ETV Bharat / state

ଚଳିତ ବର୍ଷ ଜଙ୍ଗଲ ଅଧିକ ଜଳିବା ସମ୍ଭାବନା, PCCFଙ୍କ ସତର୍କ ଘଣ୍ଟି

ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ପିସିସିଏଫଙ୍କ ସତର୍କ ଘଣ୍ଟି । ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା ରହିଛି । ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

author img

By

Published : Feb 6, 2023, 9:47 PM IST

forest fire
forest fire
ଚଳିତ ବର୍ଷ ଜଙ୍ଗଲ ଅଧିକ ଜଳିବା ସମ୍ଭାବନା

ଭୁବନେଶ୍ବର: ଚଳିତ ବର୍ଷ ସାଙ୍ଘାତିକ ହେବ ଜଙ୍ଗଲ ନିଆଁ । ୨୦୨୩ ମସିହାରେ ଜଙ୍ଗଲ ଅଧିକ ଜଳିବା ସମ୍ଭାବନା ରହିଛି । ଜଙ୍ଗଲ ନିଆଁକୁ ନେଇ ସତର୍କ ଘଣ୍ଟି ଦେଇଛି ବିଭାଗ । ଏଥର ଜାନୁଆରୀ ମାସ ୪ର୍ଥ ସପ୍ତାହରୁ ହିଁ ତାପମାତ୍ରା ବୃଦ୍ଧି ଆରମ୍ଭ ହେଇଗଲାଣି । ଯଦି ଏହି ଭଳି ଗରମ ଜାରି ରୁହେ ତେବେ ପରିସ୍ଥିତି ସାଙ୍ଘାତିକ ହେବ। ସାଟେଲାଇଟ ଜଣାଇବ ଜଙ୍ଗଲର ନିଆଁ । ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ପିସିସିଏଫ ସତର୍କ କରାଇଛନ୍ତି ।

ଦୀର୍ଘ ଦିନ ହେଲା ବର୍ଷା ହୋଇନି । ପାଗ ଶୁଖିଲା ରହିଛି । ତାପମାତ୍ରା ବି ବୃଦ୍ଧି ହେଲାଣି । ଯଦି ନିକଟ ଭବିଷ୍ୟତରେ ବର୍ଷା ନ ହୁଏ, ତାହେଲେ ଏ ବର୍ଷ ମଧ୍ୟ ଅଧିକ ଜଙ୍ଗଲ ନିଆଁ ଘଟଣା ଦେଖିବାକୁ ମିଳିବ । ଏବେ ରାଜ୍ୟରେ ଦିନକୁ ପାଖାପାଖି ୧୦୦ରୁ ୧୫୦ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି । ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ । ଜଙ୍ଗଲ ନିଆଁ ଘଟଣା ଚିହ୍ନଟ କରିବା ନୁହେଁ, ନିଆଁ ଲିଭାଇବା ବନ ବିଭାଗ ପାଇଁ ଆହ୍ବାନ । ଏନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, " ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ । କେମିତି ଜଙ୍ଗଲ ନିଆଁକୁ ଆୟତ୍ତ କରିବୁ, ଆମର ଷ୍ଟାଫ ଇକ୍ୟୁପମେଣ୍ଟସ, ଟେକ୍ନୋଲୋଜି ରେଡି କରିକି ରଖିଛୁ ।

ଜିଲ୍ଲା ସ୍ତରୀୟ ପ୍ଲାନ ପ୍ରସ୍ତୁତ କରି ରଖିଛୁ । ଯେଭଳି ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ, ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛୁ । ଏବେ ରାଜ୍ୟର ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଅଧିକ । ତେଣୁ ଏହି ଜଙ୍ଗଲ ଉପରେ ଆମେ ନଜର ରଖିଛୁ ।" ପିସିସିଏଫ ଦେବୀଦତ୍ତ ବିଶ୍ବାଳ କହିଛନ୍ତି, " ୨୦୨୧ ଜଙ୍ଗଲରେ ନିଆଁ ଲାଗିବା ଅଧିକା ଦେଖିବାକୁ ମିଳିଥିଲା । ତା'ପରେ ପରେ ୨୦୨୨ ମସିହାରେ ପୂର୍ବ ବର୍ଷଠାରୁ ବହୁତ କମ ମାତ୍ରାରେ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲଗାଇବା ଅଧିକା ହୋଇପାରେ। କାରଣ ଚଳିତ ବର୍ଷ ଋତୁ ଚକ୍ରରେ ବିଭ୍ରହଟ ଓ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଅଧିକା ଜଙ୍ଗଲରେ ନିଆଁ ଦେଖିବାକୁ ମିଳିପାରେ।"

ଏହା ବି ପଢନ୍ତୁ- ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ

ଅନ୍ୟପକ୍ଷରେ ନିଆଁକୁ ଆୟତ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି। ବେଳେ ବେଳେ କିଛି ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଛନ୍ତି । ଯାହା ଫଳରେ ନିଆଁ ବଢ଼ିବାରେ ଲାଗିଛି। ବର୍ତ୍ତମାନ ବିଭାଗ ପକ୍ଷରୁ ଅମାନୁଷିକ ବ୍ୟକ୍ତିଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚେକ ପଏଣ୍ଟ କରାଯିବା ସହ ଜଙ୍ଗଲରେ କେଉଁ ସ୍ଥାନରେ ନିଆଁ ଲାଗିଛି ତାହା ମଧ୍ୟ ସାଟେଲାଇଟ ମାଧ୍ୟମରେ ଦେଖିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ରାଜ୍ୟରେ କିଛି କିଛି ସ୍ଥାନରେ ତାପମାତ୍ରା ୩୦-୩୫ ଡିଗ୍ରୀ ରହିଥିବା ବେଳେ କେଉଁଠି ଜଙ୍ଗଲ ନିଆଁ ଦେଖିବାକୁ ମିଳିନାହିଁ ।

ମାର୍ଚ୍ଚ ଆରମ୍ଭରୁ ତାପମାତ୍ରା ଅଧିକା ରହିଥିବା ବେଳେ ଗଛ ପତ୍ର ସବୁ ଶୁଷ୍କ ହୋଇପଡ଼ି ରହିଛ । ଯାହା ଫଳରେ ଜଙ୍ଗଲରେ ଅତି ସହଜରେ ନିଆଁ ଲାଗି ସବୁଆଡେ ମାଡ଼ିଯାଇଥାଏ । ଗାଁ ସ୍ତରରେ ଜଙ୍ଗଲକୁ ସୁରକ୍ଷା ଦେବା ଲାଗି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉଛି । ପ୍ରତି ୭ ଦିନରେ ଥରେ ଜଙ୍ଗଲ ନିକଟରେ ଥିବା ଗାଁକୁ ଯାଉଛି ବନ ବିଭାଗ । ଏହା ସହ ଲୋକଙ୍କୁ ନେଇ କିଭଳି ଭାବରେ ଜଙ୍ଗଲରେ ନିଆଁ ନ ଲାଗିବ ଏବଂ ନିଆଁ ଲାଗୁଥିବା ବ୍ୟକ୍ତିଙ୍କୁ ସଚେତନ କରିବା ପରି ଅଭିଯାନ କରୁଛି ବିଭାଗ । ବର୍ତ୍ତମାନ ସୁଦ୍ଧା ୯୫ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଆଗକୁ ଏହା ୧୦୦୦ ହୋଇପାରେ ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.