ETV Bharat / state

ପରଲୋକରେ ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା

author img

By ETV Bharat Odisha Team

Published : Oct 15, 2023, 12:36 PM IST

ଭାରତର ଅଡିଟ ଓ ଆକାଉଣ୍ଟସ୍ ସେବାର ବରିଷ୍ଠ ଅଧିକାରୀ ତଥା ଓଡିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କ ପରଲୋକ । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ପରଲୋକରେ ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା
ପରଲୋକରେ ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା

ଭୁବନେଶ୍ବର: ଭାରତର ଅଡିଟ ଓ ଆକାଉଣ୍ଟସ୍ ସେବାର ବରିଷ୍ଠ ଅଧିକାରୀ ତଥା ଓଡିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି । ଶନିବାର ବିଳମ୍ୱିତ ରାତିରେ ଭୁବନେଶ୍ବର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS )ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ହୋଇଥିଲା । ତେବେ ଦୀର୍ଘ ଦିନ ଧରି ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡିତ ଥିଲେ ଅନନ୍ତ କିଶୋର ବେହେରା ।

ଏହାମଧ୍ୟ ପଢନ୍ତୁ..ଗୀତା ମେହେଟ୍ଟାଙ୍କ ପରଲୋକ, ଦୁଃଖ ପ୍ରକାଶ କଲା କଂଗ୍ରେସ

ଏହାମଧ୍ୟ ପଢନ୍ତୁ..ନୂଆ ଦେହ ପାଇବ ସୂର୍ଯ୍ୟଙ୍କ ଆଖି, ଅନୁମତି ଦେଲେ ପୁଅ

ଆକାଉଣ୍ଟସ୍ ସେବାର ବରିଷ୍ଠ ଅଧିକାରୀ ଅନନ୍ତ କିଶୋର ବେହେରାଙ୍କ ଜନ୍ମ କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ହୋଇଥିଲା । ଅନନ୍ତ କିଶୋର ଭାରତୀୟ ଅଡିଓ ଓ ଆକାଉଣ୍ଟସ୍ ବିଭାଗରେ ଅନେକ ପଦବୀରେ ସେବା ପ୍ରଦାନ କରିଛନ୍ତି । ସେ ଉଭୟ ଦେଶ ଓ ବିଦେଶରେ ଆକାଉଣ୍ଟ୍ସ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ । ଖବର ପାଇ ପ୍ରଧାନ ମହାଲେଖାକାର (ଅଡିଟ) ରାଜକୁମାର, ମହାଲେଖାକାର ବିଶ୍ବନାଥ ସିଂହ ଜାଦୋନ, ବରିଷ୍ଠ ଉପ ଲେଖାକାର ଦୀପକ ରଘୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏମ୍ସ ଯାଇ ତାଙ୍କ ମରଶରୀରର ଶେଷ ଦର୍ଶନ କରିଥିଲେ । ତେବେ ତାଙ୍କୁ ନେଇ ତାଙ୍କ ପରିବାର ମଧ୍ୟରେ ଶୋକର ମାହୋଲ ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନନ୍ତ କିଶୋରଙ୍କ ସହକର୍ମୀମାନେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.