ETV Bharat / state

ଆଜିଠାରୁ ରାଜଧାନୀରେ ଆରମ୍ଭ ହେବ ଖଦି ମେଳା

author img

By

Published : Mar 14, 2023, 7:55 AM IST

ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଆଜିଠାରୁ ଆରମ୍ଭ ହେବ ଖଦି ମେଳା । ଅଧିକ ପଢନ୍ତୁ

Odisha Khadi Mela
Odisha Khadi Mela
Odisha Khadi Mela

ଭୁବନେଶ୍ବର: ରାଜଧାନୀରେ ଆୟୋଜନ ହେବ ଖଦି ମେଳା । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଛି ଖଦି ମେଳା । ଏନେଇ ଖଦିବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ର ସଭାପତି ସଂଗ୍ରାମ କେଶରୀ ପାଇକରାୟ । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳ ନଗରଠାରେ ଚାଲିବ । ୧୦ ଦିନ ବ୍ୟାପି ପ୍ରତ୍ୟେକ ଅପରାହ୍ନ ୩ ଘଟିକାଠାରୁ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ମେଳା ।

ତେବେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗୀ ସେମାନଙ୍କର ପାରମ୍ପରିକ ଉତ୍ପାଦ ସବୁ ଏହି ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରାଯିବ । ଏହି ଖଦୀ ମେଳାରେ ୬୫ ଗୋଟି ଷ୍ଟଲ୍‌ର ବ୍ୟବସ୍ଥା ହୋଇଥିବା ବେଳେ ଭଳିକି ଭଳି ଖଦିରୁ ପ୍ରସ୍ତୁତ ସାମଗ୍ରୀ ମିଳିବ । ଭୁବନେଶ୍ବରବାସୀ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡା ସୋରିଷ ତେଲ, ମହୁ, କନ୍ଧମାଳ ହଳଦୀ, ବିଭିନ୍ନ ମସଲା, ଆଚାର, ଧୂପ କାଠ, ଚାନ୍ଦୁଆ, ଶାଢୀ, ଗାମୁଛା, ପଞ୍ଜାବୀ, ସାର୍ଟ ପ୍ରଭୃତି ସାମଗ୍ରୀର ଲାଭ ନେଇପାରିବେ । ଏଥି ସହିତ ଅରଟରେ ସୂତା କଟା, ତନ୍ତରେ କିଭଳି ଲୁଗା ବୁଣା ଯାଉଛି ତାହାର ଅନୁଭୁତି ସାଉଁଟି ପାରିବେ ରାଜଧାନୀବାସୀ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି ।

ସେହିପରି ଆସନ୍ତା ୧୪ ତାରିଖ ସଂଧ୍ୟା ୬.୩୦ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦ୍ବାରା ଭୁବନେଶ୍ବର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ଉପସ୍ଥିତିରେ ଏହି ପ୍ରଦର୍ଶନୀର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେହ ସଂଧ୍ୟାରେମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ସମସ୍ତ ଭୁବନେଶ୍ବରବାସୀ ସେମାନଙ୍କର ଘରକରଣା ସାମଗ୍ରୀ କ୍ରୟ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ ବୋଲି କହିଛନ୍ତି ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ର ସଭାପତି ସଂଗ୍ରାମ କେଶରୀ ପାଇକରାୟ । ଏହି ମେଳା ଦ୍ୱାରା ଓଡିଶା ଖଦିର ପ୍ରଚାର ପ୍ରସାର ହେବା ସହ ଅନ୍ୟ ରାଜ୍ୟର ଖଦିର ଚାହିଦା ଓ ବୁଣାକାରୀକୁ ଆମେ ଜାଣିପାରିବୁ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.