ETV Bharat / state

UCC ଲାଗୁ ହେଲେ ଲୋକେ କର୍ଣ୍ଣାଟକ ପରି ସାରା ଦେଶରେ ଜବାବ ଦେବେ: ପଞ୍ଚାନନ - ୟୁନିଫର୍ମ ସିଭିଲ କୋଡ

୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା ଲାଗୁ ନେଇ ଜାରି ରହିଛି ରାଜନୀତି । କିଛି ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମର୍ଥନରେ ବାହାରିଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି । ଏହି ବିଲ ଲାଗୁ ହେଲେ କର୍ଣ୍ଣାଟକ ପରି ସାରା ଦେଶରେ ଲୋକେ ବିଜେପି ସରକାରକୁ ଜବାବ ଦେବେ ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଅଧିକ ପଢ଼ନ୍ତୁ

UCC ନେଇ ଓଡ଼ିଶା ନେତାଙ୍କ ପ୍ରତିକ୍ରିୟା
UCC ନେଇ ଓଡ଼ିଶା ନେତାଙ୍କ ପ୍ରତିକ୍ରିୟା
author img

By

Published : Jul 4, 2023, 6:11 PM IST

UCC ନେଇ ଓଡ଼ିଶା ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଦେଶରେ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା ଲାଗୁ ହେବା ଉଚିତ କି ନୁହେଁ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଏହାକୁ ଏକ ମୁଦ୍ଦା କରି ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏହି ପ୍ରସଙ୍ଗରେ କିଛି ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ସମର୍ଥନରେ ବାହାରିଥିବା ବେଳେ କଂଗ୍ରେସ ଭଳି ପ୍ରମୁଖ ବିରୋଧୀ ଦଳ ଏହାର ବିରୋଧ କରିଛନ୍ତି ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "୨୦୧୪, ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଦୁଇଟି ପ୍ରସଙ୍ଗ ଆଣିଥିଲା । ଏବେ ୨୦୨୪ ନିର୍ବାଚନ ପୂର୍ବରୁ ଆଉ ଏକ ନୂଆ ପ୍ରସଙ୍ଗ ଆଣିଛି ୟୁନିଫର୍ମ ସିଭିଲ କୋଡ୍‌ । କିନ୍ତୁ ବିଡ଼ମ୍ବନାର ବିଷୟ ହେଲା ଭାରତ ଭଳି ଦେଶରେ ଭିନ୍ନତା ମଧ୍ୟରେ ଏକତା ରହିଛି । ଆଦିବାସୀମାନଙ୍କର ୮ ପ୍ରକାରର ବିବାହ ରହିଛି ପରମ୍ପରା ଅନୁସାରେ । ସେହିପରି ହିନ୍ଦୁ ରୀତିନୀତିରେ ମଧ୍ୟ ବିଭିନ୍ନ ସ୍ଥାନରେ ପରମ୍ପରା ଗତ ପାର୍ଥକ୍ୟ ନଜର ଆସୁଛି ବିବାହ ପ୍ରଥାରେ । ସମସ୍ତଙ୍କୁ ଗୋଟିଏ ନିୟମ ଭିତରକୁ ଟାଣି ଆଣିବା ପରମ୍ପରା ଭୁଶୁଡିଯିବା ପରି ପରିସ୍ଥିତି । ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ୟୁନିଫର୍ମ ସିଭିଲ କୋଡକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନୀ ବୈତରଣୀ ପାର ହେବାକୁ ବସିଛି ।" ଲୋକେ କିନ୍ତୁ କର୍ଣ୍ଣାଟକ ପରି ସାରା ଦେଶରେ ଏହାର ଜବାବ ଦେବେ ବୋଲି କହିଛନ୍ତି ପଞ୍ଚାନନ ।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ବିଜେପି ଯେତେବେଳେ ଶାସନକୁ ଆସିଥିଲା ସେତେବେଳେ ୩ଟି ଲକ୍ଷ୍ୟ ନେଇ ଆସିଥିଲା । ପ୍ରଥମ ଲକ୍ଷ୍ୟଟି ଥିଲା ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା । ଏହା ହେଲା ମଧ୍ୟ । ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଗଣିତ ହେଲା ଜମ୍ମୁ ଓ କାଶ୍ମୀର । ଦ୍ବିତୀୟ ପ୍ରସଙ୍ଗଟି ଥିଲା ରାମ ମନ୍ଦିର ଓ ବାବ୍ରି ମସଜିଦ ବିବାଦରେ ସ୍ଥାୟୀ ସମାଧାନ । ତେବେ ଆଇନ ତଥା କୋର୍ଟର ଆଶ୍ରୟ ନେଇ ବିଜେପି ସରକାର ଏହାର ସମାଧାନର ବାଟ କାଢ଼ିବାରେ ସମର୍ଥ ହେଲା । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ତୃତୀୟରେ ହେଲା ୟୁନିଫର୍ମ ସିଭିଲ କୋଡ୍‌ ।" କିନ୍ତୁ ଏହାର ଗ୍ରହଣୀୟତାରେ କିଛିଟା ଅସୁବିଧା ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି । କାରଣ ହିନ୍ଦୁ ପରମ୍ପରାରେ ଭିନ୍ନ ଭିନ୍ନ ବିବାହ ଓ ବିଚ୍ଛେଦର ପ୍ରକ୍ରିୟା ରହିଛି । ଭାରତୀୟଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ବି ଅଛନ୍ତି । କିନ୍ତୁ ଦେଖିବାର କଥା ପୂର୍ବରୁ ଆର୍‌ଟିଆଇ ଆକ୍ଟ ଏବଂ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଦେଇ ଆସିଥିବା ବିଜେଡି ଏଥିରେ କଣ ଷ୍ଟାଣ୍ଡ୍‌ ନେଉଛି ବୋଲି ଅକ୍ଷୟ କହିଛନ୍ତି ।

