ETV Bharat / state

ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

author img

By ETV Bharat Odisha Team

Published : Jan 8, 2024, 5:04 PM IST

Updated : Jan 8, 2024, 5:18 PM IST

Strike called off: ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ । ସୂଚନା ଦେଲେ ମହାସଂଘର ସଭାପତି ଜନାର୍ଦ୍ଦନ ପତି । ଅଧିକ ପଢନ୍ତୁ

Etv Bharat
Etv Bharat
ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମହାସଂଘର ସଭାପତି ଜନାର୍ଦ୍ଦନ ପତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ଆଲୋଚନା ପରେ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛି ।

ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ସଭାପତି ଜନାର୍ଦ୍ଦନ ପତି କହିଛନ୍ତି, "ଗତକାଲି ଟ୍ରାନ୍ସପୋର୍ଟ ଫେଡେରେସନର ନିଷ୍ପତ୍ତି କ୍ରମେ ଆଜି ଓଡ଼ିଶାର ସବୁ ସ୍ଥାନରେ ଧର୍ମଘଟ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଏହି ଧର୍ମଘଟ ଥିଲା । ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଆମନ୍ତ୍ରଣକ୍ରମେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ଆମେ 5 ଜଣ ପ୍ରତିନିଧି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛୁ । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ଯେ ସେ ହିଟ ଆଣ୍ଡ ରନ ଆଇନ ସଂପର୍କରେ କେନ୍ଦ୍ର ଗୃହ ସଚିବଙ୍କ ସହ କଥା ହୋଇଛନ୍ତି ।"

ଏହା ବି ପଢନ୍ତୁ- ସ୍ବାଭାବିକ ରହିବ ଟ୍ରକ ବସ୍ ଚଳାଚଳ! ଧର୍ମଘଟକୁ ସମର୍ଥନ ଦେଲାନି ମାଲିକ ସଂଘ

କେନ୍ଦ୍ର ଗୃହ ସଚିବଙ୍କ କହିବା ଅନୁଯାୟୀ, ଏବେ ସରକାର ତାକୁ ଆଇନରେ ପରିଣତ କରିନାହାନ୍ତି । ଏଣୁ ସେନେଇ ଆନ୍ଦୋଳନ କରାଯିବା ଠିକ ନୁହେଁ । ତେଣୁ ଆମେ ଆନ୍ଦୋଳନକୁ ପ୍ରତ୍ୟାହାର କରୁଛୁ । ଯଦି କେନ୍ଦ୍ର ସରକାର ଏହି ଆଇନ ଲାଗୁ କରନ୍ତି ତାହାର ପ୍ରତିବାଦ ଆଗାମୀ ଦିନରେ କରାଯିବ ବୋଲି କହିଛନ୍ତି ଜନାର୍ଦ୍ଦନ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲୁ । ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲୁ । କେନ୍ଦ୍ର ଗୃହ ସଚିବଙ୍କ ବାର୍ତ୍ତା ବାବଦରେ ସେମାନଙ୍କୁ ଅବଗତ କରିଥିଲୁ । ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବେଳେ ଅତିରିକ୍ତ ଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିଶନର ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।"

ସୂଚନା ଅନୁସାରେ, ହିଟ ଆଣ୍ଡ ରନ ମାମଲାରେ ଚାଳକଙ୍କୁ 10 ବର୍ଷ ଜେଲ ଓ 7 ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ଶ୍ରମିକମାନଙ୍କ ବେକରେ ଫାଶୀ ଲଗାଇଲା ଭଳି ହୋଇଥିବା ଅଭିଯୋଗ କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ଏହାର ପ୍ରତିବାଦରେ ଆଜିଠାରୁ ମହାସଂଘ ଧର୍ମଘଟ ଡାକରା ଦେଇଥିଲା । ଓଡ଼ିଶା ସରକାର ଏହି ଶ୍ରମିକମାନଙ୍କୁ ନ୍ୟାୟ ଦିଅନ୍ତୁ । ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ । ରାଜ୍ୟ ସରକାର ଯଦି ପୋଲିସ ବଳ ଲଗାଇ ଶ୍ରମିକମାନଙ୍କ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରନ୍ତି, ତେବେ ବୁଝିବାକୁ ହେବ ଯେ ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚାହୁଁ ନାହାନ୍ତି । ସାମ୍ବାଦିକ ସମ୍ମିଳନୀ କରି ମହାସଙ୍ଘ ପକ୍ଷରୁ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2024, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.