ETV Bharat / state

ଡ୍ରପ୍ ଆଉଟ ଦ୍ଵନ୍ଦ୍ବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରିପୋର୍ଟ ପରେ ଶାସକ-ବିରୋଧୀ ମୁହାଁମୁହିଁ - ଧର୍ମେନ୍ଦ୍ର ପ୍ରଧାନ

Odisha Politics heated up over school drop out : ଓଡ଼ିଶାରେ ଡ୍ରପ୍ ଆଉଟ ଦ୍ବନ୍ଦ୍ବ। ଲୋକସଭାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ଉପସ୍ଥାପନ ପରେ ତେଜିଛି ରାଜ୍ୟ ରାଜନୀତି । ବିରୋଧୀ କହିଲେ ଡ୍ରପ୍ ଆଉଟରେ ଓଡ଼ିଶା ଏକ ନମ୍ବର । ବିଜେଡିର ଜବାବ ଆଗରୁ ଥିଲା, ଏବେ ନାହିଁ । ଅଧିକ ପଢ଼ନ୍ତୁ,

ଡ୍ରପ୍ ଆଉଟ ଦ୍ଵନ୍ଦ୍ବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରିପୋର୍ଟକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

author img

By ETV Bharat Odisha Team

Published : Dec 19, 2023, 7:42 PM IST

Updated : Dec 19, 2023, 7:57 PM IST

ଡ୍ରପ ଆଉଟ ଦ୍ଵନ୍ଦ; କେନ୍ଦ୍ର କହୁଛି ଅଛି, ରାଜ୍ୟ କହୁଛି ନାହିଁ

ଭୁବନେଶ୍ବର: ଦେଶରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହାର ଚିନ୍ତାଜନକ ଭାବେ ବୃଦ୍ଧି ହୋଇଛି । ୨୦୨୧-୨୨ ଶିକ୍ଷାବର୍ଷରେ ୨୦.୬ ପ୍ରତିଶତ ଛାତ୍ରଛାତ୍ରୀ ଦଶମରେ ପାଠପଢ଼ା ଛାଡ଼ିଛନ୍ତି । ଦଶମ ଡ୍ରପଆଉଟ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା। ଓଡ଼ିଶାରେ ସର୍ବାଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଡ୍ରପଆଉଟ ହୋଇଛନ୍ତି । ୪୯.୯ ପ୍ରତିଶତ ଡ୍ରପଆଉଟ ହାର ସହ ଓଡ଼ିଶା ନମ୍ବର ୧ରେ ରହିଛି । ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ରାଜ୍ୟରେ ରାଜନୀତି ଉଷ୍ମ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି । ଏହାରି ମଧ୍ୟରୁ ୨ ହଜାର ୫୯୬ ପିଲା ବିଦ୍ୟାଳୟକୁ ଫେରିଥିବାବେଳେ ଏବେବି ବାହାରେ ରହିଛନ୍ତି ୫ ହଜାର ୮୬ ଜଣ ପିଲା । ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଛନ୍ତି । କିନ୍ତୁ ଏବେବି ୩୦ଟି ଜିଲ୍ଲାରୁ ହଜାର ହଜାର ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ସେହିଭଳି ଉଚ୍ଚ ପ୍ରାଥମିକ ବା ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୮୦ ପିଲା, ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୯୬୫ ଜଣ ଏବଂ ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ ଶ୍ରେଣୀରେ ୧୮୩୯ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଟ୍ରିକ ଡ୍ରପଆଉଟ ତାଲିକାରେ ଦେଶରେ ନଂ ୧ ଓଡ଼ିଶା

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଓ ବିଜେପି ସରକାରରେ ଲୋକେ କିଛି ଉପକାର ପାଇନାହାନ୍ତି । କେବଳ ଡ୍ରପ ଆଉଟ ନୁହେଁ, ରାଜ୍ୟରେ କୌଣସି ବିକାଶ କାର୍ଯ୍ୟ ରାଜ୍ୟରେ ନବୀନ ସରକାର କରିନାହାନ୍ତି । ଯାହା କିଛି ଉନ୍ନତି ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି । କଂଗ୍ରେସ ଅମଳରେ ହୋଇଥିବା ସ୍କୁଲରେ ରଙ୍ଗ ଲଗେଇ ବିଜେଡ଼ି ସରକାର କହୁଛି, ଆମେ କରିଛୁ । ସ୍କୁଲ ବନ୍ଦ ହେଲାଣି, ଶିକ୍ଷକ ନାହାନ୍ତି । ରାସ୍ତାରେ ଶିକ୍ଷକ ଆନ୍ଦୋଳନ କରୁଛନ୍ତି । ତେଣୁ ରାଜ୍ୟରେ ଡ୍ରପ ଆଉଟ ବଢୁଛି । ଶିକ୍ଷାର ମାନ ନଥିବାରୁ ସାଇକେଲ, ଅଣ୍ଡା ଦେଲେ କିଛି ହେବନାହିଁ । ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ଡ୍ରପ ଆଉଟ ଦେଶରେ 1 ନମ୍ବର ହୋଇଛି । ବିହାର ପରି ରାଜ୍ୟ ଠାରୁ ଆମେ ପଛରେ ଅଛନ୍ତି । 5ଟି ରୂପାନ୍ତରଣ ନାଁ'ରେ ଭଙ୍ଗା ପାଚେରୀରେ ରଙ୍ଗ ଦେବା, ଜଣେ ଶିକ୍ଷକକୁ ନେଇ ସ୍କୁଲ ଚାଲିଛି । 62 ହଜାର ଶିକ୍ଷକ ପଦ ଫାଙ୍କା ରହିବା ହେଉଛି ବିକାଶର ଚିତ୍ର ।

ଏହା ମଧ୍ୟ ପଢ଼ନ୍ତୁ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି

କଂଗ୍ରେସ ଓ ବିଜେପିର ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ବହୁତ ବର୍ଷ ତଳେ ରାଜ୍ୟରେ ଡ୍ରପ୍ ଆଉଟ ଥିଲା । ଏବେ ଆଉ ଡ୍ରପ ଆଉଟ ପ୍ରାୟ ନାହିଁ । ପ୍ରତ୍ୟେକ ଗାଁ'ରେ ପ୍ରାଥମିକ ସ୍କୁଲ ରହିଛି । ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ପଂଚାୟତରେ ଏକାଧିକ ହାଇସ୍କୁଲ ରହିଛି । ପ୍ରାୟ ସବୁ ବ୍ଲକର କଲେଜ ମଧ୍ୟ ରହିଛି । ଡ୍ରପ୍ ଆଉଟ କାହିଁକି ରହିବ ? ବହୁତ ସଂଖ୍ୟାରେ ଡ୍ରପ ଆଉଟ କମିଛି । ସାଇକେଲ, ଡ୍ରେସ ଓ ଅନ୍ୟାନ୍ୟ ସୁବିଧା ଦିଆଯାଇଛି । ଏହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଛି । ବିରୋଧୀ ଯଦି ବିରୋଧାଭାଷରେ କହିବେ ତାହାଲେ ଅଲଗା କଥା । କାହାକୁ ଭିତ୍ତି କରି ସେ ତଥ୍ୟ ଦେଇଛନ୍ତି ଜଣାନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2023, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.