କିଛିଦିନ ତଳେ 'ମେରା ବୁଥ୍‌ ସବ୍‌ସେ ମଜବୁତ' କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ଗୋଟିଏ ପରିବାରରେ ଆମେ ୫ରୁ ୬ଜଣ ସଦସ୍ୟ ରହୁଛେ । ତେବେ ଜଣଙ୍କ ପାଇଁ ଗୋଟିଏ ଆଇନ ଏବଂ ପରିବାରର ଆଉ ଜଣେ ସଦସ୍ୟଙ୍କ ପାଇଁ କଣ ଆଉ ଗୋଟେ ଆଇନ ପ୍ରଚଳନ ହେବ କି ? ଯଦି ଏପରି ହୁଏ, ତେବେ ପରିବାର ଚାଲିପାରିବ ତ ? ଦେଶର ଅବସ୍ଥା ଠିକ ସେହିପରି । ସମସ୍ତଙ୍କ ପାଇଁ ଆଇନ ଅଲଗା ଅଲଗା ହେଲେ ଏ ଦେଶ କେମିତି ଚାଲିବ ?" ତେଣୁ ୟୁନିଫର୍ମ ସିଭିଲ କୋଡର ଆବଶ୍ୟକତା ରହିଛି ବୋଲ ମୋଦି କହିଥିଲେ ।

ତେବେ ଏହି ପ୍ରସଙ୍ଗରେ ବିଜେଡିର ଷ୍ଟାଣ୍ଡ୍‌ ଜାଣିବା ପାଇଁ ଆମେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲୁ । ତାଙ୍କର କହିବା କଥା ହେଲା, "ବିଜେଡିର ଷ୍ଟାଣ୍ଡ କଣ ରହିବ ସେନେଇ କିଛି ନିଷ୍ପତ୍ତି ହୋଇନାହିଁ । ତେଣୁ ଏବେ ସେ ସମ୍ପର୍କରେ ମତାମତ ଦେଇହେବ ନାହିଁ ।" ବଡ଼ କଥା ହେଲା ନିର୍ବାଚନୀ ବର୍ଷରେ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି ୟୁନିଫର୍ନମ ସିଭିଲ କୋଡ । ଦିଲ୍ଲୀ ଓ ପଞ୍ଜାବରେ ସରକାରରେ ଥିବା ଆପ ଏହାକୁ ସମର୍ଥନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଛି । ଏବେ ଦେଖିବାର କଥା ୟୁନିଫର୍ମ ସିଭିଲ କୋଡକୁ ନେଇ ବିଜେଡି କଣ ଷ୍ଟାଣ୍ଡ୍‌ ଆପଣାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.