ETV Bharat / state

ଫାଇଲେରିଆ ମୁକ୍ତ ଲକ୍ଷ୍ୟରେ ଓଡ଼ିଶା, 89% ସାମୂହିକ ଔଷଧ ସେବନରେ ଦେଶରେ ପ୍ରଥମ - ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

୨୦୩୦ ସୁଦ୍ଧା ଫାଇଲେରିଆ ମୁକ୍ତ ଲକ୍ଷ୍ୟରେ ଓଡ଼ିଶା । ଏ ନେଇ ଆସନ୍ତା ଅଗଷ୍ଟ ୧୦ରୁ ଆରମ୍ଭ ହେବ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 24, 2023, 9:55 PM IST

ଭୁବନେଶ୍ବର: ଦେଶରେ ୨୦୩୦ ସୁଦ୍ଧା ଫାଇଲେରିଆ ମୁକ୍ତ ଲକ୍ଷ୍ୟରେ ଓଡ଼ିଶା । ୮୯.୦୫ ପ୍ରତିଶତ ସାମୂହିକ ଔଷଧ ସେବନରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଅଗଷ୍ଟ ୧୦ରୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି । ଗତ ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଦ୍ବିତୀୟ ପର୍ଯ୍ୟାୟ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୧୧ ଜିଲ୍ଲାରେ ଔଷଧ ବଣ୍ଟନ କରାଯିବ। ଯେଉଁଥିରେ ଆଲବେଣ୍ଡାଜୋଲ ଓ ଡିଇସି ବଟିକା ରହିଛି । ତେବେ ଏହାର ନିରାକରଣ ପାଇଁ ବର୍ଷକୁ ଥରେ ମାତ୍ର ଔଷଧ ସେବନ କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାମୂହିକ ଔଷଧ ସେବବ କାର୍ଯ୍ୟକ୍ରମ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ପୁରୀ, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି, ବୌଦ୍ଧ ଜିଲ୍ଲାଗୁଡ଼ିକ ଫାଇଲେରିଆ ମୁକ୍ତ ହୋଇଥିବା ବେଳେ ଖୁବଶୀଘ୍ର ଆଉ ଦୁଇ ଜିଲ୍ଲା ସାମିଲ ହେବ।

ଏହା ବି ପଢନ୍ତୁ- ରାଜ୍ୟରୁ ୨୦୪୭ ସୁଦ୍ଧା ମୁକ୍ତ ହେବ ସିକିଲ ସେଲ, ଫୋକସରେ ଗର୍ଭବତୀ ଓ ଶିଶୁ

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଔଷଧ ସେବନରେ କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଗଞ୍ଜାମ, ଢେଙ୍କାନାଳ, ଅନୁଗୋଳ, ଯାଜପୁର ଜିଲ୍ଲାରେ ଔଷଧ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୦ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ। ଏହା ସହ ଭାରତରେ ସମସ୍ତ ରାଜ୍ୟ ତୁଳନାରେ ୮୯.୦୫ ପ୍ରତିଶତ ସାମୂହିକ ଔଷଧ ସେବନ କରାଇ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଓଡ଼ିଶା । ତେବେ କେବଳ ଔଷଧ ବଣ୍ଟନ କରାନଯାଇ ଖୁଆଇବା ପାଇଁ ମଧ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି।

ଘରକୁ ଘର ବୁଲି ଆଶା କର୍ମୀମାନେ ଲୋକମାନଙ୍କୁ ଔଷଧ ଖୁଆଇବେ। ଜିଲ୍ଲାସ୍ତରରେ ୮ଟି କେନ୍ଦ୍ର କରାଯାଉଥିବା ବେଳେ ଏଣିକି ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ । ଅନ୍ୟପକ୍ଷରେ ୨୧ ଜିଲ୍ଲାରେ ମୋଟ ୪୦୦ରୁ ଅଧିକ କାର୍ଯ୍ୟକାରୀ କେନ୍ଦ୍ର କରାଯିବା‌ ନେଇ ସ୍ଥିର କରାଯାଇଛି । ଏମଡିଏ କାର୍ଯ୍ୟକ୍ରମ‌ରେ ୨୦୨୧ ମସିହାରେ ୧୭ ଏବଂ ୨୦୨୨ ମସିହାରେ ୧୪ ଜିଲ୍ଲାକୁ ସାମିଲ କରାଯାଇଥିଲା । ସେହପରି ୨୦୪୭ ସୁଦ୍ଧା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶାକୁ ସିକିଲ ସେଲ ମୁକ୍ତ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି । ବିଶେଷ ଭାବେ ଫୋକସରେ ରହିଛନ୍ତି ଗର୍ଭବତୀ ଓ ଶିଶୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.