ETV Bharat / state

Child Marriage: ଖୋର୍ଦ୍ଧାରେ ବାଲ୍ୟ ବିବାହ ବେଳେ କନ୍ୟା ଉଦ୍ଧାର, ବର ଅଟକ - ଚାଇଲ୍ଡ ଲାଇନ

ଖୋର୍ଦ୍ଧା ସ୍ଥିତ ବନଦୁର୍ଗା ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବାବେଳେ ଅଟକାଇଲା ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

Child Marriage: ବାଲ୍ୟ ବିବାହ ଚାଲିଥିବା ବେଳେ କନ୍ୟା ଉଦ୍ଧାର, ବର ଅଟକ

author img

By

Published : Nov 1, 2022, 8:53 AM IST

ଖୋର୍ଦ୍ଧା: ମନ୍ଦିରରେ ଚାଲିଥିବା ବାଲ୍ୟ ବିବାହ । ଘଟଣାସ୍ଥଳରେ ପହଞ୍ଚି ବାହାଘର ଅଟକାଇଲା ଚାଇଲ୍ଡ ଲାଇନ ଓ ପୋଲିସ । ସୋମବାର ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ବନଦୁର୍ଗା ମନ୍ଦିରରେ ଗୁପ୍ତ ଭାବେ ଏହି ବାଲ୍ୟ ବିବାହ ଚାଲିଥିବାବେଳେ ଚାଇଲ୍ଡ ଲାଇନ୍, ସିଡିପିଓ ଓ ପୋଲିସ ମିଳିତ ଭାବେ ଘଟଣାସ୍ଥଳରେ ଚଢାଉ କରି ବାହାଘର ଅଟକାଇଛନ୍ତି(minor girl rescued before marriage) । ପୋଲିସ ବିବାହ ମଣ୍ଡପରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବର ଓ ବରର ପରିବାର ସଦସ୍ୟଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳର ନାବାଳିକା ପାଇକ ତିଗିରିଆର ଜଣେ ଯୁବକ ଭଲ ପାଉଥିଲେ । ଏଥିପାଇଁ ସେମାନେ ଘର ଛାଡି ଚାଲିଯାଇଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସୋମବାର ତମାଣ୍ଡୋ ବନଦୁର୍ଗା ମନ୍ଦିରରେ ଗୁପ୍ତ ଭାବେ ସେହି ଦୁଇଜଣଙ୍କ ବିବାହ ହେଉଥିବା ସୂଚନା ମିଳିଥିଲା ।

ଖବର ପାଇ ଚାଇଲ୍ଡ ଲାଇନ୍ ଖୋର୍ଦ୍ଧା ଓ ଭୁବନେଶ୍ବରର ସଦସ୍ୟ, ଭୁବନେଶ୍ବର ସିଡିପିଓ, ତମାଣ୍ଡୋ ଓ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ମିଳିତ ଭାବେ ମନ୍ଦିରରେ ଚଢ଼ଉ କରି ବିବାହ ମଣ୍ଡପରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଭୁବନେଶ୍ବର ସିଡବ୍ଲୁସିସିରେ ହାଜର କରିଥିଲେ । ଏହାସହିତ ବର ଓ ବରର ପରିବାର ସଦସ୍ୟଙ୍କୁ ଆଣି ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: 27 ବର୍ଷ ପରେ ମିଳିଲା ନ୍ୟାୟ, ନିର୍ଦ୍ଦୋଷରେ ଖଲାସ ହେଲେ ରେଞ୍ଜ ଅଫିସର ଓ ଫରେଷ୍ଟର

ଏହି ଚଢ଼ଉରେ ଚାଇଲ୍ଡ ଲାଇନ ଅଧିକାରୀ ମଣିପାଲ ସାହୁ, ପ୍ରଣତି ପଟ୍ଟନାୟକ, ଭୁବନେଶ୍ବର ଚାଇଲ୍ଡ ଲାଇନ ଇତିଶ୍ରୀ ଦାସ, ରଞ୍ଜନ ଭୋଇ, ସିଡିପିଓ କବିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ, ''ନାବାଳିକା ବିବାହ ଘଟଣାରେ ବର ଓ ବିବାହ ଆୟୋଜନ କରିଥିବା ପରିବାର ଅନ୍ୟ ସଦସ୍ୟମାନଙ୍କୁ ଆଣି ଥାନାରେ ଅଟକ ରଖାଯାଇଛି । ଆଇନ ଅନୁସାରେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ ।''

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.