ETV Bharat / state

ହାତୀ ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

author img

By

Published : Nov 30, 2021, 2:52 PM IST

ଟାଙ୍ଗୀ ଥାନା ଅଧୀନସ୍ଥ ଉଦୟଗିରି ଗ୍ରାମରେ ଅଭାବନୀୟ ଘଟଣା । ଦନ୍ତାହାତୀ ଆକ୍ରମଣ (Elephant Attack )ର ଶିକାର ହୋଇ ଜେଜେ ମୃତ, ନାତି ଗୁରୁତର । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ଜେଜେ ମୃତ ନାତି ଗୁରୁତ
ହାତୀ ଆକ୍ରମଣରେ ଜେଜେ ମୃତ ନାତି ଗୁରୁତ

ଖୋର୍ଦ୍ଧା : ଦନ୍ତାହାତୀ ଆକ୍ରମଣ (Elephant Attack )ର ଶିକାର ହୋଇ ଜେଜେ ମୃତ, ନାତି ଗୁରୁତର । ଏଭଳି ଘଟଣା ଘଟିଛି ଟାଙ୍ଗୀ ଥାନା ଅଧୀନସ୍ଥ ଉଦୟଗିରି ଗ୍ରାମରେ । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଗ୍ରାମର ଧ୍ଵଜ ପାତ୍ର ।

ସୂଚନାଅନୁଯାୟୀ ଉଭୟ ଜେଜେ ଓ ନାତି ବିଲରେ ହାତୀ ପଲ ଉପରେ ନଜର ରଖିଥିବାବେଳେ ଏକ ଦନ୍ତା ହାତୀ ଉଭୟ ଧ୍ଵଜ ପାତ୍ର ଓ ତାଙ୍କ ନାତିଙ୍କୁ ଆକ୍ରମଣ କରିଥିଲା। ତେବେ ପ୍ରାଣବିକଳରେ ନାତି ଦୌଡି ପଳାଇଥିବାବେଳେ ବୃଦ୍ଧ ଜଣଙ୍କ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ ନେବା ସମୟରେ ଅଧାବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରତିଦିନ ସନ୍ଧ୍ୟା ହେଲେ ହାତୀପଲ ଆସି କ୍ଷେତରେ କ୍ଷୟକ୍ଷତି କରୁଛନ୍ତି । ଏ ସମ୍ପର୍କରେ ବନବିଭାଗକୁ ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.