ETV Bharat / state

44 ବର୍ଷ ବୟସରେ ପାଦ ଥାପିଲେ ଅନୁ ଚୌଧୁରୀ, 4ଥର ହାତେଇଛନ୍ତି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ - ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ

ଆଜି ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ତାଙ୍କ 44ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ତାଙ୍କ ଜନ୍ମଦିନରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ କିଛି ରୋଚକ କଥା

44 ବର୍ଷ ବୟସରେ ପାଦ ଥାପିଲେ ଅନୁ ଚୌଧୁରୀ, 4ଥର ହାତେଇଛନ୍ତି ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ

author img

By ETV Bharat Odisha Team

Published : Aug 30, 2023, 5:39 PM IST

ହାଇଦ୍ରାବାଦ: ଆଜି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ନିଜ ଅଭିନୟ ଯାଦୁରେ ଫ୍ୟାନ୍ସଙ୍କ ମନ ଜିତି ଆସୁଛନ୍ତି । ଅନୁ 50ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ କେବଳ ଓଡ଼ିଆ ନୁହଁ ବଙ୍ଗାଳୀ, ହିନ୍ଦୀ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଏପରିକି ସେ 6ଟି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି। ଆଜି ଅଭିନେତ୍ରୀଙ୍କ 44ତମ ଜନ୍ମଦିନ। ଏହି ଅବସରରେ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିବା ଅନୁ ଚୌଧୁରୀ ଜଣେ ଶିଶୁ କଳାକାର ଭାବେ ପ୍ରଥମେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ମମତା ମାଗେ ମୂଲ, ବଧୂ ନିରୁପମାରେ ଶିଶୁ କଳାକାର ଭାବେ ଓଲିଉଡରେ ଡେବ୍ୟୁ କରିଥିଲେ । ପରେ 1999 ମସିହାରେ ମା ଗୋଜବାୟାଣୀ ଫିଲ୍ମରେ ଅଭିନେତ୍ରୀ ଭାବେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ଏବଂ ଏହି ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା। ପରେ 2000 ମସିହାରେ ଶୁଭବେଳା ଫିଲ୍ମର ସାଉଥରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ବିବାଦ ଘେରକୁ ଆସିଥିଲା । ପରେ ମୁଥ୍ୟମ ଏବଂ ମାନୁସୁ ତେଲୁସ୍କୁ ଫିଲ୍ମରେ କାମ କରିଥିଲେ । ଯାହା ଏତେଟା ଭଲ ପ୍ରଦର୍ଶନ କରିନଥିଲା ।

ଏହା ପରେ ସେ ବିଶ୍ବପ୍ରକାଶ ଫିଲ୍ମରେ ନଜର ଆସିଥିଲେ । ପରେ ମନ ରହିଗଲା ତୁମରି ଠାରେ, ଘରେ ସିନ୍ଦୂର ଧାରେ ଲୁହ, ସମୟ ଖେଳୁଛି ଚକା ଭଉଁରୀ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ପୁଅ ମୋର ଜଗତ ଜିତା, ରକତ କହିବ କିଏ କାହାର, ଓମ ଶାନ୍ତି ଓମ, ଶାଶୁଘର ଚାଲିଯିବି , ହରେ ଭାଇ ହାରେନା, ଅଗ୍ନି ପରୀକ୍ଷା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ବାବୁ ଆଇ ଲଭୁ ୟୁ, କଥାନ୍ତର, ଧଉଳୀ ଏକ୍ସପ୍ରେସ, ଚକା ଚକା ଉଭଁରୀ, କାଳି ଶଙ୍କର ଭଳି ଅନେକ ଓଡିଆ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି। ଏଥିସହ ସେ ଘରେ ସିନ୍ଦୂର ଧାରେ ଲୁହ, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଓମ ଶାନ୍ତି ଓମ, ଶାଶୁଘର ଚାଲିଯିବି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ 4ଥର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି। ଏବଂ ଓଡ଼ିଆ ଫିଲ୍ମ କଥାନ୍ତର ପାଇଁ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ପରେ ସେ 2011ରେ ହିନ୍ଦୀ ଫିଲ୍ମ ନିର୍ବାଣ 13ରେ ଅଭିନୟ କରିଥିଲେ। ଏହି ଫିଲ୍ମ ସୁପରହିଟ ହେବା ସହ ବିଦେଶରେ ପ୍ରଶଂସା ସାଉଁଟିପାରିଥିଲା । ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର

ଆଗାମୀ ଦିନରେ ତାଙ୍କୁ ଓଡିଆ ଫିଲ୍ମ ମୁରଲୀରେ ଦେଖିବାକୁ ମିଳିବ । ମମତା ଫିଲ୍ମ ଏବଂ ଦ ନାୟକ ଷ୍ଟୁଡିଓ ଦ୍ବାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ବାଲ । ଏହି ଫିଲ୍ମରେ ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତ୍ରୀ ଦିବ୍ୟା ମହାନ୍ତି ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ଟିଜର ରିଲିଜ କରି ନିର୍ମାତା ଫିଲ୍ମର ଟାଇଟଲ ଗୋଷଣା କରିଛନ୍ତି । ଟିଜର ଦେଖିଲେ ଏହା ଏକ ହରୋର ଥ୍ରୀଲର ମୁଭି ଭଳି ଲାଗୁଛି । ଏହି ଫିଲ୍ମ ଖୁବଶୀଘ୍ର ରିଲିଜ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.