ETV Bharat / state

Matric Exam: ମାର୍ଚ୍ଚ ୧୦ରୁ ମାଟ୍ରିକ୍ ସମ୍ମେଟିଭ୍, ଜାରି ହେଲା ପରୀକ୍ଷା ସୂଚୀ

author img

By

Published : Feb 5, 2023, 2:24 PM IST

ମାର୍ଚ୍ଚ ୧୦ରୁ ମାଟ୍ରିକ୍ ସମ୍ମେଟିଭ୍ ପରୀକ୍ଷା ଆରମ୍ଭ ହେବ । ଆଜି ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ।

Odisha Matric Exam
Odisha Matric Exam
Odisha Matric Exam

ଭୁବନେଶ୍ବର/କଟକ: ଆଗକୁ ବୋର୍ଡ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ବୋର୍ଡ ଏବଂ କାଉନସିନ ପ୍ରସ୍ତୁତ ରହିଥିବା ବେଳେ ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏନେଇ ଆଜି ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।

ପରୀକ୍ଷା ସୂଚୀ: ଚଳିତ ବର୍ଷ ମାର୍ଚ୍ଚ 10ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏନେଇ ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଗଲା । ଏହାସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା । ୧୩ରେ ଇଂରାଜୀ,୧୪ରେ ସଂସ୍କୃତ କିମ୍ବା ହିନ୍ଦୀ ପରୀକ୍ଷା । ମାର୍ଚ୍ଚ ୧୬ରେ ସାଧାରଣ ବିଜ୍ଞାନ, ୧୮ରେ ସାମାଜିକ ବିଜ୍ଞାନ ।

ସକାଳ 8 ରୁ 10 ପର୍ଯ୍ୟନ୍ତ ହେବ ପରୀକ୍ଷା । ଏହି ପରୀକ୍ଷା 10 ରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ହେବ ପରୀକ୍ଷା । ଏହିପାଇଁ ୩୧୬ଟି ନୋଡାଲ ସେଣ୍ଟର କରିଛି ବୋର୍ଡ ।

ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ସ୍ଥାନରେ ନୋଡାଲ ସେଣ୍ଟର କରାଯାଇଛି । ସେହିଭଳି ମଧ୍ୟମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ । ସମେଟିଭ ୧ ରେ ପରୀକ୍ଷା କେନ୍ଦ୍ର ଯେଉଁଠି ଥିଲା ସମେଟିଭ ୨ ପରୀକ୍ଷା ସେହି କେନ୍ଦ୍ରରେ ହେବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇସାରିଛି । ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପରିଷଦ । ସିଏଚ୍ଏସ୍ଇ ଅଧିକାରୀମାନେ ଅଫିସ ସମୟ ପରେ ମଧ୍ୟ ଶିକ୍ଷାନୁଷ୍ଠାନରେ ପହଞ୍ଚିପାରନ୍ତି । ତେଣୁ ୨୪ ରୁ ୨୯ତାରିଖ ମଧ୍ୟରେ ଅଧ୍ୟକ୍ଷମାନେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସକୁ ଗ୍ରହଣ କରିବା ପାଇଁ ସତର୍କ ରହିବେ ।

ସେହିପରି ସମସ୍ତ ମାଟେରିଆଲ୍ସକୁ ଠିକ୍ ଭାବେ ତଦାରଖ ଏବଂ ଗଣିକରି ଅଧ୍ୟକ୍ଷମାନେ ରଖିବେ । ଯଦି କେଉଁଠି କମ୍ ଥାଏ, ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ । ସମସ୍ତ ପ୍ରଶ୍ନପତ୍ର ସେଣ୍ଟର ସୁପରିଟେଣ୍ଡେଣ୍ଟ ଏବଂ ଅଧ୍ୟକ୍ଷଙ୍କ ତଦାରଖରେ ସିସିଟିଭି ନଜରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯିବ । ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗ ଅନୁଯାୟୀ ସେମାନଙ୍କର କେତେ ପିଲା ପରୀକ୍ଷା ପାଇଁ ଆବେଦନ କରିଛନ୍ତି, ତାର ତଥ୍ୟ ଆସନ୍ତା ୭ତାରିଖ ସୁଦ୍ଧା ଟ୍ୟାଗ୍ ହୋଇଥିବା ପରୀକ୍ଷା କେନ୍ଦ୍ର/ ସବ୍ ସେଣ୍ଟରକୁ ପଠାଇବେ ।

ସେହିପରି ଆବଶ୍ୟକୀୟ ପ୍ରଶ୍ନପତ୍ର ତଥ୍ୟ ସବସେଣ୍ଟର ଗୁଡ଼ିକ ୧୦ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପଠାଇବେ । ପରୀକ୍ଷା କେନ୍ଦ୍ର ୧୩ ତାରିଖ ସୁଦ୍ଧା ପରୀକ୍ଷା ପରିଚାଳନା ହବକୁ ପଠାଇବେ ଏବଂ ହବ ଗୁଡ଼ିକ ଏହି ତଥ୍ୟ ପରିଷଦକୁ ୧୫ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପ୍ରଶ୍ନପତ୍ର କମ୍ ପଡ଼ିଯାଏ ତେବେ ହବ୍ ସୁପରଭାଇଜର ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Naba Das Murder: ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର, ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଆଯାଉ

ସୂଚନାଯୋଗ୍ୟ, ଏଥର ୧,୧୪୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ କରାଯାଇଛି । ସେହିପରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ପ୍ରଶ୍ନପତ୍ର ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨ଟି ହବ୍ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ ଲକ୍ଷ ୫୮ହଜାର ୪୯୯ଜଣ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି , "ମାର୍ଚ୍ଚ 10ରେ ମାଟ୍ରିକ ସମ୍ମେଟିଭ 2 ଏବଂ ମାର୍ଚ୍ଚ 1 ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏନେଇ ବୋର୍ଡ ଏବଂ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗ ନେଇ ପରୀକ୍ଷାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ମାଟ୍ରିକରେ ଚଳିତ ବର୍ଷ ସମ୍ମେଟିଭ ପ୍ରକ୍ରିୟାରେ ପରୀକ୍ଷା କରାଯାଉଛି, ଆଗାମୀ ବର୍ଷ ଏହି ପ୍ରକ୍ରିୟାରେ ପରୀକ୍ଷା ହେବ କି ନାହିଁ, ଫଳ ପ୍ରକାଶ ପରେ ସେନେଇ ନିଷ୍ପତ୍ତି ନିଆଯିବ ।"

ଇଟିଭି ଭାରତ, ଭୁବନେଶ୍ବର ଓ କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.