ETV Bharat / state

Khordha Accident: ମହିଳାଙ୍କ ଉପରେ ମାଡିଗଲା ତେଲ ଟ୍ୟାଙ୍କର

author img

By

Published : Nov 27, 2021, 9:26 AM IST

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ତେଲ ଟ୍ୟାଙ୍କରରୁ ଧକ୍କା ଦେଲା ବାଇକ ( oil tanker accidnet ) । ଘଟଣାସ୍ଥଳରେ ମହିଳା ମୃତ । ଅଧିକ ପଢନ୍ତୁ..

Khordha Accident:  ତେଲ ଟ୍ୟାଙ୍କର ଧକ୍କାରେ ମହିଳା ମୃତ

ଖୋର୍ଦ୍ଧା: ତେଲ ଟ୍ୟାଙ୍କର ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ । ଏକ ତୈଳ ଟ୍ୟାଙ୍କର ଜଣେ ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଧଳାବନ୍ଧ ଗ୍ରାମର କଇଁ ନାୟକ ।

ସୂଚନା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ଜାମାତା ଶୁକଦେବ ପ୍ରଧାନଙ୍କ ସହ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରୁ ଫେରୁଥିଲେ । ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାର ୫୭ ନଂ ଜାତୀୟ ରାଜପଥ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ପହଞ୍ଚିବା ବେଳେ ଏକ ତୈଳ ଟ୍ୟାଙ୍କରକୁ ତାଙ୍କ ବାଇକ୍ ଧକ୍କା ଦେଇଥିଲା। ଫଳରେ କଇଁ ବାଇକରୁ ତଳକୁ ଖସି ପଡ଼ିଥିବା ବେଳେ ଟ୍ୟାଙ୍କର ଚକାତଳେ ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । କିଛି ସମୟ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳକୁ ଯାଇନଥିବାରୁ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା । ଶେଷରେ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଏ ଘଟଣାରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.