ETV Bharat / state

ବିଶ୍ବସ୍ତରୀୟ ଘରୋଇ ବ୍ରାଣ୍ଡ ହେବ ସ୍କିଲ୍ଡ ଇନ ଓଡ଼ିଶା: ଦକ୍ଷତା ବିକାଶ ମନ୍ତ୍ରୀ - ପ୍ରୀତିରଞ୍ଜନ ଘଡେଇ

ରାଜ୍ୟର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଆଗାମୀ ୨୦ବର୍ଷ ଧରି ଯୁବକଙ୍କର ଦକ୍ଷତା ବିକାଶ କରାଯିବ । ବିଶ୍ବସ୍ତରୀୟ ଘରୋଇ ବ୍ରାଣ୍ଡ ହେବ ସ୍କିଲ୍ଡ ଇନ ଓଡ଼ିଶା ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀରେ କହିଛନ୍ତି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ଅଧିକ ପଢନ୍ତୁ

Minister Pritiranjan Ghadai
Minister Pritiranjan Ghadai
author img

By

Published : Feb 14, 2023, 9:53 PM IST

ବିଶ୍ବସ୍ତରୀୟ ଘରୋଇ ବ୍ରାଣ୍ଡ ହେବ ସ୍କିଲ୍ଡ ଇନ ଓଡ଼ିଶା: ଦକ୍ଷତା ବିକାଶ ମନ୍ତ୍ରୀ

ଭୁବନେଶ୍ବର: ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ରାଜ୍ୟର ଦକ୍ଷତା ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି । ସମାଜର ସମସ୍ତ ବର୍ଗଙ୍କ ପାଇଁ ଶସ୍ତା, ସୁଲଭ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ଯାହା ରାଜ୍ୟର ଜନସଂଖ୍ୟାର ଲାଭ ଉଠାଇବ ଏବଂ ଯୁବବର୍ଗଙ୍କ ଦକ୍ଷତା ମାଧ୍ୟମରେ ପରିବର୍ତ୍ତନଶୀଳ ମାନବ ବିକାଶ ଆଣିବ । ଫଳରେ ସ୍କିଲ୍ଡ ଇନ ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ ଘରୋଇ ବ୍ରାଣ୍ଡରେ ପରିଣତ କରିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ମାଷ୍ଟର ପ୍ଲାନ କରିଛନ୍ତି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, "ବୈଷୟିକ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟରେ ଅଧିକ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ଅଣସଂରକ୍ଷିତ ଅଞ୍ଚଳରେ ଅଧିକ ITI ଓ ପଲିଟେକ୍ନିକ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି । ବିଶ୍ବ ଦକ୍ଷତା କେନ୍ଦ୍ରରେ ବିଭିନ୍ନ କ୍ଷେତ୍ରରେ ଉନ୍ନତମାନର ଦକ୍ଷତା ତାଲିମ ପ୍ରଦାନ କରିବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଭୁବନେଶ୍ବର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳକୁ ଉତ୍କର୍ଷ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ । ଏହା ୧୫୦୦ କୋଟି ଟଙ୍କାର ପ୍ରକଳ୍ପ । ରାଜ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୫ବର୍ଷ ମଧ୍ୟରେ ଏହା ଶେଷ ହେବ । ସେହିପରି VSSUT ବୁର୍ଲାର ପୁନରୁଦ୍ଧାର କାର୍ଯ୍ୟ ୫ବର୍ଷରେ ଶେଷ ହେବ । ଏହା ୨୦୦୦ କୋଟି ଟଙ୍କାର ପ୍ରକଳ୍ପ । ଭୁବନେଶ୍ବର ପାଣ୍ଡରାରେ ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୦୯.୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଓଡିଶା, କଟକ ଏବଂ IMIT, କଟକର ନୂଆ କ୍ୟାମ୍ପସ ପ୍ରତିଷ୍ଠା ହେବ । ରାଜ୍ୟର ମୋଟ ଜନସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଆଗାମୀ ୨୦ବର୍ଷ ଧରି ଯୁବକଙ୍କୁ ସ୍କିଲ୍ଡ କରାଯିବ ।"

ଏହା ବି ପଢନ୍ତୁ- ମିନି ସେକ୍ରେଟେରିଏଟ ହେବ ‘ମୋ ସେବା କେନ୍ଦ୍ର’

ମିଶନ ଶକ୍ତିର ୭୦ ଲକ୍ଷ ମହିଳାଙ୍କ ରୋଜଗାର ବଢ଼େଇବା ନେଇ ଆଲୋଚନା ହୋଇଛି । ସବୁ ଜିଲ୍ଲାରେ ସ୍କିଲ ବିକାଶମୂଳକ ସେଣ୍ଟର ପ୍ରତିଷ୍ଠା ହେବ । ଯୁବବର୍ଗଙ୍କୁ ଟେକ୍ନୋଲଜି ଦିଗରେ ଅଗ୍ରସର କରିବା ଦିଗରେ ବିଭାଗ ତତ୍ପର ରହିଛି । ରାଜ୍ୟର ବିଭିନ୍ନ କଲେଜରେ ଖାଲିଥିବା ସିଟକୁ ପୂରଣ କରିବା ପାଇଁ ନୂତନ ପଦକ୍ଷେପ ଆପଣା ଯାଉଛି । ୧୦ ହଜାର ପିଲାଙ୍କୁ ଉନ୍ନତମାନର ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯିବ । ସେଥିମଧ୍ୟରୁ ୫୦ ପ୍ରତିଶତ ମହିଳାଙ୍କୁ ସୁଯୋଗ ଦିଆଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୈଷୟିକ ଶିକ୍ଷାର ଉପଲବ୍ଧତା ଏବଂ ଗୁଣବତ୍ତାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ଆଲୋଚନା ହୋଇଛି । ଏହି ଅଧିବେଶନରେ ଦୀର୍ଘମିଆଦି ଏବଂ ସ୍ବଳ୍ପମିଆଦି ଦକ୍ଷତା କ୍ଷେତ୍ରରେ ପ୍ରବେଶ ଏବଂ ଗୁଣବତ୍ତାର ଦୁଇ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ ସମନ୍ବୟ ସୃଷ୍ଟି କରିବା ପାଇଁ ବ୍ଲକ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀଙ୍କୁ ଦକ୍ଷତା ବିକାଶର ନୋଡାଲ ଅଧିକାରୀ ଭାବେ ମନୋନୀତ କରାଯାଇଛି । ଦୀର୍ଘମିଆଦି ଦକ୍ଷତାରେ ଭବାନୀପାଟଣା ITI ପରିସରରେ ସିଟିଟିସିର ସମ୍ପ୍ରସାରଣ କେନ୍ଦ୍ର ଖୋଲାଯାଇଛି । ଯାହାଦ୍ବାରା ଆଇଟିଆଇ ଛାତ୍ରଛାତ୍ରୀ ଉନ୍ନତ ତାଲିମ ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.