ETV Bharat / state

କ୍ବାଟର୍ସ ଆବଣ୍ଟନ ହେବ ସୁବିଧା: କ୍ୟୁଏମଏସ ୨.୦ କାଲିଠୁ ହେବ କାର୍ଯ୍ୟକ୍ଷମ

Quarter Management System: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୬ ତାରିଖରେ କ୍ବାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ୨.୦ (QMS 2.0)ର ଶୁଭାରମ୍ଭ କରିଥିଲେ । ଏହି ଆପ୍ଲିକେସନ କର୍ମଚାରୀମାନଙ୍କୁ କ୍ବାର୍ଟର ଆବଣ୍ଟନ କ୍ଷେତ୍ରରେ ସେମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ଡିଜାଇନ କରାଯାଇଥିବା କହିଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 14, 2023, 8:05 PM IST

କ୍ବାଟର୍ସ ଆବଣ୍ଟନ ହେବ ସୁବିଧା; କ୍ୟୁଏମଏସ ୨.୦ ଡିସେମ୍ବର ୧୫ରୁ ହେବ କାର୍ଯ୍ୟକ୍ଷମ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୬ ତାରିଖରେ କ୍ବାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ ୨.୦ (QMS 2.0)ର ଶୁଭାରମ୍ଭ କରିଥିଲେ । ଏହି ଆପ୍ଲିକେସନ କର୍ମଚାରୀମାନଙ୍କୁ କ୍ବାର୍ଟର ଆବଣ୍ଟନ କ୍ଷେତ୍ରରେ ସେମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ଡିଜାଇନ କରାଯାଇଥିବା କହିଥିଲେ ।

ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଆଧାରରେ ଭୁବନେଶ୍ବର ଓ କଟକରେ ଥିବା ଟାଇପ-୧ରୁ ଟାଇପ-୬ ବର୍ଗକୁ ଅନ୍ତର୍ଭୁକ୍ତ କରି ଜିଏ ପୁଲ କ୍ବାର୍ଟର୍ସ ଗୁଡିକର ଅନଲାଇନ ଆବେଦନ, ଆବଣ୍ଟନ ଓ ପରିଚାଳନା ପାଇଁ ଏଚଆରଏମଏସ ପ୍ଲାଟଫର୍ମରେ ଥିବା ଇ-କ୍ବାର୍ଟର୍ସ ଦରଖାସ୍ତ ବ୍ୟବସ୍ଥାକୁ କ୍ୟୁଏମଏସ ୨.୦କୁ ଉପଯୁକ୍ତ ଭାବେ ବିକଶିତ କରାଯାଇଛି । ଆବେଦନ, ଆବଣ୍ଟନ, ଛୁଟି ଏବଂ ଅନଲାଇନ ପ୍ଲାଟଫର୍ମରେ ଏନଓସି ବା ଏନଡିସି ଜାରି କରିବା, କ୍ବାର୍ଟର ମ୍ୟାନେଜମେଣ୍ଟ ସହ ଜଡିତ ସମସ୍ତ କାର୍ଯ୍ୟକଳାପକୁ ଏହି ନୂଆ ଆପ୍ଲିକେସନରେ ସୁବିଧାରେ ପରିଚାଳିତ ହେବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ସିଏମଜିଆଇ ଦ୍ବାରା ନୂତନ ଭାବେ ବିକଶିତ କ୍ୟୁଏମଏସ -୨.୦ ମଡ୍ୟୁଲ ଆଗାମୀ ଡିସେମ୍ବର ୧୫ ତାରିଖରୁ ଏଚଆରଏମଏସ ପ୍ଲାଟଫର୍ମ ତଥା https://qms.hrmsodisha.gov.in ୟୁଆରଏଲରେ କାର୍ଯ୍ୟକ୍ଷମ ହେବ ।

କ୍ୟୁଏମଏସ ୨.୦ ଅନୁସାରେ ଏକ କ୍ବାର୍ଟର ପାଇଁ ଆବେଦନ କରିବା ନିମନ୍ତେ ଜିଏ ଇଷ୍ଟେଟର ସୁବିଧା କେନ୍ଦ୍ରରେ ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଯେପରି ଆସିବାକୁ ପଡିବ ନାହିଁ, ତାହାକୁ ଦୃଷ୍ଟି ଦିଆଯାଇ ତଦନୁସାରେ ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ନୋ ଡ୍ୟୁଜ ପ୍ରମାଣପତ୍ର ସଂଗ୍ରହ କରାଯାଇପାରିବ । ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଜିଏ ସୁବିଧା କେନ୍ଦ୍ରକୁ ଯାଇ ଏକ କ୍ବାର୍ଟର ପାଇଁ ଆବେଦନ କରିବାକୁ ପଡୁଥିଲା । କିମ୍ବା କ୍ବାର୍ଟର ଛାଡିବା ସମୟରେ ନୋ ଡ୍ୟୁ ସାର୍ଟିଫିକେଟ ହାସଲ କରିବାରେ ସମୟ ସାପେକ୍ଷ ମାନୁଆଲ ପ୍ରକ୍ରିୟା ଦେଇ ଯିବାକୁ ପଡୁଥିଲା ।

