ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡକୁ 'ଶ୍ରଦ୍ଧାଞ୍ଜଳି ଦିବସ' ପାଳିବ କଂଗ୍ରେସ: ବିଜେଡି-ବିଜେପି ଉପରେ ବର୍ଷିଲେ ଶରତ ପଟ୍ଟନାୟକ

author img

By ETV Bharat Odisha Team

Published : Dec 26, 2023, 4:15 PM IST

Odisha Congress To observe Kalinga nagar incident as Sradhanjali Day: ଜାନୁଆରି ୨ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ ପାର୍ଟି । କ୍ୟାଣ୍ଡେଲ ଯାତ୍ରା ଏବଂ ନୀରବ ପ୍ରାର୍ଥନା କରିବ । କଳିଙ୍ଗନଗର ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ,

କଳିଙ୍ଗନଗର ଗୁଳିକାଣ୍ଡକୁ 'ଶ୍ରଦ୍ଧାଞ୍ଜଳି ଦିବସ' ପାଳିବ କଂଗ୍ରେସ: ବିଜେଡି ଓ ବିଜେପି ଉପରେ ବର୍ଷିଲେ ଶରତ ପଟ୍ଟନାୟକ

ଭୁବନେଶ୍ବର: କଳିଙ୍ଗନଗରର କଳା ଦିନକୁ ପୁ୍ଣି ଥରେ ମନେ ପକାଇଛି ରାଜ୍ୟ କଂଗ୍ରେସ। କଳିଙ୍ଗ ନଗରରେ ସେହି ଛାତି ଥରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଜାନୁଆରୀ 2 ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ ପାର୍ଟି। କ୍ୟାଣ୍ଡେଲ ଜାଳି ଅପରାହ୍ନ ସମସ୍ତରେ ଜିଲ୍ଲା ଏବଂ ସମସ୍ତ ସହରାଞ୍ଚଳରେ 2 ମିନଟ ନିରବ ପ୍ରାର୍ଥନା କରିବେ କଂଗ୍ରେସ କର୍ମୀ । 2006ରେ କଳିଙ୍ଗନଗରରେ ୧୩ ଜଣ ଆଦିବାସୀଙ୍କୁ ଗଣହତ୍ୟା ହୋଇଥିଲା ।

ଦିଲ୍ଲୀରୁ ଫେରିବା ପରେ ଆକ୍ଟିଭ ମୋଡକୁ ଆସିଛି ରାଜ୍ୟ କଂଗ୍ରେସ । ଶୀର୍ଷ ନେତୃତ୍ବଙ୍କ ଗୁରୁମନ୍ତ୍ର ପାଇ ଫେରିଛି ଓଡ଼ିଶା ପିସିସି ଟିମ୍ । ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀ ଡାକି, 2006ର କଳିଙ୍ଗନଗର ଗୁଳିକାଣ୍ଡକୁ ତାଜା କରିଛନ୍ତି । ଶରତ ପଟ୍ଟନାୟକ, ସେତେବେଳର ବିଜେଡି-ବିଜେପି ମେଣ୍ଟ ସରକାରକୁ ଟାର୍ଗେଟ କରିବା ସହ, ଉଭୟଙ୍କୁ ଆଦିବାସୀ ବିରୋଧୀ ବୋଲି ଉଲ୍ଲେଖ କରିଛନ୍ତି । ଶରତ କହିଛନ୍ତି, ଉଭୟ ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ। କିନ୍ତୁ କଂଗ୍ରେସ ଦଳ ସଦା ସର୍ବଦା ଆଦିବାସୀଙ୍କ ହକ ପାଇଁ ଲଢ଼େଇ ଜାରି ରଖିଛି । ଏହି ଗୁଳିକାଣ୍ଡ ସମୟରେ ସୋନିଆ ଗାନ୍ଧୀ ଓଡ଼ିଶା ଆସି ଘଟଣାସ୍ଥଳକୁ ଯାଇଥିଲେ । ମର୍ମାହତ ପରିବାରଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ, ଆଦିବାସୀଙ୍କ ସ୍ବାର୍ଥ ପାଇଁ କାମ କରିଥିଲେ ।

ଏହାମଧ୍ଯ ପଢ଼ନ୍ତୁ: ଡ୍ରୋନ ଆକ୍ରମଣ ପରେ ଆକ୍ସନ ମୋଡରେ ଭାରତୀୟ ନୌସେନା, ଆରବ ସାଗରରେ 3 ଯୁଦ୍ଧ ଜାହାଜ ମୁତୟନ

ନିୟମଗିରି ପ୍ରସଙ୍ଗ ଉଠାଇ ପିସିସି ସଭାପତି କହିଛନ୍ତି ଯେ, ନିୟମଗିରି ଘଟଣାରେ ମଧ୍ୟ ରାହୁଲ ଗାନ୍ଧୀ ସିପାହୀ ଭାବେ କାମ କରିବେ ବୋଲି କହିଥିଲେ । ଏହାର ଅର୍ଥ କଂଗ୍ରେସ ଦଳ ସର୍ବଦା ଆଦିବାସୀଙ୍କ ସ୍ୱାର୍ଥ ପାଇଁ କାଯ୍ୟ କରିଆସିଛି। 2006 ଜାନୁୟାରୀ 2 ତାରିଖରେ କଳିଙ୍ଗନଗରରେ ପୋଲିସ ଗୁଳିରେ 13 ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ଜଷ୍ଟିସ ପ୍ରଦୁମ୍ନ ମହାନ୍ତି କମିଟି ଗଠନ କରାଯାଇଥିଲା । 6 ମାସ ଭିତରେ ଏହି କମିଟି ରୋପୋର୍ଟ ଦେବା କଥା। କିନ୍ତୁ 2015 ଜୁଲାଇ ମାସରେ କମିଟି ସରକାରଙ୍କୁ ରିପୋର୍ଟ ଦେଲା। ପରେ ସରକାର ଏହାକୁ 2016 ରେ ଗ୍ରହଣ କଲେ। ଏହାଠାରୁ ଦୁଃଖଦାୟକ ଘଟଣା କଣ ହୋଇପାରେ ବୋଲି ପିସିସି ସଭାପତି, ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ବୃନ୍ଦା କରାତଙ୍କୁ ମୀନାକ୍ଷୀ ଲେଖୀଙ୍କ ଜବାବ "ରାମ ଯାହାକୁ ଡାକିଛନ୍ତି, ସେମାନେ ହିଁ ପହଞ୍ଚିବେ"

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ଆଦିବାସୀ ମାନଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ତେବେ କଂଗ୍ରେସ ସବୁବେଳେ ଆଦିବାସୀଙ୍କ ସପକ୍ଷରେ ବାହାରି ଥିବାର ନଜିର ରାଜନୀତି ଇତିହାସରେ ରହିଛି । ସେ ଓଡ଼ିଶାର କଳାହାଣ୍ଡି କୁହନ୍ତୁ କିମ୍ବା ନିୟମଗିରିର ଡଙ୍ଗରିଆ କନ୍ଧ,ସମସ୍ତଙ୍କ ପାଇଁ କଂଗ୍ରେସ ହାଇ କମାଣ୍ଡ ଅନୁକୂଳ ମତ ପୋଷଣ କରି ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.