ETV Bharat / state

Malyagiri: ଆସିଲା ଦମଦାର ଟିଜର, ଏକାଠି ନଜର ଆସିଲେ ବାବୁସାନ ଏବଂ ଅମ୍ଲାନ

author img

By ETV Bharat Odisha Team

Published : Sep 6, 2023, 10:29 PM IST

ବାବୁସାନ ମହାନ୍ତିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ମାଲ୍ୟଗିରି ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ଯାଉଛି । ପୂର୍ବରୁ ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ୍‌ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟିଜର ହୋଇଛି । ଅଧିକ ପଢନ୍ତୁ

Malyagiri: ଆସିଲା ଦମଦାର ଟ୍ରେଲର, ଏକାଠି ନଜର ଆସିଲେ ବାବୁସାନ ଏବଂ ଅମ୍ଲାନ

ଭୁବନେଶ୍ବର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଦମନର ସଫଳତା ପରେ ପୁଣି ଫିଲ୍ମ ମାଲ୍ୟଗିରି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ପ୍ରଥମ ଥର ପାଇଁ ଅମ୍ଲାନ୍‌ ଦାସ ସ୍କ୍ରିନ୍‌ ସେୟାର କରୁଥିବା ଦେଖିବାକୁ ମିଳିବ । ପୂର୍ବରୁ ଉଭୟଙ୍କ ଲୁକ୍‌ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ୍‌ ଫିଲ୍ମର ଟିଜର ରିଲିଜ୍‌ କରିଛନ୍ତି ନିର୍ମାତା । ସୋସିଆଲ ମିଡିଆରେ ଏହି ଟିଜର ରିଲିଜ୍‌ ହେବା ପରେ 2ଲକ୍ଷ ପାଖାପାଖି ଭିୟୁ ମିଳିସାରିଲାଣି ।

1 ମିନିଟ 45 ସେକେଣ୍ଡର ଟିଜରରେ ଫିଲ୍ମର ସମସ୍ତ ଅଭିନେତାଙ୍କ ଝଲକ ଦେଖିବାକୁ ମିଳିଛି । ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିଛି। ଅମ୍ଲାନଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ଟ୍ରେଲର ଆରମ୍ଭର ପୃଷ୍ଠଭୂମିରେ ଏକ ଭଏସ ଶୁଣିବାକୁ ମିଳିଛି । ଯେଉଁଥିରେ ଏକ ପିଲା ତା ଆଈ ମା'ଙ୍କୁ ଏକ କାହାଣୀ କହିବାକୁ କହୁଛି । ତା ପରେ ଆଈ ମା' କାହାଣୀ ଆରମ୍ଭ କରୁଛନ୍ତି ଏବଂ କହୁଛନ୍ତି, ଗୋଟିଏ ଜଙ୍ଗଲରେ ସିଂହ ଏବେ ବାଘ ରହୁଛନ୍ତି । ସିଂହ ଏବଂ ବାଘ କହିବା ବେଳେ ଅମ୍ଲାନ ଏବଂ ବାବୁସାନଙ୍କ ଝଲକ ଦେଖିବାକୁ ମିଳିଛି । ତେବେ ଟିଜରକୁ ଅନେକ ଫ୍ୟାନ୍ସ ପସନ୍ଦ କରିଛନ୍ତି ।

  • " class="align-text-top noRightClick twitterSection" data="">

ରେନଡ୍ରପ ପିକ୍ଚର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ ମହାନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ବାବୁସାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିବେ । ଏଥିସହ ଅଭିନେତା ଅମ୍ଲାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବେ ଫିଲ୍ମରେ ଦେଖିବାକୁ ମିଳିବ । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଲାନ ଏହି ଫିଲ୍ମ ସହ ଏକାଠି ନଜର ଆସିବେ । ଏହା ଏକ ଆକ୍ସନ୍‌ ଫିଲ୍ମ ହୋଇଥିବା ବେଳେ ଚଳିତ ବର୍ଷ ଦଶହରାରେ ରିଲିଜ ହେବ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'ମାଲ୍ୟଗିରି' ପ୍ରଥମ ଝଲକ ରିଲିଜ

ସୂଚନା ଥାଉ କି, ବାବୁସାନଙ୍କ ଫିଲ୍ମ ଦମନ ସାରା ଦେଶରେ ରିଲିଜ ହୋଇ ପ୍ରଶଂସା ସାଉଁଟିପାରି ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଅଭିନେତା ମାଲ୍ୟଗିରିରେ ମଧ୍ୟ ଚଳିତ ବର୍ଷ ଦଶହରାରେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ସାରା ଦେଶରେ ଫିଲ୍ମ ରିଲିଜ ହେବ । ଏହି ଫିଲ୍ମ ବି ଦମନ ଭଳି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି । ସେପଟେ ଫିଲ୍ମକୁ ନେଇ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.