ETV Bharat / state

2025 ସୁଦ୍ଧା ଟିବି ମୁକ୍ତ ହେବ ଓଡିଶା, ରୋଗ ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ୍‌ - ବିଶ୍ବ ଟିବି ଦିବସ ।

୨୦୨୫ ମସିହା ସୁଦ୍ଧା ଓଡିଶା ହେବ ଯକ୍ଷ୍ମା ମୁକ୍ତ ରାଜ୍ୟ । ଖୁବଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ । ରୋଗୀଙ୍କୁ ଅଧିକରୁ ଅଧିକ ଟିବି ଟେଷ୍ଟ କରିବା ନେଇ ଚାଲିଛି ଜୋରଦାର ପ୍ରାୟାସ । ଅଧିକ ପଢ଼ନ୍ତୁ

ଟିବି ହାରିବ ଦେଶ ଜିତିବ
ଟିବି ହାରିବ ଦେଶ ଜିତିବ
author img

By

Published : Mar 24, 2023, 6:41 PM IST

୨୦୨୫ ମସିହା ସୁଦ୍ଧା ଓଡିଶା ହେବ ଯକ୍ଷ୍ମା ମୁକ୍ତ ରାଜ୍ୟ

ଭୁବନେଶ୍ବର: ରାଜ୍ୟରେ ପାଳନ ହୋଇଯାଇଛି ବିଶ୍ବ ଟିବି ଦିବସ । ୨୦୨୫ ମସିହା ସୁଦ୍ଧା ଓଡିଶାକୁ ଯକ୍ଷ୍ମା ମୁକ୍ତ କରିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ରାଜ୍ୟର ସବୁ ବ୍ଲକ୍‌ରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗୋନୋସିସ୍ ମେସିନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୦ଟି ମେସିନ କାମ କରୁଛି । ଯକ୍ଷ୍ମା ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ, ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଜ୍ୟରେ ଟିବି ରୋଗର ଚିହ୍ନଟ ପାଇଁ ମାଗଣାରେ ଟେଷ୍ଟିଂ ଓ ମାଗଣାରେ ଔଷଧ ଦିଆଯାଉଛି । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ତେବେ ନିରଞ୍ଜନ ମିଶ୍ର ଟିବିର ଲକ୍ଷଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିଛନ୍ତି । ଏହାର ଲକ୍ଷଣ ହେଲା ଦୁଇ ସପ୍ତାହରୁ ଅଧିକ କାଶ ନଛାଡିବା, କଫ ହେବା, ଦୁର୍ବଳ ଲାଗିବା, ଥଣ୍ଡା ଜ୍ୱର ନଛାଡିବା, ଭୋକ ନଲାଗିବା । "ଟିବି ହାରିବ ଦେଶ ଜିତିବ" ଏହି ଅଭିଯାନକୁ ନେଇ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗକୁ ସଂପୂର୍ଣ୍ଣ ରୂପେ ନିରାକରଣ ପାଇଁ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି ।

ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ HWCଠାରେ ଚିହ୍ନିତ ହୋଇଥିବା ଯକ୍ଷ୍ମା ରୋଗୀମାନଙ୍କୁ ବିନା ମୁଲ୍ୟରେ ରୋଗ ନିରୂପଣ କରାଯାଇ ଉନ୍ନତ୍ତମାନର ଔଷଧ ଦିଆ ଯାଉଅଛି । ଆଶା କର୍ମୀମାନେ ଘରକୁ ଘର ବୁଲି ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ ରୋଗରେ ପୀଡିତ ଥାଇ ଯକ୍ଷ୍ମାର ଅଧିକ ସମ୍ଭାବନା ଥିବା ରୋଗୀମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ରୋଗ ନିରୂପଣ କରାଯାଉଛି । ମାଇକ୍ରୋ ସ୍କୋପି ଏବଂ ଏକ୍ସ-ରେ ସହିତ ମୋଲିକୁଲାର ପଦ୍ଧତି ଦ୍ବାରା କଫ ପରୀକ୍ଷା ସୁବିଧାକୁ ଧୀରେଧୀରେ ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯାଉଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏନ୍.ପି.ୱାଇ ଅଧୀନରେ ଚିହ୍ନିତ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀକୁ ମାସିକ ୫୦୦ ଟଙ୍କା ଭତ୍ତା ଦିଆଯାଉଛି । ଚିକିତ୍ସା ଶେଷ ହେଲା ପର୍ଯ୍ୟନ୍ତ ରୋଗୀର ବ୍ୟାଙ୍କ୍‌ ଖାତା ଜରିଆରେ ଅର୍ଥ ପ୍ରଦାନ କରାଯାଉଅଛି । Bi-Directional ପଦ୍ଧତିରେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗଗୁଡିକ ଯଥା କରୋନା, ଡାଇବେଟିସ, HIV, ନିୟୁଟ୍ରିସନ୍‌ ଏବଂ ଟବାକୋ ରୋଗର ଚିହ୍ନଟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଟିବି ନିରାକରଣରେ ଓଡିଶା ଦେଶରେ ବର୍ତ୍ତମାନ ଦୁଇ ନମ୍ବରରେ ରହିଛି । ସୂଚନା ଅନୁଯାୟୀ, ଆଜି ବିଶ୍ୱ ଯକ୍ଷ୍ମା ଦିବସ ଉପଲକ୍ଷେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏକ ଷ୍ଟଲ୍‌ର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଲୀନି ପଣ୍ଡିତ । ଏଠାରେ ଥିବା ଯକ୍ଷ୍ମା ଆଧାରିତ ବିଭିନ୍ନ ମେସିନକୁ ଦେଖିବା ସହ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୁଝିଥିଲେ ସ୍ୱାସ୍ଥ୍ୟ ସଚିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.