ETV Bharat / state

'ଉତ୍ସାହିତ କରିବାକୁ ଅଧିକ ମାତ୍ରାରେ ସମର୍ଥକ ଷ୍ଟାଡିୟମ ଆସନ୍ତୁ'

author img

By

Published : Jan 6, 2020, 3:09 AM IST

ଓଡିଶା ଏଫସି ତା'ର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ 2ୟ  ମ୍ୟାଚ ଖେଳିବ। ଓଡିଶା ଏଫସିର ସହାୟକ କୋଚ ଥାଙ୍ଗ ବୋଇ ବହୁତ ସଂଖ୍ୟାରେ ଦର୍ଶକମାନେ ଆସି ସେମାନଙ୍କୁ ସମର୍ଥନ କରିବାକୁ କହିଛନ୍ତି ।

odisha
odisha

ଭୁବନେଶ୍ବର: ଓଡିଶା ଏଫସି ତା'ର ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ 2ୟ ମ୍ୟାଚ ଖେଳିବ । ଚଳିତ ସିଜିନର ପ୍ରଥମ ଘରୋଇ ମ୍ୟାଚ ଗତ ମାସ 28 ତାରିଖରେ ଓଡିଶା ଏଫସି ଜାମସେଦପୁର ବିପକ୍ଷରେ ଖେଳି 2-1 ବ୍ୟବଧାନରେ ବିଜୟ ଲାଭ କରିଛି। ତେବେ ଡିସେମ୍ବର6ରେ ଚେନ୍ନାଇନ ବିପକ୍ଷରେ ଓଡିଶା ତା'ର 2ୟ ଘରୋଇ ମ୍ୟାଚ ଖେଳିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଗାମୀ ମ୍ୟାଚ ପାଇଁ ଓଡିଶା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବହୁତ ସଂଖ୍ୟାରେ ଦର୍ଶକମାନେ ଆସି ସେମାନଙ୍କୁ ସମର୍ଥନ କରିବାକୁ ଓଡିଶା ଏଫସିର ସହାୟକ କୋଚ ଥାଙ୍ଗ ବୋଇ ନିବେଦନ କରିଛନ୍ତି। ଓଡିଶା ଏଫସିର ସହାୟକ କୋଚ ବିଗତ ମ୍ୟାଚରେ ବିଜୟର ଶ୍ରେୟ ଖେଳାଳି ଓ ସମର୍ଥକଙ୍କୁ ଦେଇଛନ୍ତି । ଆଗାମୀ ମ୍ୟାଚରେ ଷ୍ଟାଡିୟମ ଆସି ଖେଳାଳିଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏହା ସହିତ ଗତ ମ୍ୟାଚ ସମୟରେ ପଡିଆର ଅବସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କିଛି ସମୟର ଖେଳ ପରେ ପଡିଆରେ ଘାସ ଓ ମାଟି ଉଠି ଯାଇଥିଲା। ଯେଉଁଥିପାଇଁ ଖେଳାଳି ମାନେ ଯେଉଁ ପରିମାଣର ପ୍ରଦର୍ଶନ କରିବା କଥା ତାହା କରି ପାରି ନଥିବା ସହାୟକ କୋଚ କହିଛନ୍ତି।

