ETV Bharat / state

Odisha Criminal Case: ଗତ 5 ବର୍ଷରେ ବଢିଛି ଅପରାଧ, ବିଧାନସଭାରେ ମନ୍ତ୍ରୀଙ୍କ ଉଦବେଗ ଜନକ ଉତ୍ତର

author img

By

Published : Feb 27, 2023, 11:09 PM IST

ବିଧାନସଭା ଶୁନ୍ୟକାଳରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରେ ଦେଇଥିଲେ ଗୃହାରାଷ୍ଟ୍ର ମନ୍ତ୍ରୀ ତୁାଷାରକାନ୍ତି ବେହେରା । ବିଧାୟିକାଙ୍କ ପ୍ରଶ୍ନ ଥିଲା ଗତ 5 ବର୍ଷ ମଧ୍ୟରେ ଗତ 5 ବର୍ଷରେ ରାଜ୍ୟରେ କେତେ ମାମଲା ବଢିଛି? ଥାନା ଗୁଡିକରେ କେତେ ମାମଲା ରୁଜୁ ହୋଇଛି? ସେହିପରି କୁସୁମ ପଚାରିଥିଲେ ଓଡିଶା ପୋଲିସ କର୍ମଚାରୀଙ୍କର ଶେଷ ଥର ପାଇଁ କେବେ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା? ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଶାନ୍ତି ପ୍ରିୟ ଓଡିଶା ରାଜ୍ୟରେ ବଢୁଛି ଅପରାଧ । ଆଇନ ଶୃଙ୍ଖଳାକୁ ନେଇ ସରକାର ଯେତେ ସଫେଇ ଦେଲେ ମଧ୍ୟ ବିପର୍ଯ୍ୟନ୍ତ ହେବାରେ ଲାଗିଛି ରାଜ୍ୟର ଆଇନ ବ୍ୟବସ୍ଥା । ଗତ 5 ବର୍ଷ ମଧ୍ୟରେ ବଢିବାରେ ଲାଗିଛି ମାମଲା । ଆଜି ଏଭଳି ଉଦବେଗ ଜନକ ତଥ୍ୟ ଆସିଛି ରାଜ୍ୟ ବିଧାନସଭାରୁ ।

ବିଧାନସଭା ଶୁନ୍ୟକାଳରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରେ ଦେଇଥିଲେ ଗୃହାରାଷ୍ଟ୍ର ମନ୍ତ୍ରୀ ତୁାଷାରକାନ୍ତି ବେହେରା । ବିଧାୟିକାଙ୍କ ପ୍ରଶ୍ନ ଥିଲା ଗତ 5 ବର୍ଷ ମଧ୍ୟରେ ଗତ 5 ବର୍ଷରେ ରାଜ୍ୟରେ କେତେ ମାମଲା ବଢିଛି? ଥାନା ଗୁଡିକରେ କେତେ ମାମଲା ରୁଜୁ ହୋଇଛି? ସେହିପରି କୁସୁମ ପଚାରିଥିଲେ ଓଡିଶା ପୋଲିସ କର୍ମଚାରୀଙ୍କର ଶେଷ ଥର ପାଇଁ କେବେ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିଲା?

ଏହାବି ପଢନ୍ତୁ- ରାଜ୍ୟ ସୂଚନା ଆୟୁକ୍ତ ଭାବେ ସୁଶାନ୍ତ କୁମାର ମହାନ୍ତିଙ୍କ ଶପଥ ଗ୍ରହଣ

ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ‘‘ ଗତ 2018 ମସିହାରେ ରାଜ୍ୟର ବିଭିନ୍ନ ଥାନାରେ ୧ଲକ୍ଷ ୭ ହଜାର ୪୦୮ଟି ମାମଲା ପଞ୍ଜିକୃତ ହୋଇଲା । 2019 ବର୍ଷରେ 1 ଲକ୍ଷ 21 ହଜାର 525 ଟି ମାମଲା ରୁଜୁ ହୋଇଥିଲା । 2020 ବର୍ଷରେ 1 ଲକ୍ଷ 34 ହଜାର 230 ଟି ମାମଲା, 2021 ରେ 1 ଲକ୍ଷ 55 ହଜାର 420 ଟି ଓ 2022 ରେ 1 ଲକ୍ଷ 78 ହଜାର 190 ଟି ଅପରାଧିକ ମାମଲା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତର ଦେଇଛନ୍ତି ।

ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ଗତ 2020 ମସିହାରେ ସର୍ବାଧିକ ଏକ ହଜାର 70 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । 2021 ରେ 3 ହଜାର 327 ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା 2022 ରେ ସର୍ବାଧିକ 626 ଡକାୟତି ମାମଲା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ଅନ୍ୟପଟେ ଚଳିତ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ଠାରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ ହଙ୍ଗାମା ଜାରି ରଖିଛନ୍ତି । ଖାଲି ଏତିକି ନୁହେଁ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ ଜାରି ରଖିଛନ୍ତି । ଗୋଟିଏ ପଟେ ସରକାରୀ ଦଳ ରାଜ୍ୟରେ ଆଇନ ଶୃଙ୍ଖଳା ଠିକ ଥିବା ଦାବି କରୁଥିବା ବେଳେ, ଏବେ ମନ୍ତ୍ରୀଙ୍କ ଏହି ଉତ୍ତର ସତ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଆଗାମୀ ଦିନରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.