ETV Bharat / state

ପାକିସ୍ତାନ ଏଜେଣ୍ଟର ଓଡିଶା କନେକ୍ସନ୍: ଖୋଲିବ ଗୁମର, ୩ଦିନିଆ ରିମାଣ୍ଡରେ ଅଭିଯୁକ୍ତ

author img

By

Published : May 20, 2023, 10:11 PM IST

ସାମ୍ନାକୁ ଆସିବ ପାକିସ୍ତାନ ଏଜେଣ୍ଟଙ୍କ ଓଡ଼ିଶା ଲିଙ୍କ । ଏହି ମାମଲାରେ ଗିରଫ ଅଭିଯୁ୍କ୍ତଙ୍କ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଖୋଲିବ ପାକିସ୍ତାନୀ ଏଜେଣ୍ଟର ହନିଟ୍ରାପର ଗୁମର । ସାମ୍ନାକୁ ଆସିବ ପାକିସ୍ତାନ ଏଜେଣ୍ଟଙ୍କ ଓଡ଼ିଶା ଲିଙ୍କ। ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କଠୁ ସିମକାର୍ଡ ନେଇ‌ ହନିଟ୍ରାପରେ ବ୍ୟବହାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ । ଏନେଇ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ (PIO) ଏଜେଣ୍ଟ ନୁର ଫାତିମା ସହ ଓଡ଼ିଶା କନେକ୍ସନ ନେଇ ହେବ ଖୋଳତାଡ । ଏହି ମାମଲାରେ ଗିରଫ ଅଭିଯୁ୍କ୍ତଙ୍କ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।

ହନିଟ୍ରାପ ମାମଲାରେ ରାଜସ୍ଥାନରେ ଗିରଫ ହୋଇ ଜେଲରେ ଥିବା ନୁର ଫାତିମାଙ୍କ ସହ ମିଳିଛି ଓଡ଼ିଶା କନେକ୍ସନ। ଏନେଇ ଗିରଫ ଅଭିଯୁ୍କ୍ତଙ୍କ ରିମାଣ୍ଡରେ ନେବାକୁ କୋର୍ଟ ଦେଇଛନ୍ତି ଅନୁମତି। ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ ୫ଦିନ ରିମାଣ୍ଡ ପାଇଁ ଭୁବନେଶ୍ବର କୋର୍ଟରେ କରିଥିଲେ ଆବେଦନ । ହେଲେ ୩ ଦିନ‌ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ରବିବାରଠୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ତନାଘନା କରିବ। ତେବେ ଓଡ଼ିଶା ଏସଟିଏଫ ହାତରେ ଲାଗିଥିବା ତଥ୍ୟ ଆଧାରରେ ଓଡିଶାର ୪ଟି ସିମକାର୍ଡ ପାକିସ୍ତାନୀ ଏଜେଣ୍ଟ ବ୍ୟବହାର କରିଥିବା ସୁରାକ ମିଳିଛି।

ଓଡ଼ିଶା ସିମକାର୍ଡର ଓଟିପି ନେଇ ପାକିସ୍ତାନୀ ଏଜେଣ୍ଟ ଫାତିମା ରଚିଥିଲେ ଦେଶ ବିରୋଧୀ ଷଡଯନ୍ତ୍ର। ଓଡ଼ିଶାର ଏହି ୩ ଯୁବକଙ୍କ ସହ କିଭଳି ଯୋଗାଯୋଗ ହୋଇଥିଲା ? ଓଡ଼ିଶା ଗିରଫ ଅଭିଯୁକ୍ତ ମଧ୍ୟରେ ଥିବା ମାଷ୍ଟରମାଇଣ୍ଡ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କା କିପରି ଆସିଥିଲେ ପାକିସ୍ତାନି ଏଜେଣ୍ଟଙ୍କ ଯୋଗାଯୋଗରେ ? ଏମାନଙ୍କ ଭିତରେ ଆଉ କିଏ ସାଜିଥିଲେ ମିଡିଲମ୍ୟାନ ? ପାକିସ୍ତାନ‌ ଏଜେଣ୍ଟଙ୍କ ନେଟୱର୍କର ଚେର କେତେ ବାଟ ଯାଏଁ ଲମ୍ବିଛି ? ଏପରିକି ଏସଟିଏଫ ହାତରେ ଲାଗିଥିବା ରାଜସ୍ଥାନ ସମେତ ହାଇଦ୍ରାବାଦ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଥିବା ଏଜେଣ୍ଟଙ୍କ ସହ କନେକ୍ସନ୍ କିପରି ରହିଥିଲା ?

ଏହା ବି ପଢନ୍ତୁ- ହାଇଦ୍ରାବାଦ ଯାଇଥିଲା ISI ଲିଙ୍କ ITI ଶିକ୍ଷକ, ହିଜବ-ଉତ-ତାହିର ସହ ଥିଲା କି କନେକ୍ସନ ?

ଏହି ତମାମ ଦିଗରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବଏସଟିଏଫ ଟିମ। ତେବେ ଏମାନଙ୍କର ଆକାଉଣ୍ଟରେ ସେଭଳି ବଡ଼ ଧରଣର ଆର୍ଥିକ କାରବାର ହୋଇନଥିଲେ ମଧ୍ୟ । ଏକାଧିକ ଆକାଉଣ୍ଟ ଜରିଆରେ ବିଭିନ୍ନ ଏଜେଣ୍ଟଙ୍କଠାରୁ ଟଙ୍କା ନେଇଥିଲେ। ତେବେ ଏହି ନେଟୱର୍କରେ କେତେ ଜଣଙ୍କୁ ଜାଣିଛନ୍ତି ଗିରଫ ୩ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ବିରୋଧରେ ଦେଶ ବିରୋଧୀ ଷଡ଼ଯନ୍ତ୍ରର ମାମଲା ଲାଗିପାରେ ବୋଲି ସୂଚନା ମିଳିଛି। କାରଣ ଏହି ସବୁ ସିମକାର୍ଡ ଜରିଆରେ ଦେଶର ଗୁପ୍ତ ତଥ୍ୟ ଏମାନେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଏଜେଣ୍ଟକୁ ଦେଉଥିଲେ।

ତେବେ ଦେଶ ବିରୋଧୀ ଷଡ଼ଯନ୍ତ୍ର ସହ ଓଡ଼ିଶାରୁ ନେଉଥିବା ସିମକାର୍ଡ ଓଟିପି ଜରିଆରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ବା ସପିଂ ସାଇଟ୍ ରେଜିଷ୍ଟର କରି ବିଭିନ୍ନ ଜିନିଷ କିଣି ହନିଟ୍ରାପ କରୁଥିବା ବିଭିନ୍ନ ଅଧିକାରୀଙ୍କୁ ଗିଫ୍ଟ ପଠାଇ ପ୍ରଭାବିତ କରୁଥିଲେ । ସୂଚନା ଥାଉ କି ଗତ ୧୨ତାରିଖରେ ୩ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ ଟିମ। ଏମାନେ ଓଡ଼ିଶାରୁ ପ୍ରି-ଆକ୍ଟିଭ ସଂଗ୍ରହ କରି ସେସବୁ ନମ୍ବରର ଓଟିପି ଆଇଏସଆଇ ଓ ପିଆଇଓ ଏଜେଣ୍ଟଙ୍କୁ ପଠାଉଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.