପାଖି ସବୁ ଗାଁ ରହିଛି ସେଠାରେ ଅଧିକ ଉତ୍ପାତ କରୁଛନ୍ତି ଗାଁ ପିଲା ‌। ଜାଗାର ମାଲିକ ଟିଏ ଏଥିପାଇଁ ନିଜ ଜାଗାରେ ପଥର ବା ଇଟାଟିଏ ପକାଇଲେ ଲୋକାଲ ଦାଦାଙ୍କ ଅନୁମତି ନେବାକୁ ପଡୁଛି । ଏପରିକି ତାଙ୍କ ମାଧ୍ୟମରେ ପଥର କାହାଠୁ କିଣିବେ ବା ଇଟା କିଣିବେ, ଗାଡି କାହାର ଭଡ଼ାରେ ନେଇ ସିମେଣ୍ଟ ଛଡ଼ ଓ ଗୋଡ଼ି ପକାଇବେ, ଏପରିକି ବାଲିଘାଟରୁ ତାଙ୍କରି ଗାଡ଼ିରେ ତାଙ୍କଠୁ ବାଲି କିଣିବେ, ମାର୍କେଟଠାରୁ ଦୁଇଗୁଣ ଦରରେ ଆପଣଙ୍କଠୁ ଟ୍ରିପ୍‌ ପିଛା ଚାର୍ଜ କରିବେ, ନଚେତ ଆଉ ବାହାର ଗାଡି ଏରିଆରେ ପୁରାଇ ଦେଉନାହାନ୍ତି । ଲୋକାଲ ଦାଦାଙ୍କ ନିର୍ଦ୍ଦେଶରେ ଘରର ମାଟି ଖୋଳାଠାରୁ ଆରମ୍ଭ କରି ପୋତା ହେବା ପର୍ଯ୍ୟନ୍ତ ତାଙ୍କରି ଜେସିବି ଲଗାଇ ଖୋଳିବାକୁ ପଡିବ । ଏପରିକି ପାଣି ପାଇଁ ବୋରିଂ ବସାଇବାଠୁ ଆରମ୍ଭ କରି ଘରର ପାଇପଲାଇନ ଡ୍ରେନ ପକାଇବା ପର୍ଯ୍ୟନ୍ତ ଲୋକାଲ ଦାଦାଙ୍କୁ ଇସାରାରେ ସବୁ କରିବାକୁ ପଡ଼ିବ ।

ରାଜଧାନୀରେ ଏବେ ଏମିତି ଢଙ୍ଗରେ ଲୋକାଲ ଦାଦାଙ୍କ ଉତ୍ପାତ ବଢିଛି । ଘର ଟିଏ ତୋଳିବାକୁ ଆସି ପ୍ରଥମେ ଲୋକାଲ ଦାଦାଙ୍କ ଆସୋସିଏସନ୍ ବା ତାଙ୍କୁ ବଟି ଆକାରରେ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡୁଛି । ଏଥିପାଇଁ ୧ ଲକ୍ଷରୁ ଆରମ୍ଭ କରି ଲୋକ ଦେଖି ଚାର୍ଜ କରୁଛନ୍ତି । ଏପରି ଆଦାୟ ହେଉଛି ଦାଦାବଟି । ଭୁବନେଶ୍ବରରେ ଗଢି ଉଠୁଥିବା ନୂଆ ନୂଆ ନଗର ଓ ନୂଆ ହାଉସିଂ ସୋସାଇଟରେ ଏବେ ଏପରି ଲୋକାଲ ଦାଦାଙ୍କ ପ୍ରାଦୃର୍ଭାବ ଓ ଆତଙ୍କରାଜ ଚାଲିଛି । ବିରୋଧ କଲେ ଘର କରାଇ ଦେଉନାହାନ୍ତି । ଏପରିକି ପୋଲିସ ପାଖକୁ ଯିବାକୁ କହିଲେ ଘରର ଯାହା ଆବଶ୍ୟକୀୟ ଜିନିଷ କାମ ପାଇଁ ଆଣୁଛନ୍ତି, ତାକୁ ଚୋରି କରିନେଉଛନ୍ତି । ସିମେଣ୍ଟଠୁ ଆରମ୍ଭ କରି ଇଟା ଓ ପଥରବି ଖାଲି କରିଦେଉଛନ୍ତି । ଫଳରେ ସହରରେ ଜାଗାଟିଏ କିଣି ଘର କରିବା ପାଇଁ ଏପରି ଅତିଷ୍ଠ ହୋଇ ଏହି ଲୋକାଲ ଦାଦାଙ୍କ ପାଖରେ ହାତଯୋଡି ଯାହା ସେମାନଙ୍କ ଇଛା ତାହା ପୂରଣ କରିବାକୁ ପଡୁଛି ।

ବିଶେଷକରି ପଟିଆ, ବଡଗଡ, ଲକ୍ଷ୍ମିସାଗର, ରସୁଲଗଡ଼, ଗାଡକଣ, ମଞ୍ଚେଶ୍ବର, କେଶୁରା, ନୂଆଗାଁ, ଶିଶୁପାଳଗଡ଼, ଓଲଡଟାଉନ, ସୁନ୍ଦରପଦା, ଘାଟିକିଆ, ଅନ୍ଧାରୁଆ ଭଳି ଗାଁ ଏପରିକି ବିଭିନ୍ନ ଥାନା ଅଞ୍ଚଳର ଅନେକ ସ୍ଥାନରେ ଏମିତି ଢଙ୍ଗରେ ଦାଦାବଟି ଆଦାୟ ହେଉଛି । ଆଉ ଘରଟିଏ କରିବାକୁ ଆସି ଲୋକାଲ ଦାଦାଙ୍କ ଭୟରେ ସବୁକିଛି ଏପରି ସହିବାକୁ ପଡୁଛି । ଲୋକାଲ ଦାଦାଙ୍କ ଉତ୍ପାତ ବଢୁଛି । ଏଥିପାଇଁ ସ୍ଥାନୀୟ କୁଜି ନେତା ବା କିଛି ଥାନା ଅଞ୍ଚଳରେ ପୋଲିସଙ୍କର ସମର୍ଥନ ରହୁଛି । ଅଭିଯୋଗ ଆଣି ଆସିଲେ ଅନେକ ଥାନା କଚେରୀ ମାମଲାରେ ନପଡ଼ି ଏମାନଙ୍କ କଥା ଶୁଣିବାକୁ ପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.