ଭୁବନେଶ୍ବର: କଲେଜରେ ଅବ୍ୟବସ୍ଥା । ଅଧ୍ୟାପକ ମନ ଇଚ୍ଛା ଆସୁଛନ୍ତି ମନ ଇଚ୍ଛା ଯାଉଛନ୍ତି । ଷ୍ଟୁଡେଣ୍ଟ୍ ଫିଡ ଵ୍ୟାକରୁ କିଛି ଏମିତି ରିପୋର୍ଟ ସାମ୍ନାକୁ ଆସିଛି । କଲେଜରେ ୭ ଘଣ୍ଟା ରହୁନାହାନ୍ତି ଅଧ୍ୟାପକ । ଛାତ୍ରଛାତ୍ରୀଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ କରାଯାଉଛି । ଅଧ୍ୟାପକଙ୍କ ପାଠ ପଢାରେ ହେଉ ବା ଅଧ୍ୟାପକଙ୍କ ଆଚରଣ ବ୍ୟବହାରରେ ହେଉ ତାହାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଛାତ୍ରଛାତ୍ରୀ ।
ମହାବିଦ୍ୟାଳୟ ହେଉ ବା ବିଶ୍ଵବିଦ୍ୟାଳୟ ସବୁଠି ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସୁଛି । ରାଜ୍ୟରେ ଥିବା ନାମୀଦାମୀ କଲେଜରୁ ମଧ୍ୟ ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆସୁଛି । ରାଜ୍ୟରେ ୧୮ ମହାବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ରହିଛି ମାଳମାଳ ଅଭିଯୋଗ । ଯେପରିକି ଉଚ୍ଚ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ କଲେଜରେ ଜଣେ ଅଧ୍ୟାପକ ବା ଅଧ୍ୟାପିକା ୭ ଘଣ୍ଟା ଧରି କଲେଜରେ ରହୁଛନ୍ତି କି ନାହିଁ । ଏହାର ଉତ୍ତରରେ ସମସ୍ତେ ନା/ହିଁ କହିଛନ୍ତି । ଏହି ତାଲିକାରେ ରାଜ୍ୟରେ ଥିବା ନାମୀଦାମୀ କଲେଜର ନାମ ରହିଛି ।
ବିଜେବି କଲେଜରେ ମଧ୍ୟ କୌଣସି ଅଧ୍ୟାପକ ଓ ଅଧ୍ୟାପିକା ୭ ଘଣ୍ଟା କଲେଜ ରହୁନଥିବା ପିଲାମାନେ ଫିଡ ବ୍ୟାକ ଦେଇଛନ୍ତି । ମୋଟ 18ଟି କଲେଜର ଆଧ୍ୟାପକମାନେ କଲେଜରେ 7 ଘଣ୍ଟା ରହୁ ନଥିବା ଫିଡବ୍ୟାକ ରିପୋର୍ଟରୁ ଜଣାପଡିଛି । ଏହା ସହ ମହର୍ଷି ଲ କଲେଜର ଜଣେ ଅଧ୍ୟାପକ ଅନେକ ସମୟରେ କ୍ଲାସ ଆସୁନଥିବା ବେଳେ ଜଣେ ମାନସିକ ଭାବେ ଅସୁସ୍ଥ ବୋଲି ବୋଲି ପିଲାମାନେ ମତାମତ ଦେଇଛନ୍ତି । ଏପଟେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ମାନଙ୍କର ମଧ୍ୟ ମୂଲ୍ୟାଙ୍କନ କରିଛନ୍ତି ଛାତ୍ରଛାତ୍ରୀ । ଏଥିରେ ମଧ୍ୟ ସେହି ସମାନ ପ୍ରଶ୍ନ ପଚରା ଯାଇଛି । ୭ ଘଣ୍ଟା ପର୍ଯ୍ୟନ୍ତ କୌଣସି ଅଧ୍ୟାପକ କଲେଜରେ ରହୁଛନ୍ତି କି ନାହିଁ ପ୍ରଶ୍ନର ମଧ୍ୟ ସାମନ ଉତ୍ତର ଦେଇଛନ୍ତି ଛାତ୍ରଛାତ୍ରୀ ।
ଏହା ବି ପଢନ୍ତୁ...ସୌରଶକ୍ତିରେ ଚାଲିବ ରାଜ୍ୟର 18ଟି ବିଶ୍ବ ବିଦ୍ୟାଳୟ
ଏହା ବି ପଢନ୍ତୁ...ଦୂର ହେବ ରେଭେନ୍ସାରେ ଜଳବନ୍ଦୀ ସମସ୍ୟା: ମେୟର
ବିଶ୍ବବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଦେଇଥିବା ମତାମତ ଗୁଡ଼ିକ ହେଲା, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ବହୁତ ଭଲ ଏବଂ ଭଲ ପଢାନ୍ତି ମଧ୍ୟ । କିନ୍ତୁ ଅନେକ ଅଧ୍ୟାପକମାନେ ଅନେକ ସମୟରେ ଅଧିକ ଗପସପ କରିଥାନ୍ତି । କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନାମରେ ହୋଇଥିବା ଅଭିଯୋଗ ଅନୁସାରେ କଲଜର ଅନେକ ଅଧ୍ୟାପକ କଲେଜକୁ ଆସୁନାହାନ୍ତି । କଲେଜ ଅଧ୍ୟାପକ କଲେଜରେ ଉପଯୁକ୍ତ ସମୟ ବିତାଉଥିବା ପ୍ରଶ୍ନରେ ବିବି ସ୍ବୟଂଶାସିତ କଲେଜ ଯାଜପୁର, ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, କଳାହାଣ୍ଡି ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟର ନାମ ରହିଛି ।
ଇଟିଭି ଭାରତ, ଭୁବେନଶ୍ବର