ETV Bharat / state

ଉତ୍ତରକାଶୀ ଟନେଲ ଟ୍ରାଜେଡି, ଦୁର୍ଘଟଣା ସ୍ଥଳକୁ ଗଲେ ଶ୍ରମମନ୍ତ୍ରୀ ସାରଦା ନାୟକ - ଉତ୍ତରକାଶୀ ଗଲେ ଶ୍ରମ ମନ୍ତ୍ରୀ ସାରଦା ନାୟକ

Sarada Nayak heads to Uttarkashi: ୧୪ ଦିନ ହେଲାଣି ଉତ୍ତରକାଶୀ ଟନେଲ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଏମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଆ ଥିବା ବେଳେ ଘଟଣାସ୍ଥଳକୁ ଗଲେ ଶ୍ରମ ମନ୍ତ୍ରୀ ସାରଦା ନାୟକ । ଅଧିକ ପଢନ୍ତୁ

Odisha Labour Minister Sarada Nayak
Odisha Labour Minister Sarada Nayak
author img

By ETV Bharat Odisha Team

Published : Nov 25, 2023, 4:11 PM IST

Updated : Nov 25, 2023, 4:25 PM IST

ଉତ୍ତରକାଶୀ ଟନେଲ ଟ୍ରାଜେଡି, ଦୁର୍ଘଟଣା ସ୍ଥଳକୁ ଗଲେ ଶ୍ରମମନ୍ତ୍ରୀ ସାରଦା ନାୟକ

ଭୁବନେଶ୍ବର: ଆଜକୁ ୧୪ ଦିନ ହେଲାଣି ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଶ୍ରମିକମାନେ ମନରେ ଦୃଢ ବିଶ୍ବାସ ରଖି ଉଦ୍ଧାରକାରୀ ଟିମକୁ ଅପେକ୍ଷା କରିଛନ୍ତି । ଏପଟେ ବାହାରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଗର ମେସିନ ଖରାପ ହେବା ପରେ ଏବେ ମାନୁଆଲ ଡ୍ରିଲିଂ ଆରମ୍ଭ ହୋଇଛି । ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଫସି ରହିଥିବା ବେଳେ ଘଟଣାସ୍ଥଳକୁ ବାହାରିଛନ୍ତି ଓଡ଼ିଶାର ଶ୍ରମ ମନ୍ତ୍ରୀ ସାରଦା ନାୟକ । ମନ୍ତ୍ରୀଙ୍କ ସହ ଘଟଣାସ୍ଥଳକୁ କନ୍ସଲଟାଣ୍ଟ ହେଡ ଓ ଶ୍ରମିକଙ୍କ ପରିବାର ସଦସ୍ୟ ଯାଉଥିବା ଜଣାପଡ଼ିଛି ।

ରେସ୍କୁ ଅପରେସନକୁ ଅନୁଧ୍ୟାନ କରିବେ ମନ୍ତ୍ରୀ । ଶ୍ରମିକଙ୍କ ଠାରୁ ୨ରୁ ୩ ମିଟର ଦୂରରେ ଥିବାରୁ ଆଜି ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ମନ୍ତ୍ରୀ । ଏନେଇ ଶ୍ରମମନ୍ତ୍ରୀ ସାରଦା ନାୟକ କହିଛନ୍ତି, " ନଭେମ୍ବର ୧୨ ତାରିଖରେ ଉତ୍ତରାଖଣ୍ଡରେ କାର୍ଯ୍ୟ ଚାଲିଥିବା ଟନେଲରେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ । ସେଥିରେ ୫ ଜଣ ଓଡ଼ିଆ ଶ୍ରମିକ ଥିବା ଜାଣିବାକୁ ପାଇଥିଲୁ । ୧୩ ତାରିଖ ଦିନ ଆମର ୨ ଜଣ ବରିଷ୍ଠ ଅଧିକାରୀ ଉତ୍ତରାଖଣ୍ଡ ଯାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି । ପ୍ରତ୍ୟେକ ଦିନର ଖବର ସେମାନେ ନେଉଛନ୍ତି । ପ୍ରଥମ ଦିନ ସେମାନେ ଭିତରେ ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲେ । ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ ଅତ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଶେଷ ମୁହୂର୍ତ୍ତରେ ସହଯୋଗ ପାଇଁ ରାଉଲକେଲା ଷ୍ଟିଲ ପ୍ଲାଣ୍ଟରୁ ପାଇପ ଯାଇଛି ।"

ଏହା ବି ପଢନ୍ତୁ- ଉତ୍ତରକାଶୀ ଟନେଲ୍ ଟ୍ରାଜେଡି: କାମ କରୁନି ମେସିନ୍, ଏବେ ମାନୁଆଲ୍ ଡ୍ରିଲିଂ

ମନ୍ତ୍ରୀ ଆହୁରି କହିଛନ୍ତି, "ବର୍ତ୍ତମାନର ଖବର ଅନୁସାରେ ଶ୍ରମିକଙ୍କ ଠାରୁ ୨ରୁ ତିନି ମିଟର ଦୂରରେ ଅଛୁ । ଆମେ ଆଶାବାଦୀ ଆଜି ଉଦ୍ଧାର କାର୍ଯ୍ୟ ସମ୍ପର୍ଣ୍ଣ ହେବ । ମୁଁ କନସଲଟାନ୍ସ ଏଜେନ୍ସି, ଶ୍ରମିକଙ୍କ ସମ୍ପର୍କୀୟ ଯିବେ । ଆଜି ସନ୍ଧ୍ୟା ସୁଦ୍ଧା ଆମେ ଉତ୍ତରାଖଣ୍ଡରେ ପହଞ୍ଚିବୁ । ଦୁଇ ଜଣଙ୍କ ପରିବାର ସଦସ୍ୟ ଉତ୍ତରାଖଣ୍ଡରେ ଅଛନ୍ତି । ଆଉ ୩ ଜଣଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଆମର ବିଶ୍ବାସ ଆଜି ୪୧ ଜଣ ଶ୍ରମିକ ଉଦ୍ଧାର ହୋଇ ତାଙ୍କ ପରିବାରକୁ ଫେରିବେ । ଆମେ ଆମର ୫ ଭାଇଙ୍କୁ ଧରି ଫେରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 25, 2023, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.