ETV Bharat / state

Drink From Tap Mission: ଉପକୃତ ହୋଇଛି ୨୦୪ ଗାଁ, ୩୦ଟି ପ୍ରକଳ୍ପ କରିଛନ୍ତି ରାଜ୍ୟ ସରକାର

author img

By ETV Bharat Odisha Team

Published : Oct 16, 2023, 4:50 PM IST

OMBADC ପାଣ୍ଠି ବିନିଯୋଗରେ ରାଜ୍ୟର ୧୪ଟି ସହରାଞ୍ଚଳରେ 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ମିଶନ ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜଳକୁ ବିଶୋଧନ କରାଯାଉଛି । ଖଣି ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇ ଖୁସି ବ୍ୟକ୍ତ କରିଛନ୍ତି ଲୋକେ ।

Clean Drinking Water
ବିଶୋଧିତ ପାନୀୟ ଜଳ ଯୋଗାଣ

ଭୁବନେଶ୍ବର: ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ପ୍ରକଳ୍ପ କରୁଛନ୍ତି ରାଜ୍ୟ ସରକାର । OMBADC ପାଣ୍ଠି ବିନିଯୋଗରେ ରାଜ୍ୟର ୧୪ଟି ସହରାଞ୍ଚଳରେ 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ମିଶନ ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜଳକୁ ବିଶୋଧନ କରାଯାଉଛି । ଏହାସହ ଘରକୁ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି । ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉପରେ ପ୍ରାଥମିକତା ଦେଉଥିବା କହିଛନ୍ତି ରାଜ୍ୟ ସରକାର । କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲା ସହିତ ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକର ବିଭିନ୍ନ ଅଞ୍ଚଳକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ମୋଟ ୩୦ଟି ପ୍ରକଳ୍ପ କରାଯାଉଛି । ସେଥିମଧ୍ୟରୁ ୫ଟି ପ୍ରକଳ୍ପ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବା ଫଳରେ ବର୍ତ୍ତମାନ ୨୦୪ ଟି ଗାଁର ଲୋକେ ଘର ପାଖରେ ସୁବିଧାରେ ପାଣି ପାଇ ପାରୁଛନ୍ତି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି।

‘‘ଆଗରୁ ପିଇବା ପାଣି ପାଇଁ ଆମେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲୁ । କିନ୍ତୁ ଏବେ ଘର ପାଖରେ ପାଇପ୍‌ ଯୋଗେ ସୁବିଧାରେ ପାଣି ମିଳିଯାଉଛି । ଏହାକୁ ଆମେ ପିଇବା ସହ ରୋଷେଇରେ ମଧ୍ୟ ବ୍ୟବହାର କରିପାରୁଛୁ ’’ଏପରି କହିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାସିନ୍ଦା କୈଳାସ ସାହୁ । ଏହି ବିଶେଷ ସୁବିଧା ପାଇଁ ସେ ଜିଲ୍ଲା ପ୍ରଶାସନ ଏବଂ OMBADCକୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଚମ୍ପୁଆର ବାସିନ୍ଦା ଲକ୍ଷ୍ମୀପ୍ରିୟା ମହାନ୍ତ କହିଛନ୍ତି, ‘‘ପୂର୍ବରୁ ନିର୍ଦ୍ଧାରିତ ସମୟରେ ପାଣି ଆସୁଥିଲା । ଘରଠୁ ଦୂରକୁ ଯାଇ ପାଣି ଆଣିବାକୁ ପଡୁଥିଲା । ହେଲେ ବର୍ତ୍ତମାନ ଦୁଆର ମୁହଁରେ ପାଇପ୍‌ ଯୋଗେ ପାଣି ମିଳୁଛି । ବିଶୋଧନ ହୋଇ ପାଣି ଆସୁଥିବାରୁ ଆମେ ସିଧାସଳଖ ଏହାକୁ ବ୍ୟବହାର କରୁଛୁ । ଏଥିପାଇଁ ଆମେ ବହୁତ ଖୁସି ।’’

ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳ ଦେଇ ବହିଯାଉଥିବା ନଦୀ ଏବଂ ବିଭିନ୍ନ ଜଳ ଉତ୍ସ ନିକଟରେ ଇନଟେକ୍ ୱେଲ କରାଯାଉଛି । ସେଠାରୁ ପମ୍ପ ଯୋଗେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବା ଜଳ ବିଶୋଧନ କେନ୍ଦ୍ରକୁ ପାଣି ଅଣାଯାଉଛି । ବିଶୋଧନ ପରେ ତାହାକୁ ବିଭିନ୍ନ ସ୍ଥାନରେ ନିର୍ମିତ ଓଭରହେଡ୍ ଟ୍ୟାଙ୍କକୁ ପଠାଯାଇ ସେଠାରୁ ଲୋକଙ୍କ ଦୁଆର ମୁହଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଏବଂ ଉଦଳା ସହରରେ ଏହି 'ଡ୍ରିଙ୍କ ଫ୍ରମ ଟ୍ୟାପ୍‌' ପ୍ରକଳ୍ପ କରାଯାଉଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ସହିତ ରାଉରକେଲା ମହାନଗର ନିଗମରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । କେନ୍ଦୁଝର ଜିଲ୍ଲାରେ ଯୋଡ଼ା, ବଡ଼ବିଲ, ଆନନ୍ଦପୁର, ଚମ୍ପୁଆ ଏବଂ କେନ୍ଦୁଝର ସହରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ଏହାସହ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ମଧ୍ୟ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଅଧୀନରେ ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧ ଲକ୍ଷ ୨୩ ହଜାରରୁ ଅଧିକ ପରିବାର ଉପକୃତ ହେବେ ।

ଏହା ବି ପଢନ୍ତୁ...୫ ସହର ସମେତ ୧୪୯ ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ, ଉପକୃତ ହେବେ ୧୨ ଲକ୍ଷ ୩୦ ହଜାର

ସେହିପରି ଯେଉଁ ସ୍ଥାନରେ ନଦୀ କିମ୍ବା କୌଣସି ଉପଯୁକ୍ତ ଜଳ ଉତ୍ସ ନାହିଁ ସେଠାରେ ମଧ୍ୟ ଭୂତଳ ଜଳ ଉତ୍ତୋଳନ ପ୍ରକଳ୍ପ କରି ଗୋଟିଏ କିମ୍ବା ଏକାଧିକ ଗାଁକୁ ପାଇପ୍‌ ଯୋଗେ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦା ଡିଭିଜନରେ OMBADC ପାଣ୍ଠି ସହାୟତାରେ ଏହିପରି ୬୯୦ଟି ପ୍ରକଳ୍ପ କରାଯାଉଛି । ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଭୂତଳ ଜଳରେ ଖଣିଜ ଲବଣ ଅଂଶ ରହିଥାଏ । ତେଣୁ ଗ୍ରାମାଞ୍ଚଳଠୁ ନେଇ ସହରାଞ୍ଚଳ ଯାଏଁ ଲୋକେ ନଳକୂପ କିମ୍ବା ବୋରୱେଲରୁ ଯେଉଁ ପାଣି ସଂଗ୍ରହ କରନ୍ତି ତାହା ଅନେକ ସମୟରେ ପିଇବା ଉପଯୋଗୀ ହୋଇ ନଥାଏ । ତେଣୁ OMBADC ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଉଭୟ ଗାଁ ଓ ସହରାଞ୍ଚଳରେ ପାଇପ୍‌ ଯୋଗେ ପାନୀୟ ଜଳ ପହଞ୍ଚିବା ଫଳରେ ପାଣି ସମସ୍ୟା ଦୂର ହୋଇପାରୁଥିବା କହିଛନ୍ତି ସ୍ଥାନୀୟଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.