ETV Bharat / state

କରୋନାରୁ ମୁକ୍ତ ହେଲା କେନ୍ଦୁଝର ଜିଲ୍ଲା, ୭ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ - କରୋନା ମୁକ୍ତ କେନ୍ଦୁଝର ଜିଲ୍ଲା

କରୋନାର ତୃତୀୟ ଲହର ଶେଷ ହେବାରେ ଲାଗିଛି । ଆଶ୍ବସ୍ତିର ବିଷୟ ହେଉଛି ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିବାବେଳେ କେନ୍ଦୁଝର ଜିଲ୍ଲା କରୋନା ମୁକ୍ତ ହୋଇଛି । ଅଧିକ ପଢନ୍ତୁ

କରୋନାରୁ ମୁକ୍ତ ହେଲା କେନ୍ଦୁଝର ଜିଲ୍ଲା, ୭ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ

author img

By

Published : Mar 8, 2022, 4:10 PM IST

ଭୁବନେଶ୍ବର: କରୋନାର ତୃତୀୟ ଲହର ଶେଷ ହୋଇ ଆସୁଛି। ବର୍ତ୍ତମାନ ସ୍ଥିତିରେ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା ମୁକ୍ତ ହେବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ କେନ୍ଦୁଝର ଜିଲ୍ଲାରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି। ଏହାସହ ରାଜ୍ୟର ୭ଟି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ ରହିଛି । ତେଣୁ ଏସବୁ ଜିଲ୍ଲା ମଧ୍ୟ ଖୁବଶୀଘ୍ର କରୋନା ମୁକ୍ତ ହେବେ ବୋଲି ଆଶା କରାଯାଉଛି ।

ସୂଚନାନୁସାରେ କିଛି ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଜାରି ରହିଛି। ହେଲେ ଆଶ୍ବସ୍ତିର ବିଷୟ ହେଉଛି, ଧୀରେ ଧୀରେ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ହେବାରେ ଲାଗିଛି। ଅନୁଗୁଳ, ସମ୍ବଲପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ଗଜପତି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ଦେଖିବାକୁ ମିଳିଛି। ତେବେ କେନ୍ଦୁଝରକୁ ଛାଡିଦେଲେ ବାକି ଜିଲ୍ଲାରେ ଏବେବି ସଂକ୍ରମଣ ରହିଛି। ଯେପରିକି ଢେଙ୍କାନାଳ ରେ ୩ , ଜଗତସିଂହପୁରରେ ୮, କଳାହାଣ୍ଡିରେ ୨ , କନ୍ଧମାଳରେ ୬, ନୟାଗଡରେ ୫, ନୂଆପଡାରେ ୯ ଓ ପୁରୀରେ ୬ ଜଣ ଆକ୍ରାନ୍ତ ବର୍ତ୍ତମାନ ରହିଛନ୍ତି। ଅନ୍ୟପଟେ ୧୦୦ ଉପରେ ରହିଛି ୨ ଟି ଜିଲ୍ଲା। ସେଗୁଡିକ ହେଲା ଝାରସୁଗୁଡା ୧୦୦ ଓ ସମ୍ବଲପୁରରେ ୧୩୮ ଆକ୍ରାନ୍ତ ରହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.