ETV Bharat / state

Forest Fires: ବନାଗ୍ନି ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ

author img

By

Published : Mar 16, 2023, 7:56 AM IST

ରାଜ୍ୟରେ ବନାଗ୍ନି ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ବନାଗ୍ନି ପ୍ରଶମନ ପାଇଁ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ଅଧିକ ପଢନ୍ତୁ

ବନାଗ୍ନି ରୋକିବାକୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ

ଭୁବନେଶ୍ବର: ରାଜ୍ୟରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏବେ ଏହି ବନାଗ୍ନିକୁ ପ୍ରଶମନ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ବନାଗ୍ନି ପ୍ରଶମନ ନିମନ୍ତେ ପଞ୍ଚାୟତ ସ୍ତରରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ସ୍ଥାନୀୟ ସରପଞ୍ଚ, ଜନ ପ୍ରତିନିଧି, ମିଶନ ଶକ୍ତି, କ୍ଲବ ଏବଂ ସ୍ୱେଚ୍ଛାସେବୀଙ୍କୁ ଅଭିଯାନରେ ସାମିଲ କରାଯିବ । ପ୍ରାଥମିକତା ଭିତ୍ତିରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଡିଏଫଓ, ଅଗ୍ନିଶମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଭିସିରେ ଯୋଗ ଦେଇଛନ୍ତି । ବନାଗ୍ନି ରୋକିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ସହ ଆବଶ୍ୟକସ୍ଥଳେ ଓଡ୍ରାଫ ଟିମକୁ ମୁତୟନ କରାଯିବ । ଆଗକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହି ଆଶଙ୍କା ଥିବାରୁ ବନାଗ୍ନି ବ୍ୟାପିବା ସମ୍ଭାବିତ ସ୍ଥାନ ଗୁଡ଼ିକରେ ଆଗୁଆ ଓଡ୍ରାଫ ଟିମ ମୁତୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓସଡମାକୁ ନିର୍ଦ୍ଦେଶ ଦେଇଛନ୍ତି । ବନାଗ୍ନି ପ୍ରଶମନ କ୍ଷେତ୍ରରେ ଆଗୁଆ ସୂଚନା ଦେବା, ସହଯୋଗ କରୁଥିବା ସ୍ଥାନୀୟ ସଂସ୍ଥା ତଥା ବ୍ୟକ୍ତିବିଶେଷ ଏବଂ ସଂପୃକ୍ତ ପଞ୍ଚାୟତକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଯିବ ।

ଅନେକ ସ୍ଥାନରେ ମନୁଷ୍ୟକୃତ ଭାବେ ବନାଗ୍ନି ହେଉଥିବା ଦୃଷ୍ଟିରୁ ଗୋଷ୍ଠୀ ସହଭାଗିତାରେ ଏହାକୁ ରୋକିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବ୍ୟାପକ ସଚେତନତା ଏବଂ ସ୍ଥାନୀୟ ଗୋଷ୍ଠୀ ସହଭାଗିତାର ଉତ୍ତର ଦାୟିତ୍ୱ ବୃଦ୍ଧି ପାଇଲେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିବ । ଜିଲ୍ଲାର ବିଭିନ୍ନ ବନଖଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ, ଏସପି ଏବଂ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ସ୍ଥାନୀୟ ତହସିଲଦାର, ବିଡିଓ, ଥାନା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀଙ୍କ ତଥ୍ୟକୁ ଭିତ୍ତିକରି ସରକାରଙ୍କୁ ବନାଗ୍ନି ସଂପର୍କିତ ଦୈନିକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବୈଷୟିକ ଜ୍ଞାନକୌଶଳ ଉପଯୋଗ ତଥା ଉପଗ୍ରହ ଉତ୍ତୋଳିତ ଛବି ମାଧ୍ୟମରେ ବନାଗ୍ନି ସ୍ଥାନ ଚିହ୍ନଟ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ବନାଗ୍ନିରେ ସଂପୃକ୍ତ ଖଳ ପ୍ରକୃତିର ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୩ ହଜାର ୮୬୦ଟି ସ୍ଥାନରେ ବନାଗ୍ନି ସଂପର୍କରେ ତଥ୍ୟ ଥିବାବେଳେ ସେଥିମଧ୍ୟରୁ ୯୮ ପ୍ରତିଶତ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଞ୍ଚାୟତରାଜ ପ୍ରମୁଖ ଶାସନ ସଚିବ, ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.