ETV Bharat / state

ଶାଶୁ-ବୋହୂ ସମ୍ମିଳନୀ କରିବେ ରାଜ୍ୟ ସରକାର - ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ପଦକ୍ଷେପ

ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଶାଶୁ-ବୋହୂ ସମ୍ମିଳନୀ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

saas bahu submits
ଶାଶୁ-ବୋହୂ ସମ୍ମିଳନୀ
author img

By

Published : Jan 17, 2023, 8:55 AM IST

ଭୁବନେଶ୍ବର: ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଏବଂ ପରିବାର ଯୋଜନା ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ପଦକ୍ଷେପ । ବର୍ଷକୁ ହେବ ଦୁଇ ଥର ଶାଶୁ-ବୋହୂ ସମ୍ମିଳନୀ। ଏହି ସମ୍ମିଳନୀକୁ ଆଶା କର୍ମୀମାନେ ଆୟୋଜନ କରିବେ। ରାଜ୍ୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମକୁ ଅଧିକ ଲୋକପ୍ରିୟ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ଥିବା ସ୍ବାସ୍ଥ୍ୟ ଓ ୱେଲନେ୍‌ସ କେନ୍ଦ୍ରଗୁଡ଼ିକରେ ଶାଶୁ ଓ ବୋହୂ ଏକାଠି ହେବେ । ପରିବାର ନିୟୋଜନ ସଂପର୍କରେ ସେମାନଙ୍କୁ ସଚେତନ କରାଯିବ । ବର୍ଷକରେ ଦୁଇ ଥର ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଥାଉକି, ରାଜ୍ୟରେ ସମୁଦାୟ ପ୍ରଜନନ ହାର ପ୍ରାୟ 1.8 ରହିଛି । ଯାହାକି ଜାତୀୟ ହାର ତୁଳନାରେ କମ୍ । ଓଡ଼ିଶାର ପ୍ରଜନନ ହାର ଜାତୀୟ ହାରଠାରୁ କମ୍ ଥିଲେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାର ନିୟୋଜନକୁ ଅଧିକ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ, ସ୍ପେନ୍ ଓ ୱେଲ୍ସ; ୧୯ରେ ୱେଲ୍ସକୁ ଭେଟିବ ଭାରତ

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଶାଶୁ ହେଉଛନ୍ତି ଘରର ମୁରବି । ତେଣୁ ପରିବାର ନିୟୋଜନ କ୍ଷେତ୍ରରେ ତାଙ୍କର ଏକ ବଡ଼ ଭୂମିକା ରହି ଛି। ଏ ଦୃଷ୍ଟିରୁ ଉଭୟ ଶାଶୁ-ବୋହୂଙ୍କୁ ନେଇ ସ୍ବାସ୍ଥ୍ୟ ଓ ୱେଲନେସ କେନ୍ଦ୍ରରେ ଏକ କ୍ୟାମ୍ପ ଅନୁଷ୍ଠିତ ହେବ । ସେଠାରେ ପରିବାର ନିୟୋଜନ ସଂପର୍କରେ କାଉନ୍‌ସେଲିଂ କରାଯିବ । କାଉନ୍‌ସେଲିଂ କେନ୍ଦ୍ରରେ ଏଏନ୍‌ଏମ୍‌, ଆଶା ଓ ଡାକ୍ତର ଉପସ୍ଥିତ ରହିବେ । ସ୍ବାସ୍ଥ୍ୟ ଓ ୱେଲନେସ କେନ୍ଦ୍ରକୁ ଶାଶୁ-ବୋହୂଙ୍କୁ ଆଣୁଥିବା ଆଶା ଦିଦିକୁ ଏ ବାବଦରେ ପ୍ରାୟ ଏକ ହଜାର ଟଙ୍କା ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଯୋଗ୍ୟ ହିତାଧିକାରୀ ଆବାସ ନପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ କିଛି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନାହିଁ । ଯେପରିକି ନବବିବାହିତ ଦମ୍ପତ୍ତିଙ୍କୁ ‘ବିବାହ କିଟ୍‌’ ପ୍ରଦାନ କରିବା ଲାଗି ନିଷ୍ପତ୍ତି ହୋଇଥିଲା । ଯାହା ନଭେମ୍ବର ମାସ ସୁଦ୍ଧା ଦିଆଯାଇଥାନ୍ତା । କିନ୍ତୁ ଏପର୍ଯ୍ୟନ୍ତ ବି ଗୋଟିଏ ନବ ବିବାହିତାଙ୍କୁ ଦିଆଯାଇନାହିଁ । ଏଥିରେ ଗର୍ଭ ନିରୋଧକ ବଟିକା, କଣ୍ଡୋମ ଓ ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ରହିବା ସହ ଆଶାକର୍ମୀମାନେ ବାହାଘର ଭୋଜି ଦିନ ସରକାରଙ୍କ ଏହି ଉପହାରକୁ ପ୍ରଦାନ କରିଥାନ୍ତେ। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ୍ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.