ଖୋର୍ଦ୍ଧା: କୋରୋନା ମହାମାରୀରୁ ସାଧାରଣ ଜନତାଙ୍କୁ ରକ୍ଷା କରିବାକୁ ନେଇ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ହାତକୁ ନେଇଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏନଏଚଏମ ନିର୍ଦ୍ଦେଶିକା ଶାଲିନି ପଣ୍ଡିତଙ୍କ ସୂଚନା ଅନୁସାରେ ରାଜ୍ୟବ୍ୟାପୀ ମଙ୍ଗଳବାରଠାରୁ ଘର ଘର ବୁଲି ଲୋକଙ୍କ ଠାରେ କୋରୋନା ଲକ୍ଷଣ ଖୋଜିବା ଆରମ୍ଭ କରିଛନ୍ତି ସ୍ବାସ୍ଥ୍ୟକର୍ମୀ ।
ଏହି ଟିମ୍ ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ ସହିତ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ସଂଗ୍ରହ କରିବେ । ଏନେଇ ଖୋର୍ଦ୍ଧାରେ ମଙ୍ଗଳବାରଠାରୁ ସ୍ବତନ୍ତ୍ର ଆରଆରଟି ଟିମ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି ।
ଏହାଦ୍ବାରା ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଯଦି କିଛି କୋରୋନା ଲକ୍ଷଣ ଆଗକୁ ଆସୁଛି ସେନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏହି କାମରେ ଆଶା ଓ ଏଏନଏମ କର୍ମୀ ନିୟୋଜିତ ହୋଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