ETV Bharat / state

ଠକ ଲେଡିର ଠକେଇ ସିଣ୍ଡିକେଟ୍, ଅନ୍ୟ ଡକୁମେଣ୍ଟରେ ଫାଇନାନ୍ସ ଠକେଇ - ଅନ୍ୟ ଡକୁମେଣ୍ଟରେ ଫାଇନାନ୍ସ ଠକେଇ

ଜମି ବିକ୍ରି ଆଳରେ ଠକେଇ ଅଭିଯୋଗ । ଠକ ଲେଡିର ସହଯୋଗୀକୁ ଗିରଫ କଲା ଇଓଡବ୍ଲୁ । ଅଧିକ ପଢନ୍ତୁ

Odisha EOW arrests fraudster in land scam

author img

By

Published : Jul 22, 2023, 2:00 PM IST

ଭୁବନେଶ୍ବର: ଫିଟୁଛି ଜାଗା ବାଡି ଠକ ଗ୍ୟାଙ୍ଗର ଠକେଇ ଗୁମର । ସାମ୍ନାକୁ ଆସିଲା ଠକ ଲେଡିର ଫାଇନାନ୍ସ ଠକେଇ । ନକଲି ଜମି ମାଲିକ ସାଜି ଠକେଇ କରୁଥିବା ଜଗତସିଂହପୁର ରାହାମାର ଠକ ଲେଡି ସବିତା ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ଏବେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିବା ପରେ ଠକେଇର ଆଉ ଏକ ଫର୍ଦ୍ଦ ସାମ୍ନାକୁ ଆସିଛି । ମହିଳା ଜଣଙ୍କ ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରୁଥିଲେ ଫାଇନାନ୍ସ ଠକେଇ । ତାଙ୍କର ଅନ୍ୟତମ ସହଯୋଗୀ ଗୌର ପ୍ରସାଦ ମହାନ୍ତିକୁ ଶୁକ୍ରବାର ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଯାହାର ଘର ଖୋର୍ଦ୍ଧା ପାଲାହାଟ ବୋଲି ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଠକ ଲେଡିଙ୍କ ସହଯୋଗୀଙ୍କୁ ଗିରଫ ପରେ ସାମ୍ନାକୁ ଆସିଛି ଠକ ଗ୍ୟାଙ୍ଗର ଠକେଇର ଆଉ ଏକ ନୂଆ ଟ୍ରିକ୍ । ଏମାନେ କେବଳ ଜମି ବିକ୍ରି ଆଳରେ ଠକେଇ କରୁନଥିଲେ ବରଂ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି । ଯାହାକି ଇଓଡବ୍ଲୁ ଜାଣିବାକୁ ପାଇଛି । କାରଣ ଅନ୍ୟ ନାଁରେ ଫେକ ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ରରେ ଆକାଉଣ୍ଟ ଖୋଲି ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସୋରୁମକୁ ଯାଇ କେଉଁଠି ଟିଭି ତ କେଉଁଠି ଫ୍ରିଜ୍ , ଏସି ଓ ଓ୍ବାସିଙ୍ଗ ମେସିନ ଭଳି ଜିନିଷ କିଣି ଫାଇନାନ୍ସ ନେଇ ଠକେଇ କରିଛନ୍ତି । ଅର୍ଥାତ ପୂର୍ବରୁ ଗିରଫ ହୋଇଥିବା ଠକ ଲେଡି ସବିତା ଦାସ ଓ ତାଙ୍କ ସହଯୋଗୀ ମାନେ ମିଶି ଏକ ଫେକ ଆଧାରକାର୍ଡ ଓ ଡକୁମେଣ୍ଟରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ନିଜକୁ ରଙ୍ଗଲତା ସ୍ବାଇଁ ବୋଲି ଅନ୍ୟର ଏକ ନକଲି ପରିଚୟ ଦେଇ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସୋରୁମରୁ ହାତେଇଥିଲେ ଫାଇନାନ୍ସ ।

ଏହା ମଧ୍ୟ ପଢନ୍ତୁ-ଘର ଦେବା ନାଁରେ 16 କୋଟି ଠକେଇ: କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ବାନ୍ଧିଲା EOW

ପରେ ଏନେଇ ଫାଇନାନ୍ସର କିସ୍ତି ନ ସୁଝିବାରୁ ତାଙ୍କ ନାରେ‌ ମଧ୍ୟ ଲୋନ ଠକିଥିବାର ଅଭିଯୋଗ ଯୋଡି ହୋଇଛି । ତେବେ ଗିରଫ ହୋଇଥିବା ଗୌର ପ୍ରସାଦ ମହାନ୍ତିଙ୍କ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କାର ଠକେଇ ଟଙ୍କା ଯାଇଥିବା ମଧ୍ୟ ଇଓଡବ୍ଲୁ ପ୍ରମାଣ ପାଇ ତାଙ୍କୁ ପୁରୀରୁ ଗିରଫ କରିଛି । ପୂର୍ବରୁ ସବିତା ଦାସ ଓ ତାର ଅନ୍ୟତମ ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଥିଲା ଇଓଡବ୍ଲୁ ।

ଏମାନେ ପ୍ରଥମେ ଅସଲି ଜମି ମାଲିକ ବାରଙ୍ଗ ବାଛପୁର ମୌଜାରେ ଥିବା ୭୫ ବର୍ଷୀୟ ଲେଡି ରଙ୍ଗଲତା ସ୍ବାଇଁଙ୍କ ନାଁରେ ନିଜକୁ ପରିଚୟ ଦେଇ ଏକ ଆକାଉଣ୍ଟ ଖୋଲିଥିଲେ । ଜମି ମଡଗେଜ ଦେବା ନାଁରେ ବ୍ୟାଙ୍କ ଲୋନ ଠକେଇ ପାଇଁ ଉଦ୍ୟମ କରିଥିଲେ । ପରେ ବିଫଳ ହେବାରୁ ନକଲି ଜମି ମାଲିକ ସାଜି ଏମାନେ ଜଣେ ଜଣେ ଅଭିଯୋଗକାରୀଙ୍କୁ ୨କୋଟି ଟଙ୍କାରେ ଜମି ବିକ୍ରି ପାଇଁ ଏଗ୍ରିମେଣ୍ଟ କରୁଥିଲେ । ପରେ ସେହି ଏଗ୍ରିମେଣ୍ଟ ଦେଖାଇ ଆଉ ଜଣେ ଲୋକଠୁ ଏଗ୍ରିମେଣ୍ଟ ଖାରଜ କରି ୨କୋଟିର ଜମିକୁ ବିକିବା ଆଳରେ ୨୫ ଲକ୍ଷ ଠକେଇ କରି ଇଓଡବ୍ଲୁ ହାତରେ ଧରାପଡିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.