ETV Bharat / state

Odisha Disaster Story: ଦେଶ ଶୁଣିଲା ଓଡିଶାର ବିପର୍ଯ୍ୟୟ ପରିଚାଳନା ଗାଥା

author img

By

Published : Jun 13, 2023, 9:26 PM IST

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତି ହେଉଛି ‘ପ୍ରତ୍ୟେକ ଜୀବନମୂଲ୍ୟବାନ' । ତେଣୁ ଓଡ଼ିଶାର ସମସ୍ତ ବିପର୍ଯ୍ୟୟ ପରିଚାଳନାର ଏହା ହେଉଛି ମୂଳମନ୍ତ୍ର । ଅଧିକ ପଢନ୍ତୁ

ଦେଶ ଶୁଣିଲା ଓଡିଶାର ବିପର୍ଯ୍ୟୟ ପରିଚାଳନା ଗାଥା

ଭୁବନେଶ୍ବର: ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ଗୃହ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବା ସଂପର୍କିତ ଜାତୀୟ ସ୍ତରୀୟ ବୈଠକ । ବୈଠକରେ ଯୋଗ ଦେଇଛନ୍ତି ଓଡିଶା ରାଜ୍ୟ ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ସହ ଗତ ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ବାବଦରେ ଅବଗତ କରିଛନ୍ତି ପ୍ରମିଳା । ସେହିପରି ସେ ରାଜ୍ୟର ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ।

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଉପକୂଳ କ୍ଷୟ ଓ ତତଜନିତ ଜଳମଗ୍ନ ସମସ୍ୟାର ସମ୍ମୁଖୀନ ହେଉଛି । କେନ୍ଦ୍ରାପଡା ଜିଲ୍ଲାରେ ସମୁଦ୍ର କ୍ଷୟ ଯୋଗୁଁ ୭ଟି ଗାଁ ଏବଂ ପ୍ରାୟ ୬୦୦ ବିସ୍ଥାପିତ ପରିବାର ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ପ୍ୟାକେଜ ଅନୁଯାୟୀ ବଗପଟିଆରେ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଛି । ଓଡ଼ିଶାର ଗଞ୍ଜାମ, ପୁରୀ ଓ ଜଗସିଂହପୁର ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଉପକୂଳ କ୍ଷୟ ରୋକିବା ଏବଂ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକଳାପ ସହିତ ବିସ୍ଥାପିତ ଲୋକଙ୍କୁ ସ୍ଥାନାନ୍ତର, ଥଇଥାନ ଏବଂ ଜୀବିକା ଅର୍ଜନ କାର୍ଯ୍ୟକଳାପ ଯୋଗାଇ ଦେବା ସେ ଦାବି ଉପସ୍ଥାପନ କରିଛନ୍ତି । ଏଥିପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଦିଗରେ ଭାରତ ସରକାରଙ୍କ ନିକଟରେ ମନ୍ତ୍ରୀ ଦାବି ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତି ହେଉଛି ‘ପ୍ରତ୍ୟେକ ଜୀବନମୂଲ୍ୟବାନ' । ତେଣୁ ଓଡ଼ିଶାର ସମସ୍ତ ବିପର୍ଯ୍ୟୟ ପରିଚାଳନାର ଏହା ହେଉଛି ମୂଳମନ୍ତ୍ର । ଜୁନ ୨ ତାରିଖରେ ବାଲେଶ୍ବର ନିକଟରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ସେବା, ସ୍ଵେଚ୍ଛାସେବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କର ସାହସ ଓ ନିଷ୍ଠା ଯୋଗୁଁ ୧୨୦୦ ରୁ ଅଧିକ ଆହତ ଯାତ୍ରୀଙ୍କୁ ୨୦୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ପାରିଥିଲା । ଫଳରେ ବହୁତ ଅମୂଲ୍ୟ ଜୀବନ ବଞ୍ଚାଯାଇ ପାରିଥିଲା । ସମସ୍ତଙ୍କ ଅଂଶଗ୍ରହଣ ଯୋଗୁ ଏହି ଦୁଃଖଦ ଘଟଣାକୁ ସଫଳତାର ସହ ପରିଚାଳନା କରାଯାଇପାରିଲା ।

ସେହିପରି ବଜ୍ରପାତର ପ୍ରକୋପ ବୃଦ୍ଧି ପାଉଛି । ଏଥି ଯୋଗୁଁ ପ୍ରତିବର୍ଷ ସାରା ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିପର୍ଯ୍ୟୟ ସହିତ ଜାତୀୟ ସ୍ତରରେ ବଜ୍ରପାତକୁ ଏକ ବିପର୍ଯ୍ୟୟ ଭାବରେ ବିଜ୍ଞପିତ କରିବାକୁ ସେ ଦାବି ଜଣାଇଛନ୍ତି । ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକଳାପ ପାଇଁ ଦେଶକୁ ସୁଦୃଢ଼ କରିବା ଦିଗରେ ସେ ମତ ଉପସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧୂମାନେ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ମନ୍ତ୍ରୀଙ୍କ ସହ ଓଡ଼ିଶା ରାଜ୍ୟ ଅତିରିକ୍ତ ରିଲିଫ କମିଶନର ଡଃ ଜ୍ଞାନ ଦାସ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.