ଅଧିକ ପଢନ୍ତୁ- କ୍ବାଟର୍ସ ଆବଣ୍ଟନ ହେବ ସୁବିଧା; କ୍ୟୁଏମଏସ ୨.୦ ଡିସେମ୍ବର ୧୫ରୁ ହେବ କାର୍ଯ୍ୟକ୍ଷମ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା କ୍ୟୁଏମଏସ ୨.୦ ବ୍ୟବସ୍ଥା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଅସୁବିଧାମୁକ୍ତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । କ୍ୟୁଏମଏସ ୨.୦ ପ୍ଲାଟଫର୍ମ ସରକାରୀ କର୍ମଚାରୀଙ୍କୁ ଅନଲାଇନରେ କ୍ବାର୍ଟର୍ସ ଆବେଦନ କରିବାକୁ ଅନୁମତି ଦେଇଥାଏ । ଯାହା କାର୍ଯ୍ୟାଳୟକୁ ଏକାଧିକ ଥର ପରିଦର୍ଶନ ଏବଂ ଲମ୍ବା ଅପେକ୍ଷା ସମୟର ଆବଶ୍ୟକତାକୁ ଦୂର କରିଥାଏ । ଭୁବନେଶ୍ବର ଓ କଟକରେ ଥିବା ବିଭିନ୍ନ ଟ୍ରେଜେରୀ ଜରିଆରେ ଦରମା ପାଉଥିବା ସମସ୍ତ ଯୋଗ୍ୟ ନିୟମିତ ସରକାରୀ କର୍ମଚାରୀଙ୍କ କ୍ବାର୍ଟର୍ସ ପାଇଁ ଆବେଦନ କରିବାକୁ ଥିବା ଆକାଉଣ୍ଟକୁ ଅଟୋ ଆକ୍ଟିଭେଟ କରାଯିବ ।

ଭୁବନେଶ୍ବର ଓ କଟକରେ ଜିଏ ପୁଲ କ୍ବାର୍ଟର୍ସ ନିମନ୍ତେ ଆବେଦନ ପାଇଁ କୌଣସି ହାର୍ଡକପିର ଆବଶ୍ୟକତା ପଡ଼ିବ ନାହିଁ । ଏହି ପ୍ରକ୍ରିୟାକୁ ସହଜ, ସମୟ ହ୍ରାସ ଏବଂ ବ୍ୟକ୍ତିଗତ ଭାବେ ଉପସ୍ଥିତିର ଆବଶ୍ୟକତା ନଥାଇ କ୍ବାର୍ଟର ପରିଚାଳନାକୁ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପୂର୍ବରୁ ଥିବା କାର୍ଯ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ସହିତ ନୂତନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ସରକାରୀ କର୍ମଚାରୀମାନେ କ୍ୟୁଏମଏସ ୨.୦ ଆପ୍ଲିକେସନ ଉଭୟ ଏଚଆରଏମସ ପ୍ଲାଟଫର୍ମ (URL: https://apps.hrmsodisha.gov.in/) ଏବଂ URL https://qms.hrmsodisha.gov.in ରେ ସେମାନଙ୍କର ଥିବା ବର୍ତ୍ତମାନର ଆବଶ୍ୟକ ପ୍ରମାଣପତ୍ର ବ୍ୟବହାର କରି ଏହାର ଉପଯୋଗ କରିପାରିବେ । HRMS ନଥିବା ଉପଭୋକ୍ତାମାନେ କେବଳ https://qms.hrmsodisha.gov.in URL ମାଧ୍ୟମରେ କ୍ୟୁଏମଏସ ୨.୦ ବ୍ୟବହାର କରିପାରିବେ ଏବଂ ସେମାନଙ୍କୁ ସିଷ୍ଟମ ଆକସେସ କରିବା ପାଇଁ ଏକକାଳୀନ ପଞ୍ଜୀକରଣ କରିବାକୁ ପଡିବ ।

ଭୁବନେଶ୍ବର ଓ କଟକ ଟ୍ରେଜେରୀ ଜରିଆରେ ଦରମା ନେଉଥିବା ସମସ୍ତ ସରକାରୀ କର୍ମଚାରୀ କ୍ୟୁଏମଏସ ୨.୦ ରେ ନିଜ ପସନ୍ଦର କ୍ବାର୍ଟର ଚୟନ କରିବାକୁ ଯୋଗ୍ୟ ବିବେଚିତ ହେବେ । ଯାହା ପ୍ରତି ମାସ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଅର୍ଥାତ ଆବଣ୍ଟନ ପାଇଁ ଉପଲବ୍ଧ ଖାଲି କ୍ବାର୍ଟର ତାଲିକା ଏବଂ ୱେଟିଂ ଲିଷ୍ଟ ମାସ ୧ରୁ ୯ ତାରିଖ ପର୍ଯ୍ୟନ୍ତ ଫ୍ରିଜ ରହିବ । କ୍ୟୁଏମଏସ-୨.୦ ଦ୍ବାରା ସରକାର ପୂର୍ବରୁ ଥିବା ସମୟ ସାପେକ୍ଷ ଏବଂ ଜଟିଳ ପ୍ରକ୍ରିୟା ଗୁଡ଼ିକୁ ସରଳ କରି ସରକାରୀ କର୍ମଚାରୀଙ୍କ ସାମଗ୍ରିକ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଗତ ଡିସେମ୍ବର ୬ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଭୁବନେଶ୍ବର ଓ କଟକରେ ଥିବା ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନଙ୍କ ଅବଗତି ନିମନ୍ତେ ଚିଠି ଲେଖି ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.