ETV Bharat / state

ବାଜା ବାଜୁଛି-ବାଣ ଫୁଟୁଛି, କଂଗ୍ରେସ ପାଳୁଛି ବିଜୟ ଉତ୍ସବ - ଓଡ଼ିଶା କଂଗ୍ରେସରେ ଉତ୍ସାହର ମାହୋଲ

ମୋଦି ସାଙ୍ଗିଆକୁ ନେଇ ଟିପ୍ପଣୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ପରେ ଓଡ଼ିଶା କଂଗ୍ରେସରେ ଉତ୍ସାହର ମାହୋଲ । ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

କଂଗ୍ରେସ ପାଳୁଛି ବିଜୟ ଉତ୍ସବ
କଂଗ୍ରେସ ପାଳୁଛି ବିଜୟ ଉତ୍ସବ
author img

By

Published : Aug 4, 2023, 10:56 PM IST

କଂଗ୍ରେସ ପାଳୁଛି ବିଜୟ ଉତ୍ସବ

ଭୁବନେଶ୍ବର: କଂଗ୍ରେସ ଭବନରେ ବିଜୟ ଉତ୍ସବ । ବରିଷ୍ଠ ନେତାଙ୍କ ସମେତ ଛାତ୍ର, ଯୁବ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ଏକାଠି ହୋଇ ଉତ୍ସବ ମନାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ କଂଗ୍ରେସରେ ଉତ୍ସାହର ମାହୋଲ । ବାଜା ବାଣରେ କମ୍ପିଲା କଂଗ୍ରେସ ଭବନ । ରାହୁଲ ଗାନ୍ଧୀ ଯେଉଁ ଧର୍ମର ଲଢେଇ ଲଢୁଥିଲେ ତାର ବିଜୟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା । ସୁପ୍ରିମକୋର୍ଟ ରାହୁଲଙ୍କ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ମନରେ ଏବେ ନୂଆ ଆଶା ସଂଚାର ହୋଇଛି । ଓଡ଼ିଶା କଂଗ୍ରେସର ନେତା ଓ କର୍ମୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବାଜାର ତାଳେ ତାଳେ ନାଚିବା ସହିତ କର୍ମୀ ଓ ନେତାଙ୍କୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି । ରାଜ୍ୟ କଂଗ୍ରେସ ଭବନରେ ନେତା ଓ କର୍ମୀ ଏକାଠି ହୋଇ ପରସ୍ପର ଖୁସିରେ ମସଗୁଲ ହୋଇଛନ୍ତି । ପୁଣି ସଂସଦକୁ ରାହୁଲ ଗାନ୍ଧୀ ଯିବେ ଓ ଲୋକଙ୍କ ପାଇଁ ତାଙ୍କ ସ୍ବରକୁ ସାଣିତ କରିବେ ବୋଲି ଆଶା ରଖିଛନ୍ତି କଂଗ୍ରେସ ନେତା ।

ଏନେଇ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଆଜି ଭାରତର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଖୁସିର ଦିନ । ରାହୁଲ ଗାନ୍ଧୀ ନିର୍ଭୀକ ଭାବରେ ସତ୍ୟର ଉପସ୍ଥାପନ କରି ଆସୁଥିଲେ । ତାଙ୍କ କଣ୍ଠରୋଧ କରିବା ପାଇଁ ବିଜେପି ସରକାର ଯେଉଁଭଳି ହୀନ ଚକ୍ରାନ୍ତ କରିଥିଲେ, ଆଜି ତାର ପୂର୍ଣ୍ଣଚ୍ଛେଦ ପଡିଛି । ପୁଣିଥରେ ଦେଶବାସୀ ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ପୁଣିଥରେ ରାହୁଲ ଗାନ୍ଧୀ ସଂସଦ ଭବନକୁ ଯିବେ । ଆଗାମୀ ଦିନରେ ତାଙ୍କ ସ୍ବର ଆହୁରି ଶାଣିତ ହେବ । ତାଙ୍କର ସ୍ବର ଭାରତର ସ୍ବର, ଜନତାର ସ୍ବର । ଆମେ ତାଙ୍କ ପଛରେ ଅଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି: ତୁରନ୍ତ ସାଂସଦ ପଦ ଫେରାଇବାକୁ ଓଡ଼ିଶା କଂଗ୍ରେସର ଦାବି

ସେପଟେ ପୂର୍ବତନ ପିସିସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଆଜି ସତ୍ୟର ବିଜୟ ହୋଇଛି, ସତ୍ୟମେବ ଜୟତେ । ଏହି ବିଜୟ ୱାୟନାଡ଼ବାସୀଙ୍କ ବିଜୟ, ଦେଶବାସୀଙ୍କ ବିଜୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏକ ମହତ୍ତ୍ବପୂର୍ଣ୍ଣ ନିର୍ଦ୍ଦେଶ, ସମସ୍ତେ ଯାହାପାଇଁ ଅପେକ୍ଷା କରିଥିଲେ । ସତ୍ୟକୁ ପରାଜିତ କରିବା ପାଇଁ ଯେଉଁ ଅପଚେଷ୍ଟା ଚାଲିଥିଲା, ତାହା ଆଜି ପଣ୍ଡ ହୋଇଛି । ଲଢେଇ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ । ଭାରତରେ ଗଣତନ୍ତ୍ରକୁ ପୁନଃପ୍ରତିଷ୍ଠା କରିବା ପାଇଁ ତାଙ୍କ ଚେଷ୍ଟା ଜାରି ରହିବ ।"

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସର ଆଜି ବିଜୟ ହୋଇଛି । କଂଗ୍ରେସ ପ୍ରତି ଅନେକ ଅତ୍ୟାଚାର କରିଛନ୍ତି କେନ୍ଦ୍ର ସରକାର । ଜଣେ ନିର୍ବାଚିତ ଲୋକ ପ୍ରତିନିଧିକୁ କେହି ରୋକି ପାରିବେନି । ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଛୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.