ETV Bharat / state

ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ

author img

By ETV Bharat Odisha Team

Published : Oct 5, 2023, 12:24 PM IST

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ରାଜ୍ୟରେ ପ୍ରତିଷ୍ଠା ହେବ 5ଟି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ । ଅଧିକ ପଢ଼ନ୍ତୁ

multi specialty hospital projects
ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ ମଲ୍ଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଖୁବଶୀଘ୍ର ୫ଟି ମଲ୍ଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇବାକୁ ଯାଉଛି । ପିପିପି ମୋଡରେ ଏହି ହସ୍ପିଟାଲଗୁଡ଼ିକ ନିର୍ମାଣ ହେବ । ସ୍ୱାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଯେକୌଣସି ରାଜ୍ୟ ଦ୍ୱାରା ଏହା ପ୍ରଥମ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ସହ ଘରୋଇ ସହଭାଗୀଙ୍କର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏମଓୟୁ ଅନୁଯାୟୀ ଅନୁଗୋଳ, ବଡ଼ବିଲ, ଭଦ୍ରକ ଓ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଏବଂ ଏକ କ୍ୟାନ୍ସର କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଉପରୋକ୍ତ ହସ୍ପିଟାଲଗୁଡ଼ିକ ନିର୍ମାଣ ପାଇଁ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ପ୍ରାୟ ୩୫୦୦ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଏବଂ ପ୍ରସାସନିକ ବୃତ୍ତିଧାରୀ ନିଯୁକ୍ତି ପାଇବେ । ରାଜ୍ୟର ମୋଟ ୬୦ ଲକ୍ଷ ଲୋକଙ୍କୁ ଏହି ୫ଟି ହସ୍ପିଟାଲ ସେବା ଯୋଗାଇଦେବା ନେଇ ଆକଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ ସର୍ବଦା ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତାକୁ କୁଶଳ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ଆମର ପ୍ରତିବଦ୍ଧତା ପୂରଣ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଏହା ବି ପଢନ୍ତୁ....ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ପ୍ରାୟ ୧ କୋଟି ପରିବାରର ମନୋବଳ ବୃଦ୍ଧି କରିଛି । କାରଣ ଏହି ଯୋଜନା ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ମାଗଣା ଚିକିତ୍ସା ଉପଲବ୍ଧ କରାଉଛି । ତେବେ ଏ କ୍ଷେତ୍ରରେ ଘରୋଇ ସ୍ୱାସ୍ଥ୍ୟ ସେବା ପରିଚାଳକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଦୃଷ୍ଟିରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ଭି କେ ପାଣ୍ଡିଆନ, ଅର୍ଥ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ୱତନ୍ତ୍ର ସଚିବ ଧନ୍ୟବାଦ ଅର୍ପଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.