ETV Bharat / state

ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର - khordha news

ଲକଡାଉନ ପାଇଁ ସମସ୍ତ ଯାତାୟତ ବନ୍ଦ ରହିଥିବାବେଳେ, ଘରେ ହାତବାନ୍ଧି ବସିଛନ୍ତି ବସ ଓ ଟ୍ୟାକ୍ସି ଡ୍ରାଇଭର । ଆଗକୁ କିପରି ଘର ଚଳିବ ସେ ନେଇ କ୍ଷତିପୂରଣ ଦାବି କରିଛ ଖୋର୍ଦ୍ଧାର ଓଡିଶା ମୋଟର ଚାଳକ ସଙ୍ଘ । ଅଧିକ ପଢନ୍ତୁ...

ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Jun 2, 2020, 4:51 PM IST

ଖୋର୍ଦ୍ଧା: କୋଭିଡ-19ର ପ୍ରଭାବରେ ଦୁଇ ମାସରୁ ଊର୍ଦ୍ଧ୍ବ ଲକଡାଉନ ସ୍ଥିତି ଜାରି ରହିଛି । ଯେଉଁଥିପାଇଁ ଘରୋଇ ଗାଡି ଚଳାଚଳ ଦୀର୍ଘଦିନ ଧରି ବନ୍ଦ ରହିଥିଲା । ଫଳରେ ଟ୍ୟାକ୍ସି ଏବଂ ବସ ଡ୍ରାଇଭର ଜୀବିକା ହରାଇ ହାତ ବାନ୍ଧି ବସିଛନ୍ତି । ଏବେ ସରକାର ବସ ଏବଂ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।

ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର

ହେଲେ ଓଡିଶା ମୋଟର ଚାଳକ ସଙ୍ଘ 3 ମାସ ଲକଡାଉନ ସମୟର କ୍ଷତିପୂରଣ ଏବଂ 50 ଲକ୍ଷ ଟଙ୍କାର ବୀମା ଦାବି କରି ମଙ୍ଗଳବାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଆଗାମୀ 15ଦିନ ମଧ୍ୟରେ ମୋଟର ଚାଳକ ସଙ୍ଘର ଦାବୀ ପୂରଣ ନହେଲେ ସାରା ରାଜ୍ୟରେ ଚକ ଅଖ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.