ତେଣୁ ଏଥର ଏଥିରେ ସୁଧାର ଆସିଥିବ ବୋଲ ସେ କହିବା ସହ ସରକାର ସେଥିପ୍ରତି ଦୃଷ୍ଟି ଦେଇଥିବେ ବୋଲି କହିଛନ୍ତି। ସେହିପରି ଓଡିଶା ତା'ର ପୂର୍ବ ମ୍ୟାଚରେ ଚେନ୍ନାଇନ ବିପକ୍ଷରେ 2-2ଗୋଲରେ ଡ୍ର ରଖିଥିଲା। ତେବେ ଆଗମୀ ମ୍ୟାଚ ସଙ୍ଘର୍ଷପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ଚେନ୍ନାଇନ ଦଳର କୋଚ ଓଏନ କୋଏଲ ଓ ଖେଳାଳି ଆଣ୍ଡ୍ରି ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଏହି ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲର ଉପରକୁ ଉଥିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ଖେଳ ପୂର୍ବରୁ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଏଫସି ର ସହାୟକ କୋଚ ଜାକବ ଓ ଖେଳାଳି ନନ୍ଦ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଆସନ୍ତାକାଲି ଇଣ୍ଡିଆନ ସୁପର ଲିଗ ଫୁଟବଲ ର ପରବର୍ତ୍ତୀ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି।ଚଳିତ ସିଜିନ ର ପ୍ରଥମ ମ୍ୟାଚ ଗତ ମାସ 28 ତାରିଖ ରେ ଓଡିଶା ଏଫ ସି ଜାମସେଦପୁର ବିପକ୍ଷରେ ଖେଳି 2-1ବ୍ୟବଧାନ ରେ ବିଜୟ ଲାଭ କରିଛି।ତେବେ ଆସନ୍ତାକାଲି ଚେନ୍ନାଇନ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ରେ ଓଡିଶା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବାବେଳେ ବହୁତ ସଂଖ୍ୟାରେ ଦର୍ଶକମାନେ ଆସି ସେମାନଙ୍କୁ ସମର୍ଥନ କରିବାକୁ ଦଳର ସହାୟକ କୋଚ ଥାଙ୍ଗ ବୋଇ ନିବେଦନ କରିଛନ୍ତି।

Body:ବିଗତ ମ୍ୟାଚ ରେ ବିଜୟର ଶ୍ରେୟ ସେ ଖେଳାଳି ଓ ସମର୍ଥକଙ୍କୁ ଦେଇଥିବା ଏଥର ବହୁମାତ୍ରରେ ଆସି ଖେଳାଳିଙ୍କୁ ସମର୍ଥନ କରିବାକୁ କହିଛନ୍ତି।ଏହା ସହିତ ଗତ ମ୍ୟାଚ ସମୟରେ ପଡ଼ିଆର ଅବସ୍ଥାରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।କିଛି ସମୟର ଖେଳ ପରେ ପଡ଼ିଆରେ ଘାସ ଓ ମାଟି ଉଠି ଯାଇଥିଲା।ଯେଉଁଥିପାଇଁ ଖେଳାଳି ମାନେ ଯେଉଁ ପରିମାଣର ପ୍ରଦର୍ଶନ କରିବା କଥା ତାହା କରି ପାରି ନଥିବା କହିଛନ୍ତି।ତେଣୁ ଏଥର ଏଥିରେ ସୁଧାର ଆସିଥିବ ବୋଲ ସେ କହିବା ସହ ସରକାର ସେଥିପ୍ରତି ଦୃଷ୍ଟି ଦେଇଥିବେ ବୋଲି କହିଛନ୍ତି।
ସେହିପରି ଓଡିଶା ତାର ପୂର୍ବ ମ୍ୟାଚ ରେ ଚେନ୍ନାଇନ ବିପକ୍ଷରେ 2-2ଗୋଲ ରେ ଡ୍ର ରଖିଥିଲା।ତେବେ ଆସନ୍ତାକାଲିର ମ୍ୟାଚ ସଂଘର୍ଷ ପୂର୍ଣ୍ଣହେବ ବୋଲି କହିଛନ୍ତି।
ଚେନ୍ନାଇନ ଦଳର କୋଚ ଓଏନ କୋଏଲ ଓ ଖେଳାଳି ଆଣ୍ଡ୍ରି ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଏହି ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲ ର ଉପରକୁ ଉଥିବା ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି।ଆଜିର ଖେଳ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଏଫ ସି ର ସହାୟକ କୋଚ ଜାକବ ଭାରେଲା ଓ ଖେଳାଳି ନନ୍ଧ କୁମାର ସେକର ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.